Indus Valley Times

ଡିସେମ୍ବର ପହିଲାରୁ ହେବନି ବସ୍ ଧର୍ମଘଟ, ସରକାରଙ୍କ ସହ ସଂଘର ଆଲୋଚନା ପରେ ନିଷ୍ପତ୍ତି

 Breaking News

ଡିସେମ୍ବର ପହିଲାରୁ ହେବନି ବସ୍ ଧର୍ମଘଟ, ସରକାରଙ୍କ ସହ ସଂଘର ଆଲୋଚନା ପରେ ନିଷ୍ପତ୍ତି

ଡିସେମ୍ବର ପହିଲାରୁ ହେବନି ବସ୍ ଧର୍ମଘଟ, ସରକାରଙ୍କ ସହ ସଂଘର ଆଲୋଚନା ପରେ ନିଷ୍ପତ୍ତି
November 27
15:43 2025

ଭୁବନେଶ୍ୱର , ୨୭/୧୧: ଡିସେମ୍ବର ପହିଲାରେ ରାଜ୍ୟ ବ୍ୟାପୀ ବସ୍ ଧର୍ମଘଟ ଡାକରା ଦେଇଥିବା ନିଷ୍ପତ୍ତିରୁ ରାଜ୍ୟ ବସ୍ ମାଲିକ ସଂଘ ଓହରିଛି । ରାଜ୍ୟ ସରକାରଙ୍କ ସହିତ ଆଲୋଚନା ପରେ ସଂଘ ନିଷ୍ପତ୍ତି ପ୍ରତ୍ୟାହୃତ କରିଥିବା ନେଇ ପ୍ରେସ୍ ବିବୃତ୍ତି ଜରିଆରେ ସୂଚନା ଦେଇଛନ୍ତି ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର କୁମାର ସାହୁ ।
ରାଜ୍ୟ ସରକାରଙ୍କ ତରଫରୁ ଯାନବାହାନ ଚେକିଂ କରିବା ନିମନ୍ତେ ପୋଲିସ ବିଭାଗକୁ ଅତିରିକ୍ତ କ୍ଷମତା ପ୍ରଦାନ କରାଯାଇଥିଲା । ଯାହାକୁ ନେଇ ବସ୍ ମାଲିକ ସଂଘ ତୀବ୍ର ବିରୋଧ କରିଥିଲା । ନିଷ୍ପତ୍ତିର ପୁନର୍ବିଚାର କରିବାକୁ ସଂଘ ଦାବି କରିଥିଲା ।
ଯଦି ସରକାର ନିଜ ପ୍ରତିଶ୍ରୁତିରୁ ନ ଓହରନ୍ତି ତେବେ ରାଜ୍ୟବ୍ୟାପୀ ବସ୍ ଧର୍ମଘଟ କରାଯିବ ବୋଲି ସଂଘ ଚେତାବନୀ ଦେଇଥିଲା । ମାତ୍ର ପରବର୍ତ୍ତୀ ସମୟରେ ସଂଘ ଏବଂ ସରକାରଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ସଂଘର ଏକ ପ୍ରତିନିଧି ମଣ୍ଡଳୀ ପରିବହନ ବିଭାଗର ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ସାକ୍ଷାତ କରି ଆଲୋଚନା କରିଥିଲେ ।
ତେବେ ରାଜ୍ୟ ସରକାର ପୋଲିସ ଦ୍ୱାରା ଗାଡ଼ି ଚେକିଂ ବ୍ୟବସ୍ଥା ଲାଗୁ କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି । ଫଳରେ ଡିସେମ୍ବର ୧ରୁ ହେବାକୁ ଥିବା ବନ୍ଦ ଡାକରା ପ୍ରସ୍ତାବ ପ୍ରତ୍ୟାହୃତ ହୋଇଛି ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031