Indus Valley Times

ଟାଟା ପାୱାର ପକ୍ଷରୁ ସୁଲଭ ଦରରେ ସୋଲାର୍ ରୁଫ୍‌ଟପ୍ ସମାଧାନର ଶୁଭାରମ୍ଭ

 Breaking News

ଟାଟା ପାୱାର ପକ୍ଷରୁ ସୁଲଭ ଦରରେ ସୋଲାର୍ ରୁଫ୍‌ଟପ୍ ସମାଧାନର ଶୁଭାରମ୍ଭ

ଟାଟା ପାୱାର ପକ୍ଷରୁ ସୁଲଭ ଦରରେ ସୋଲାର୍ ରୁଫ୍‌ଟପ୍ ସମାଧାନର ଶୁଭାରମ୍ଭ
June 18
11:21 2025

ସୁଦାମ ପାତ୍ରଙ୍କ ରିପୋର୍ଟ
ଭୁବନେଶ୍ୱର, ୧୮/୬: ଟାଟା ପାୱାରର ସମ୍ପୂର୍ଣ୍ଣ ସହାୟକ ସଂସ୍ଥା ତଥା ଭାରତର ଅଗ୍ରଣୀ ରୁଫ୍‌ଟପ୍ ସୋଲାର କମ୍ପାନି ଟାଟା ପାୱାର ରିନୁଏବଲ୍ ଏନର୍ଜି ଲିମିଟେଡ୍ (ଟିପିଆର୍‌ଇଏଲ୍‌) ପକ୍ଷରୁ ଏହାର ‘ଘର ଘର ସୋଲାର’ ଅଭିଯାନ ଅଧୀନରେ ଓଡ଼ିଶାର ଭୁବନେଶ୍ୱରରେ ଭାରତର ସବୁଠୁ ସୁଲଭ ରୁଫଟପ୍ ସୋଲାର ସମାଧାନର ଶୁଭାରମ୍ଭ କରାଯାଇଛି।
କମ୍ପାନିର ଗ୍ରାହକ କୈନ୍ଦ୍ରୀକ ଫାଇନାନ୍ସ ମଡେଲ୍ ଓଡ଼ିଶା ଜନସଂଖ୍ୟାର ବ୍ୟାପକ ବର୍ଗ ପାଇଁ ରୁଫ୍‌ଟପ୍ ସୋଲାରକୁ ସୁଲଭ କରିପାରିଛି। ରାଜ୍ୟର ବାସିନ୍ଦାମାନେ ୧ କିଲୋୱାଟ୍ ପାଇଁ ୨୪୯୯ ଟଙ୍କା, ୨ କିଲୋୱାଟ୍ ପାଇଁ ୪,୯୯୯ ଟଙ୍କା ଓ ୩ କିଲୋୱାଟ୍ ପାଇଁ ୭୯୯୯ ଟଙ୍କାର ସର୍ବନିମ୍ନ ଅପ୍‌ଫ୍ରଂଟ୍ ନିବେଶ ରାଶି ପ୍ରଦାନ କରି ସୋଲାର ବ୍ୟବସ୍ଥା ସ୍ଥାପନ କରିପାରିବେ।
ଏହି ଅଭିଯାନ ସୋଲାର ଗ୍ରହଣୀୟତାକୁ ଏକ ଆକାଂକ୍ଷାରୁ ଅର୍ଥନୈତିକ ଦୃଷ୍ଟିରୁ ହାସଲଯୋଗ୍ୟ ବିକଳ୍ପରେ ପରିଣତ କରିପାରିଛି। ଏହି ଅଭିଯାନରେ ଗ୍ରାହକମାନଙ୍କୁ ମୋଟ ରାଶିର ମାତ୍ର ଏକ ତୃତୀୟାଂଶ ପ୍ରଦାନ କରିବାକୁ ପଡୁଥିବାରୁ ଏହା ଆବାସିକ ରୁଫଟପ ସୋଲାର ଗ୍ରହଣୀୟତାକୁ ତ୍ୱରାନ୍ୱିତ କରିବା ସହିତ, ସୌର ଶକ୍ତିକୁ ସୁଲଭ ମୂଲ୍ୟରେ ଲୋକମାନଙ୍କ ପାଖରେ ପହଂଚାଇବ।
