Indus Valley Times

ଜାତୀୟ ସଡ଼କ ସୁରକ୍ଷା ମାସ ଉଦ୍ୟେଶରେ ଖୋର୍ଦ୍ଧା ଆଦର୍ଶ ବିଦ୍ୟାଳୟ ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା,ପିତାମାତାଙ୍କୁ ହେଲମେଟ ବ୍ୟବହାର ବାଧ୍ୟ କରିବା ପାଇଁ ଛାତ୍ରଛାତ୍ରୀ ନେଲେ ଶପଥ

 Breaking News

January 19
23:05 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା,୧୯/୧: ଚଳିତ ବର୍ଷ ଜାତୀୟ ସଡକ ସୁରକ୍ଷା ମାସ ଜାନୁୟାରୀ ୧ ରୁ ୩୧ ତାରିଖ ମଧ୍ୟରେ ପାଳିତ ହେଉଛି। ବର୍ତମାନ ରାସ୍ତାରେ ପ୍ରତିଦିନ ଦୁର୍ଘଟଣା ବଢ଼ି ବଢ଼ି ଚାଲିଛି।
ବିଦ୍ୟାଳୟର ପିଲାମାନଙ୍କ ସହିତ ସମସ୍ତ ଜନସାଧାରଣଙ୍କୁ ସଚେତନତା କରି ସଡ଼କ ଦୁର୍ଘଟଣା ହ୍ରାସ କରିବା କାର୍ଯ୍ୟକ୍ରମର ଲକ୍ଷ୍ୟ।
ସ୍ଥାନୀୟ ସିଆଳିଆ ପାଟଣା ନିକଟ ଖୋର୍ଦ୍ଧା ଆଦର୍ଶ ବିଦ୍ୟାଳୟରେ ଜୁନିୟର ରେଡ଼କ୍ରସ୍ ଆନୁକୂଲ୍ୟରେ ବିଦ୍ୟାଳୟର ଅଧ୍ୟକ୍ଷା ସୁଜାତା ଚକ୍ର ଙ୍କ ପୌରହିତରେ ସଡକ ସୁରକ୍ଷା ସଚେତନତା ପାଇଁ ଶପଥ ପାଠ କରାଯାଇଥିଲା।
ଭୁବନେଶ୍ୱରରୁ ଆସିଥିବା ମୋଟର ଯାନ ନିରୀକ୍ଷକ ଇଂ. ରବୀନ୍ଦ୍ରନାଥ ଜେନା ନେଇଥିବା କ୍ଲାସରେ ଛାତ୍ରଛାତ୍ରୀ ମାନେ ପିତାମାତାଙ୍କୁ ହେଲମେଟ୍ ବ୍ୟବହାର ପାଇଁ ବାଧ୍ୟ କରିବା ନିମନ୍ତେ ଶପଥ ନେଇଥିଲେ।
ଖୋର୍ଦ୍ଧା ଜିଲ୍ଲାର ଅତିରିକ୍ତ ପରିବହନ ଅଧିକାରୀ ଅରବିନ୍ଦ ନାୟକ ପିଲାମାନଙ୍କର ସଡକ ସୁରକ୍ଷା ଓ ରାସ୍ତାର ଦାୟିତ୍ଵପୂର୍ଣ ଆଚରଣ ପ୍ରଶ୍ନୋତ୍ତରରେ ସନ୍ଦେହ ଦୂର କରିଥିଲେ।
ଖୋର୍ଦ୍ଧା ପରିବହନ ଉପ ନିରୀକ୍ଷକ ତ୍ରୃପ୍ତୀରେଖା ଜେନା ଟ୍ରାଫିକ ରୁଲ୍ ଓ ସଡକ ସୁରକ୍ଷା ସଂଯୋଜକ ସତ୍ୟ ରଞ୍ଜନ ପୃଷ୍ଟି ପିଲାମାନଙ୍କୁ ସଡକ ସୁରକ୍ଷା ସଚେତନତା କରାଇଥିଲେ।
ଜୁନିୟର ରେଡ଼କ୍ରସ୍ କାଉନସିଲର ତଥା ଖୋର୍ଦ୍ଧା ବ୍ଲକ୍ ଜେଆରସି ସଂଯୋଜକ ରଞ୍ଜନ କୁମାର ପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ। ଏହି ସଚେତନତା କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ କର୍ମଚାରୀ ସହଯୋଗ କରିଥିଲେ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930