Indus Valley Times

ଗଞ୍ଜେଇ ମୁକ୍ତ ହେବ ରାଜ୍ୟ, ଆଇନ ମନ୍ତ୍ରୀ କହିଲେ- ଏବର୍ଷ ସର୍ବାଧିକ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି

 Breaking News

ଗଞ୍ଜେଇ ମୁକ୍ତ ହେବ ରାଜ୍ୟ, ଆଇନ ମନ୍ତ୍ରୀ କହିଲେ- ଏବର୍ଷ ସର୍ବାଧିକ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି

ଗଞ୍ଜେଇ ମୁକ୍ତ ହେବ ରାଜ୍ୟ, ଆଇନ ମନ୍ତ୍ରୀ କହିଲେ- ଏବର୍ଷ ସର୍ବାଧିକ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି
June 26
11:59 2025

ଭୁବନେଶ୍ବର, ୨୬/୬ : ଅବକାରୀ ବିଭାଗ ପକ୍ଷରୁ ନିଶାମୁକ୍ତ ଅଭିଯାନ ଅନ୍ତର୍ଗତ ଏକ ପଦଯାତ୍ରା ଗୁରୁବାର ଜୁନ୍ ୨୬ରେ ଆନ୍ତର୍ଜାତୀୟ ନିଶାଦ୍ରବ୍ୟ ଅପବ୍ୟବହାର ନିରୋଧୀ ଦିବସ ଅବସରରେ ଅନୁଷ୍ଠିତ ହୋଇଥିଲା। ପଦଯାତ୍ରାରେ ଅଧିକ ସଂଖ୍ୟକ ଯୁବ ପିଢ଼ି ସାମିଲ ହୋଇଥିଲେ । ଏହି ଦିବସରର ଶୀର୍ଷକ ଥିଲା, ଆମେ ସଂକଳ୍ପ ନେବା ନିଶା ନୁହେଁ ଜୀବନ ବାଛିବା।
ଅବକାରୀ ବିଭାଗ ପକ୍ଷରୁ ଏହି ନିଶାମୁକ୍ତ ଅଭିଯାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଆମେ ସଂକଳ୍ପ ନେବା ନିଶା ନୁହେଁ ଜୀବନ ବାଛିବା ଆହ୍ବାନ ସହ ଅବକାରୀ ବିଭାଗ ନିଶା ମୁକ୍ତ ଅଭିଯାନର ମଙ୍ଗ ଧରିଛି । ରାଜ୍ୟରେ ଚୋରା ମଦ ବିକ୍ରି ହେଉ ଅବା ୧୮ ବର୍ଷରୁ କମ୍ ପିଲାଙ୍କୁ ମଦ କିଣିବା ଅବା ବିକିବା ଦଣ୍ଡନୀୟ ଅପରାଧ ।
ଏହି ସମସ୍ତ ଦିଗ ପ୍ରତି ବିଭାଗ ଯଥେଷ୍ଟ ଧ୍ୟାନ ଦେଉଥିବା ଦୃଢୋକ୍ତି ଦେବା ସହିତ ଆଗାମୀ ଦିନରେ ବିଭାଗ ପକ୍ଷରୁ ରାଜ୍ୟରେ ନିଶା ମୁକ୍ତ ରାଜ୍ୟ ଗଠନ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏନେଇ ଆମେ ସଂକଳ୍ପ ନେବା ନିଶା ନୁହେଁ ଜୀବନ ବାଛିବା ସ୍ଲୋଗାନ ସହ ଏକ ସଚେତନତା ପଦଯାତ୍ରା ଆୟୋଜିତ ହୋଇଥିଲା।
ଏହି ଅବସରରେ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ, ବିଜେପି ନେତ୍ରୀ ପିଙ୍କି ପ୍ରଧାନଙ୍କ ସମେତ ଅବକାରୀ ବିଭାଗ ମୁଖ୍ୟ ପ୍ରମୁଖ ଉପସ୍ଥିତ ରହି କଳିଙ୍ଗ ଷ୍ଟାଡିୟମରୁ ଜନତା ମଇଦାନ ପର୍ଯ୍ୟନ୍ତ ପଦଯାତ୍ରାରେ ସାମିଲ୍ ହୋଇଥିଲେ।
ଏହି ଅବସରରେ ସଚେତନା ବାର୍ତ୍ତା ମଞ୍ଚ ଅଭିନୟ ଦ୍ବାରା ପ୍ରଦାନ କରାଯାଇଥିଲା । ନିଶା ବ୍ୟବହାର କିଭଳି ଆମ ଜୀବନକୁ ନଷ୍ଟ କରୁଛି ତାହା ଦର୍ଶା ଯାଇଥିଲା। ମାସେ ହେଲାଣି ଆରମ୍ଭ ହୋଇଥିବା ଏହି ସଚେତନତା କାର୍ଯ୍ୟକ୍ରମ ଗୁରୁବାର ଶେଷ ହୋଇଛି। ଆଗାମୀ ଦିନରେ ଟେଲିଭିଜନ କ୍ୟାମ୍ପେନ୍, ଭ୍ୟାନ୍ ମାଧ୍ୟମରେ ସଚେତନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।
ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି ‘ବିଭିନ୍ନ ମାଦକ ତଥା ନିଶାଦ୍ରବ୍ୟ ବ୍ୟବହାରର କୁପରିଣାମ ବିଷୟରେ ଲୋକଙ୍କୁ ଅବଗତ କରିବା ସହିତ ଅପମିଶ୍ରିତ, ବିଷାକ୍ତ ଏବଂ ଚୋରା ମଦ କାରବାର ସମ୍ପୂର୍ଣ୍ଣ ରୋକିବା ଲାଗି ଅବକାରୀ ବିଭାଗ ପକ୍ଷରୁ ସମଗ୍ର ରାଜ୍ୟବ୍ୟାପୀ ବ୍ୟାପକ ଜନସଚେତନତା ଅଭିଯାନ ଆମ ସଂକଳ୍ପ: ନିଶା ନୁହେଁ, ଜୀବନ’ ଯାହାକି ମେ’ ୩୧, ବିଶ୍ୱ ତମାଖୁ ବର୍ଜନ ଦିବସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଉଦଘାଟନ ହୋଇଥିଲା।
ତାହା ଆଜିର ଉଦଯାପନୀ ଦିବସ ତଥା ଜୁନ୍ ୨୬ ଅନ୍ତର୍ଜାତୀୟ ନିଶା ସେବନ ଓ ବେଆଇନ କାରବାର ନିରୋଧ ଦିବସ। ଏହି ଅବସରରେ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ ଠାରେ ଜନସଚେତନତା ଅଭିଯାନ ପଦଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିବା ସହ ନିଜେ ସାମିଲ୍ ହେଲି।
ଏହି ପଦଯାତ୍ରା କଳିଙ୍ଗ ଷ୍ଟାଡିୟମ୍ ଠାରୁ ଜନତା ମଇଦାନ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ନିଶା ଓ ବିଷାକ୍ତ ମାଦକ ଦ୍ରବ୍ୟ ସେବନର କୁପ୍ରଭାବ ବିଷୟରେ ଲୋକଙ୍କୁ ସଚେତନ କରିବା ପାଇଁ ଅବକାରୀ ବିଭାଗ ପକ୍ଷରୁ ‘ଆମ ସଂକଳ୍ପ – ନିଶା ନୁହେଁ, ଜୀବନ’ ନାମରେ ଏକ ବ୍ୟାପକ ଅଭିଯାନ କରାଯାଉଛି।
ଏହି ପଦଯାତ୍ରାରେ ଅବକାରୀ ବିଭାଗର କମିସନର ତଥା ପ୍ରମୁଖ ସଚିବ ଗୁହା ପୁନମ୍ ତାପସ କୁମାର, ଓଏସବିସିର ପରିଚାଳନା ନିର୍ଦ୍ଦେଶକ ଅମ୍ବର କୁମାର କର,ରାଜ୍ୟ ଅବକାରୀ କମିସନର ଧର୍ମେନ୍ଦ୍ର ମଲ୍ଲିକ, ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ତଥା ଏହି ଅଭିଯାନର ବ୍ରାଣ୍ଡ ଆମ୍ବାସଡ଼ର ସୁଦର୍ଶନ ପଟ୍ଟନାୟକ, ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତ୍ରୀ ପିଙ୍କି ପ୍ରଧାନ,ଅବକାରୀ ବିଭାଗର ବରିଷ୍ଠ ଅଧିକାରୀ ଓ କର୍ମଚାରୀ, ସ୍ଥାନୀୟ ବୁଦ୍ଧିଜୀବୀ , ଜନସାଧାରଣ ବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।’

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031