ପିଏମ୍ ସୂର୍ଯ୍ୟଘର ମୁଫ୍‌ତ ବିଜିଲି ଯୋଜନା ଜରିଆରେ ଓଡ଼ିଶାର ଗ୍ରାହକମାନେ ଉଲ୍ଲେଖନୀୟ ଆର୍ଥିକ ସୁବିଧା ପାଇପାରିବେ। ଏଥିରେ ୩ କିଲୋୱାଟ୍ ପର୍ଯ୍ୟନ୍ତ ସୋଲାର ବ୍ୟବସ୍ଥା ପାଇଁ ୭୮,୦୦୦ ଟଙ୍କା ପର‌୍ୟ୍ୟନ୍ତ ସବ୍‌ସିଡି ପ୍ରଦାନ କରାଯାଉଛି ଯାହା ସ୍ଥାପନା ଖର୍ଚ୍ଚର ପ୍ରାୟ ୪୦ ପ୍ରତିଶତ ଭରଣା କରୁଛି।
ଏଥି ସହିତ ୧ କିଲୋୱାଟ୍ ବ୍ୟବସ୍ଥା ପାଇଁ ରାଜ୍ୟ ସରକାର ପ୍ରଦାନ କରୁଥିବା ଅତିରିକ୍ତ ୨୫ ହଜାର ଟଙ୍କାର ସବ୍‌ସିଡି, ୨ କିଲୋୱାଟ୍ ବ୍ୟବସ୍ଥା ପାଇଁ ୫୦୦୦୦ ଟଙ୍କା ଓ ୩ କିଲୋୱାଟ୍ କିମ୍ବା ତା’ଠାରୁ ଅଧିକ ବ୍ୟବସ୍ଥା ପାଇଁ ୬୦ ହଜାର ଟଙ୍କାର ସବ୍‌ସିଡି ଏହି ଅଭିଯାନକୁ ଆହୁରି ଦୃଢ଼ କରିପାରିଛି। ଏହି ଆର୍ଥିକ ସହାୟତା ରୁଫଟପ୍ ସୋଲାର ଗ୍ରହଣୀୟତାକୁ ଉଲ୍ଲେଖନୀୟ ଭାବେ ସମର୍ଥନ କରିବା ସହ ରାଜ୍ୟର ପ୍ରତି ପରିବାର ପାଖରେ ସ୍ୱଚ୍ଛ ଶକ୍ତି ସମାଧାନକୁ ପହଂଚାଇପାରିଛି।
ଗ୍ରାହକମାନଙ୍କ ଆବଶ୍ୟକତା ପୂରଣ କରିବା ଲାଗି ଟାଟା ପାୱାର ପକ୍ଷରୁ ଆବାସିକ ଗ୍ରାହକମାନଙ୍କ ପାଇଁ ଦୁଇଟି ଜୀବନଶୈଳୀ ସମାଧାନର ଶୁଭାରମ୍ଭ କରାଯାଇଛି:
ମାଇଁସାଇନ – ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ପାଇଁ ଏକ ଛୋଟ, ବୁଦ୍ଧିମାନ ସୋଲାର ଓ ବ୍ୟାଟେରି ବ୍ୟାକ୍‌ଅପ୍ ବ୍ୟବସ୍ଥା
ସୋଲାର ଡିଜାଇନ ସ୍ପେସେସ୍ – ସ୍ଥାୟିତ୍ୱ ସହିତ ଷ୍ଟାଇଲର ମିଶ୍ରଣ କରି ୨୫ ଟି ସୁନ୍ଦର ରୁଫଟପ୍ ସୋଲାର ବ୍ୟବସ୍ଥାର ଏକ ବର୍ଗମାଳା
