Indus Valley Times

ଗାଇଡ୍‌ଲାଇନ୍ ଜାରି କଲା କମିଶନରେଟ୍ ପୋଲିସ, ମଦ ପଇ ହୋଲି ଖେଳିଲେ

 Breaking News

ଗାଇଡ୍‌ଲାଇନ୍ ଜାରି କଲା କମିଶନରେଟ୍ ପୋଲିସ, ମଦ ପଇ ହୋଲି ଖେଳିଲେ

ଗାଇଡ୍‌ଲାଇନ୍ ଜାରି କଲା କମିଶନରେଟ୍ ପୋଲିସ, ମଦ ପଇ ହୋଲି ଖେଳିଲେ
March 12
18:30 2025

ଭୁବନେଶ୍ୱର,୧୨/୩ : ହୋଲି ପାଇଁ ଅମାନିଆଙ୍କୁ କମିଶନରେଟ୍ ପୋଲିସର ଚେତାବନୀ । ଏଥର ମଦ ପିଇ ହୋଲି ଖେଳିଲେ ବନ୍ଧା ହେବ । ଏନେଇ ଭୁବନେଶ୍ୱର ଡିସିପି ଜଗମୋହନ ମୀନା ବୁଧବାର ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି । ମଦ୍ୟପାନ କରି କୌଣସି ନଦୀ, ପୋଖରୀରେ ଗାଧୋଇବା ଉପରେ ମଧ୍ୟ କଟକଣା ଲଗାଇଛି ପୋଲିସ।
ସବୁ ଗାଧୁଆ ଘାଟରେ ମୁତୟନ ରହିବେ ପୋଲିସ ସହ ଅଗ୍ନିଶମ ବିଭାଗ। ରାସ୍ତା ଉପରେ ହୋଲି ଖେଳ ନାଁରେ ଗହଳି କଲେ ଉଠାଇନେବ ଚଉଜ। ଏହାସହ ହୋଲି ଦିନ ରାଜଧାନୀରେ ୨୦ ପ୍ଲାଟୁନ୍ ଫୋର୍ସ ମୁତୟନ ରହିବା ନେଇ ପୋଲିସ ସୂଚନା ଦେଇଛି । ଏଥର ହୋଲି ପାଇଁ ପୋଲିସର ଫୋକସ ରହିବ ବେଆଇନ୍ ମଦ କାରବାର ଉପରେ। ହର୍ବାଲ୍ ରଙ୍ଗ ବ୍ୟତୀତ କେମିକାଲ ରଙ୍ଗ ବିକ୍ରି ଉପରେ ମଧ୍ୟ ରୋକ ଲଗାଯିବ ।
ହୋଲି ସମୟରେ ଅତୀତରେ ଘଟିଥିବା ଅଘଟଣକୁ ନଜିରରେ ରଖି ପୁଲିସ ସଜାଗ ରହିଛି ଓ ତେବେ ସମସ୍ତେ ନିଜ ନିଜ ସାଙ୍ଗ ମାନଙ୍କ ଉପରେ ନଜର ରଖିବା ସହ ଅଭିଭାବକ ମାନେ ନିଜ ନିଜ ପିଲାଙ୍କୁ ହୋଲି ବାବଦରେ ବୁଝାଇବେ ଓ ଆଗରୁ ଯେଉଁ ଯେଉଁ ସ୍ଥାନରେ ପୂର୍ବରୁ ଦୁର୍ଘଟଣା ଘଟିଛି, ସେହି ସ୍ଥାନରେ ପୁଲିସ ଏବଂ ଦମକଳ ବାହିନୀ ମୃତୟନ କରାଯିବ ବୋଲି କହିଛନ୍ତି ଭୁବେନଶ୍ୱର ଡିସିପି ଓ

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031