Indus Valley Times

ଜମି ମାଲିକ ସରକାରୀ ବିଦ୍ୟାଳୟରେ ପକାଇଲେ ତାଲା : ବର୍ଷାରେ ଭିଜିଲେ ଛାତ୍ରୀଛାତ୍ର

 Breaking News

ଜମି ମାଲିକ ସରକାରୀ ବିଦ୍ୟାଳୟରେ ପକାଇଲେ ତାଲା : ବର୍ଷାରେ ଭିଜିଲେ ଛାତ୍ରୀଛାତ୍ର

September 27
18:22 2025

ଅରୁଣ କୁମାର ସାହୁଙ୍କ ରିପୋର୍ଟ
କନ୍ଧମାଳ, ୨୭/୯ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ସିଆଙ୍ଗବାଲି ପଞ୍ଚାୟତ କିସୁବାଡି ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ଦେଖାଯାଇଛି ଜମି ବିବାଦ ।
ଜଣେ ବ୍ୟକ୍ତିଗତ ଲୋକଙ୍କ ଜମିରେ ସରକାରୀ ବିଦ୍ୟାଳୟ ନିର୍ମାଣ କରାଯାଇ ପିଲାଙ୍କୁ ଶିକ୍ଷାଦାନ କରାଯାଉଥିଲା ଶନିବାର ଜମି ମାଲିକ ଉକ୍ତ ବିଦ୍ୟାଳୟକୁ ତାଲା ପକାଇଦେଇଛନ୍ତି ।
ପ୍ରକାଶ ଯେ ଉକ୍ତ ଗ୍ରାମର ସାନମାଳୀ ପ୍ରଧାନ ଗତ ୨୦୧୮ ମସିହାରେ ଜମି ଡିମାରକେସନ କରାଇବା ବେଳେ ତାଙ୍କ ଜମିରେ ସରକାରୀ ବିଦ୍ୟାଳୟ ଖୋଲାଯାଇଥିବା ଜାଣିଥିଲେ ସେ ଏନେଇ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ତେବେ କୋଭିଡ ଯୋଗୁଁ ଜମି ମାଲିକ ନିରବ ରହିଥିଲେ ପୁଣି ୨୦୨୨ ଠାରୁ ସେ ତାଙ୍କ ଜମି ପାଇବା ପାଇଁ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥା ହୋଇଥିଲେ ଓ ଗତବର୍ଷ ଅକ୍ଟୋବର ରେ ସେ ତାଙ୍କ ଜମି ପାଇବା ପାଇଁ ସ୍ୱତନ୍ତ୍ର କୋର୍ଟ ରୁ ନିର୍ଦ୍ଦେଶ ପାଇଥିଲେ ମଧ୍ୟ ଶିକ୍ଷା ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ପାଇନଥିଲେ ଫଳରେ ଜମି ମାଲିକ ଶନିବାର ସକାଳ ୬ ଟା ରେ ପହଞ୍ଚି ଥିଲେ ବିଦ୍ୟାଳୟରୁ ଛାତ୍ରୀଛାତ୍ର ଙ୍କୁ ବାହାରକୁ ବାହାର କରିବାକୁ କହିଥିଲେ କୋର୍ଟ ର ନିର୍ଦ୍ଦେଶ ଦେଖି ବିଦ୍ୟାଳୟର ଛାତ୍ରୀଛାତ୍ର ଓ ଶିକ୍ଷକ ବିଦ୍ୟାଳୟ ଛାଡି ବାହାରକୁ ବାହାରିଥିଲେ ଓ ଜମି ମାଲିକ ଏହାକୁ ତାଲା ପକାଇଥିଲେ ଖବର ଲେଖିବା ସୁଦ୍ଧା କୌଣସି ଅଧିକାରୀ କିସୁବାଡ଼ି ରେ ପହଞ୍ଚି ନଥିବା ଜଣାପଡିଛି ।
ଛାତ୍ରୀଛାତ୍ର ମାନଙ୍କୁ ବିଦ୍ୟାଳୟର ରୋଷେୟା ତାଙ୍କ ଘରକୁ ନେଇ ସେଠାରେ ପାଠ ପଢ଼ିବା ବ୍ୟବସ୍ଥା କରାଇଛନ୍ତି ।
ଏନେଇ ଜମି ମାଲିକ ତାଙ୍କ ପ୍ରତିକ୍ରିୟା ରେ କହିଥିଲେ ଯେ ସେ ତାଲା ପକାଇବା ପୂର୍ବରୁ ବିଇଓ ଙ୍କୁ ଚିଠି କରିଛନ୍ତି ।
ସେ ଏକ ବର୍ଷ ହେଲା କୋର୍ଟ ରୁ ତାଙ୍କ ଜମି ରେ ବିଦ୍ୟାଳୟ ରହିଥିବା ଓ ତାଙ୍କ ଜମି ସେ ଫେରିପାଇବାକୁ ନିର୍ଦ୍ଦେଶ ପାଇଥିଲେ ମଧ୍ୟ ଶିକ୍ଷା ବିଭାଗ କୌଣସି ପଦକ୍ଷେପ ନେଇନଥିବା ଯୋଗୁଁ ତାଲା ପକାଇଥିବା କହିଛନ୍ତି ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930