ଘର ଘର ସୋଲାର ଅଭିଯାନ ଜରିଆରେ ବୃଦ୍ଧି ପାଉଥିବା ସଚେତନତା କାରଣରୁ ଓଡ଼ିଶାରେ ସୋଲାର ଗ୍ରହଣୀୟତାରେ ଉଲ୍ଲେଖନୀୟ ବୃଦ୍ଧି ଦେଖିବାକୁ ମିଳିଛି। ମୋଟ ଗ୍ରାହକ ସଂଖ୍ୟା ଚାରି ଗୁଣା ବୃଦ୍ଧି ପାଇ ୪୩୦ରୁ ୧୭୫୯ରେ ପହଂଚିଛି ଯାହା ଉଭୟ ଆବାସିକ ଓ ବାଣିଜ୍ୟିକ ଗ୍ରାହକ ବର୍ଗଙ୍କ ମଧ୍ୟରେ ସୌର ଶକ୍ତି ଗ୍ରହଣୀୟ ହେଉଥିବାକୁ ଦର୍ଶାଉଛି। କେବଳ ୨୦୨୪-୨୫ରେ କମ୍ପାନି ରାଜ୍ୟରେ ୧୦୩୩ ନୂଆ ରୁଫଟପ ଗ୍ରାହକଙ୍କୁ ସାମିଲ କରିଛି ଯାହା ୨୦୨୩-୨୪ ଆର୍ଥିକ ବର୍ଷ ତୁଳନାରେ ୧୦ ଗୁଣା ଅଧିକ। ଓଡ଼ିଶାରେ ବାଣିଜ୍ୟିକ ଓ ଶିଳ୍ପ (ସିଆଣ୍ଡ୍‌ଆଇ) ବର୍ଗରେ ମଧ୍ୟ ନିରନ୍ତର ବୃଦ୍ଧି ଘଟିଛି, ଯେଉଁଁଥିରେ ୨୦୨୩-୨୪ରେ ୫୬ ଗ୍ରାହକ ସାମିଲ ହୋଇଥିବା ବେଳେ ୨୦୨୪-୨୫ରେ ୭୬ ଗ୍ରାହକ ସାମିଲ ହୋଇଛନ୍ତି।
୧୦ ବର୍ଷ ଧରି ଏକ ନମ୍ବର ସ୍ଥାନରେ ରହିଥିବା ରୁଫଟପ ସୋଲାର କମ୍ପାନି ଟିପିଆର୍‌ଇଏଲ୍ ସୋଲାର ରୁଫଟପ ଗ୍ରାହକଙ୍କୁ ମଡ୍ୟୁଲ ଉପରେ ୨୫ ବର୍ଷ ୱାରେଂଟି, ବିଶ୍ୱସନୀୟ ଗୁଣାତ୍ମକ ମାନର ପ୍ରତିଶ୍ରୁତି, ୪୫୦ରୁ ଅଧିକ ଜିଲ୍ଲାରେ ସ୍ୱତନ୍ତ୍ର ବିକ୍ରି ଓ ସର୍ଭିସ, ସାରା ଭାରତରେ ଜୀବନବ୍ୟାପୀ ସେବା ଓ ବିକ୍ରି ପରବର୍ତୀ ସହାୟତା, ସହଜ ଫାଇନାନ୍ସ ବିକଳ୍ପ ଓ ରୁଫଟପ ସୋଲାର ବ୍ୟବସ୍ଥା ପାଇଁ ବୀମା ଭଳି ବ୍ୟାପକ ଲାଭ ପ୍ରଦାନ କରୁଛି।
ସହଜ ଫାଇନାନ୍ସ, ସର୍ବଭାରତୀୟ ଉପସ୍ଥିତି ଓ ବ୍ୟାପକ ନବସୃଜନ ସହିତ ଟାଟା ପାୱାର ସ୍ୱଚ୍ଛ ଶକ୍ତିକୁ ମୁଖ୍ୟସ୍ରୋତରେ ପରିଣତ କରି ପ୍ରତି ଭାରତୀୟ ଘରକୁ ସୋଲାର ପାଇଁ ପ୍ରସ୍ତୁତ କରି ସଶକ୍ତ କରୁଛି।
ଘର ଘର ସୋଲାର ଅଭିଯାନ ଅଧୀନରେ ସୋଲାର ରୁଫଟପ ସ୍ଥାପନା ବିଷୟରେ ଅଧିକ ଜାଣିବା ପାଇଁ ଆଗ୍ରହୀ ଗ୍ରାହକମାନେ ଆମ ହେଲପ୍‌ଲାଇନ ୧୮୦୦୨୫୭୭୭୭୭ ନମ୍ବରରେ ଆମକୁ କଲ୍ କରିପାରିବେ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31