Indus Valley Times

ଝାରସୁଗୁଡାରେ ରୋଡ଼ ସୋ’ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

 Breaking News

ଝାରସୁଗୁଡାରେ ରୋଡ଼ ସୋ’ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

September 27
12:25 2025

ଝାରସୁଗୁଡା, ୨୮/୯ : ଓଡ଼ିଶାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବାୟୁସେନାର ସ୍ବତନ୍ତ୍ର ବିମାନରେ ଆସି ଝାରସୁଗୁଡାରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ। ବିମାନବନ୍ଦର ବାହାରେ ପାରମ୍ପରିକ ନାଚ ଗୀତ ମାଧ୍ୟମରେ ମୋଦିଙ୍କୁ ସ୍ବାଗତ କରାଯାଇଛି।
ବିମାନ ବନ୍ଦରରେ ପହଞ୍ଚିବା ପରେ ରୋଡ ଶୋରେ ଅମଲିପାଲି ସମାବେଶ ସ୍ଥଳକୁ ଯାଉଛନ୍ତି। କାର ଭିତରୁ ବାହାରି ହାତ ହଲାଇ ସଭାସ୍ଥଳ ଅଭିମୁଖେ ଯାଉଛନ୍ତି। ତେବେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ଶୁଣିବାକୁ ସଭାସ୍ଥଳ ଲୋକାରଣ୍ୟ ହୋଇପଡିଛି। ହଜାର ହଜାର ଲୋକେ ସେଠାରେ ଅପେକ୍ଷା କରି ରହିଛନ୍ତି।
ଆଜି ସକାଳେ ଓଡ଼ିଶା ଆସିବା ନେଇ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଥିଲେ ପ୍ରଧାନମନ୍ତ୍ରୀ। ଏହି ଗସ୍ତରେ ୫୦ହଜାର କୋଟି ଟଙ୍କାର ପ୍ରକଳ୍ପ ଉଦ୍ଘାଟନ କରିବେ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ଓଡ଼ିଶା ପାଇଁ ୧୭୦୦ କୋଟି ଟଙ୍କାର ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ସହ ସଡ଼କ, ଶିକ୍ଷା, ସ୍ବାସ୍ଥ୍ୟ ଏବଂ ବିଭିନ୍ନ ଉନ୍ନୟନମୂଳକ ଏକାଧିକ ପ୍ରକଳ୍ପର ଶିଳାନ୍ୟାସ ତଥା ଲୋକାର୍ପଣ କରିବା କାର‌୍ୟ୍ୟକ୍ରମ ରହିଛି।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930