Indus Valley Times

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ଗୃହରେ ମାନ୍ୟବର ବିଧାୟକ, ବୌଦ୍ଧ ତଥା ମୁଖ୍ୟ ସଚେତକଙ୍କ ସଭାପତିତ୍ବରେ ବୌଦ୍ଧ ମହୋତ୍ସବ ୨୦୨୬ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

 Breaking News

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ଗୃହରେ ମାନ୍ୟବର ବିଧାୟକ, ବୌଦ୍ଧ ତଥା ମୁଖ୍ୟ ସଚେତକଙ୍କ ସଭାପତିତ୍ବରେ ବୌଦ୍ଧ ମହୋତ୍ସବ ୨୦୨୬ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

November 25
19:35 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୫/୧୧ : ସୋମବାର ସଂଧ୍ୟା ଘ ୫.୩୦ ମି. ସମୟରେ ର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ଗୃହରେ ମାନ୍ୟବର ବିଧାୟକ, ବୌଦ୍ଧ ତଥା ମୁଖ୍ୟ ସଚେତକ, ଓଡିଶା ସରକାର ଶ୍ରୀଯୁକ୍ତ ସରୋଜ କୁମାର ପ୍ରଧାନ ଙ୍କ ସଭାପତିତ୍ବରେ ବୌଦ୍ଧ ମହୋତ୍ସବ ୨୦୨୬ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।
ବୈଠକରେ ଚଳିତ ବର୍ଷ ବୌଦ୍ଧ ମହୋତ୍ସବ ଜାନୁଆରୀ ୨ ରୁ ୬ ପର୍ଯ୍ୟନ୍ତ କଚେରୀ ପଡ଼ିଆରେ ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ନିଆଗଲା ।
ସ୍ଥାନୀୟ କଳାକାର ମାନେ ଅପରାହ୍ନ ୪ ଘଟିକାରୁ ସଂଧ୍ୟା ୭ ଘଟିକା ପର୍ଯ୍ୟନ୍ତ, ପରେ ପରେ ସଭା ଏବଂ ରାତ୍ର ୮ ଘଟିକା ରୁ ୧୦.୩୦ ପର୍ଯ୍ୟନ୍ତ ଜିଲ୍ଲା ତଥା ରାଜ୍ୟ ବାହାର କଳକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ କରିବାକୁ ପ୍ରସ୍ତାବ ଆଗତ ହେଲା । ମେଳା ପରିସରରେ ଭ୍ରାମ୍ୟମାଣ ଏଟି ଏମ ରଖାଯିବା, ବୌଦ୍ଧ ର ଐତିହ୍ୟ ଉପରେ ସମସ୍ତ ସାହିତ୍ୟ ଅନୁଷ୍ଠାନ କୁ ନେଇ ଆଲୋଚନା ଚକ୍ର, ବୌଦ୍ଧ ର ମନମୁଣ୍ଡା, ବ୍ରିଜ ଛକ, ମାଧପୁର ଠାରେ ଥିବା ବୁଦ୍ଧ ପ୍ରତିମୂର୍ତ୍ତି ରେ ମହୋତ୍ସବ ସମୟରେ ଆଲୋକୀ କରଣ, ୩ ଟି ବ୍ଲକ ଏବଂ ଏ ନ. ଏ. ସି ପକ୍ଷରୁ ସଂସ୍କୃତିକ ଦଳ ର ନାମ ମନୋନୀତ କରି ଦେବା ସହ ମଶାଲ ଶୋଭାଯାତ୍ରା ରେ ସାମିଲ ହେବା,ବିଭିନ୍ନ ସ୍ଥାନ ରେ ସି ସି ଟିଭି ବ୍ୟବସ୍ଥା ଏବଂ ପଡିଆକୁ ସମ୍ପୂର୍ଣ୍ଣ ରୂପେ ଗାଲିଚା କରିବାର ପ୍ରସ୍ତାବ ଆଗତ ହେଲା ।
ମହୋତ୍ସବକୁ ସୁଚାରୁ ରୂପେ ପରିଚାଳନା କରିବା ପାଇଁ ଅର୍ଥକମିଟି, ଶାନ୍ତି ଶୃଙ୍ଖଳା କମିଟି, ଉଦଘାଟନୀ, ଶୋଭାଯାତ୍ରା କମିଟି,ପ୍ରଚାର ପ୍ରସାର କମିଟି, ଅଭ୍ୟର୍ଥନା କମିଟି, ସ୍ମରଣିକା କମିଟି,ସମ୍ବର୍ଦ୍ଧନା କମିଟି, ଖାଦ୍ୟ ଯୋଗାଣ କମିଟି, କ୍ରୟ କମିଟି, ସମ୍ପୂର୍ଣ୍ଣ ବ୍ୟବସ୍ଥାପନା କମିଟି, ଷ୍ଟଲ ନିର୍ମାଣ, ସାଂସ୍କୃତିକ କାର୍ଯ୍ୟକ୍ରମ କମିଟି, ମଞ୍ଚ ପରିଚାଳନା ଓ ସାଜ ସଜ୍ଜା କମିଟି ଗଠନ କରାଗଲା ।
ଅଗ୍ନି ପ୍ରତିରୋଧକ ବ୍ୟବସ୍ଥା ଅଧିକ ପ୍ରସ୍ଥାନ ଗେଟ କରାଯିବା, ଅଗ୍ନି ପ୍ରତିରୋଧକ ସାଟିଫିକେଟ ପାଇଁ ଜିଲ୍ଲା ଅଗ୍ନିଶମ ଅଧିକାରୀ ଙ୍କୁ ଦାୟିତ୍ଵ ନ୍ୟସ୍ତ କରାଗଲା ।
ପଡ଼ିଆରେ ପାନୀୟ ଜଳ, ଗ୍ରୀନ ରୂମ ନିକଟ ରେ ପାନୀୟ ଜଳ, ଅସ୍ଥାୟୀ ଓ ଭ୍ରାମ୍ୟମାଣ ପାଇଖାନା, ଟ୍ୟାଙ୍କର ଦ୍ୱାରା ଜଳ ଯୋଗାଇବା, ପଡିଆ ସଫା ସୂତରା ଇତ୍ୟାଦି ପାଇଁ ସହକାରୀ ନିର୍ବାହୀ ଯନ୍ତ୍ରୀ, ଜଳ ଓ ପରିମଳ ବିଭାଗ ଓ ନିର୍ବାହୀ ଅଧିକାରୀ, ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦଙ୍କୁ ଦାୟିତ୍ଵ ନ୍ୟସ୍ତ କରାଗଲା ।
କଳାକାର ମାନଙ୍କ ପାଇଁ ଶୌଚାଳୟ, ପାନୀୟ ଜଳ ବ୍ୟବସ୍ଥା, ମହୋତ୍ସବ ଦେଖିବା ପାଇଁ ପଞ୍ଚାୟତ ମାନଙ୍କ ରୁ ବସ ର ବ୍ୟବସ୍ଥା, ୩ ଗୋଟି ବ୍ଲକ ର ୩ ଗୋଟି ମହାବିଦ୍ୟାଳୟ ଏବଂ ବୌଦ୍ଧ ପଂଚାୟତ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କ ଅନ୍ତର୍ନିହିତ କଳା କୁ ପ୍ରକାଶ କରିବା ପାଇଁ ବ୍ଲକ ତଥା ଏନ. ଏ. ସି ର ଯୁବ କଳାକାର ମାନଙ୍କୁ ଚୟନ କରାଯିବ ।
ଏହି ବୈଠକ ରେ ଜିଲ୍ଲା ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ପ୍ରଭାସ ଚନ୍ଦ୍ର ଦଣ୍ଡସନା ସମସ୍ତଙ୍କୁ ସ୍ୱାଗତ କରିବା ସହ ବୌଦ୍ଧ ମହୋତ୍ସବ ର ସଫଳତା ପାଇଁ ସମସ୍ତ ଙ୍କ ସହଯୋଗ କାମନା କରିଥିଲେ ।
ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ତଥା ଭାରପ୍ରାପ୍ତ ଜ଼ିଲ୍ଲା ସଂସ୍କୃତି ଅଧିକାରୀ ରିତାକାନ୍ତି ବଳିୟାର ସିଂହ ପ୍ରସ୍ତୁତି ବୈଠକ କୁ ସଂଯୋଜନା କରି ପ୍ରସ୍ତୁତି ବୈଠକ ର ବିବରଣୀ ପାଠ କରିଥିଲେ ।
ସଭା ଶେଷରେ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ବିଭୁତି ଭୁଷଣ ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ ପୂର୍ବକ ମହୋତ୍ସବ ର ପୂର୍ଣ୍ଣ ସଫଳତା ପାଇଁ ସମସ୍ତ ଙ୍କ ସହଯୋଗ କାମନା କରିଥିଲେ । ବୟନିକା ପ୍ରଦର୍ଶନୀ ମଧ୍ୟ ଏଥିରେ ସାମିଲ କରିବା ପାଇଁ ବୈଠକ ରେ ପ୍ରସ୍ତାବ ଆଗତ ହୋଇଥିଲା ।
ଏହି ବୈଠକ ରେ ଅନ୍ୟ ମାନଙ୍କ ମଧ୍ୟ ରେ ଆରକ୍ଷୀ ଅଧିକ୍ଷକ ରାହୁଲ ଗୋଏଲ, ଅତିରିକ୍ତ ଜ଼ିଲ୍ଲାପାଳ ଅନିରୁଦ୍ଧ ପଧାନ, ଉପ ଜ଼ିଲ୍ଲାପାଳ ବିନୟ କୁମାର ଭୋଇ,ସାଂସଦ ଙ୍କ ଜ଼ିଲ୍ଲା ପ୍ରତିନିଧି ଯୁଗଳ କିଶୋର ସାମଲ,କଣ୍ଟାମାଲ ବିଧାୟକ ଙ୍କ ପ୍ରତିନିଧି ଯୀଶୁ ପଧାନ ବ୍ଲକ ଅଧ୍ୟକ୍ଷ, ବୌଦ୍ଧ ବ୍ଲକ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ,ଜ଼ିଲ୍ଲା ସ୍ତରୀୟ ଅଧିକାରୀ, ସାଂସ୍କୃତିକ ସଂଗଠନ ର ସଭ୍ୟ, ସଭ୍ୟା, ଶିକ୍ଷାନୁଷ୍ଠାନ ର ଶିକ୍ଷକ, ଶିକ୍ଷୟତ୍ରୀ, ସ୍ବେଛାସେବୀ ସଂଗଠନ ର ସଭ୍ୟ, ସଭ୍ୟା, ଗଣମାଧ୍ୟମ ପ୍ରତିନିଧି ବୃନ୍ଦ, ବୁଦ୍ଧିଜୀବୀ, ବୌଦ୍ଧ ର ନାଗରିକ, ସାହିତ୍ୟିକ, ବିଭିନ୍ନ ସଂଗଠନ ର କର୍ମକର୍ତ୍ତା ଉପସ୍ଥିତ ରହି ନିଜ ନିଜ ସୁ ଚିନ୍ତିତ ମତାମତ ଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031