Indus Valley Times

ଥରେ ବାଡି ହଜାଇଲେ ମିଳଇ କାହିଁ

 Breaking News

ଥରେ ବାଡି ହଜାଇଲେ ମିଳଇ କାହିଁ

ଥରେ ବାଡି ହଜାଇଲେ ମିଳଇ କାହିଁ
July 02
11:37 2021
ଥରେ ବାଡି ହଜାଇଲେ ମିଳଇ କାହିଁ ?
କବି କତୁରାନନ୍ଦ

୧୯୯୦ ଦଣକର ଶେଷ ପାଦରେ
ଦୁଇ-ଚାରି ଜଣ ସମ୍ପାଦକ ଥିଲେ ଓଡିଶାରେ
ବାଘ ଭଳି ଥିଲା ରଡି ତାଙ୍କର
ଅନ୍ୟାୟ, ଅନୀତି ବିରୋଧରେ
ଦେଉଥିଲେ ହୁଙ୍କାର ।

ବଦଳିଲା ଯେବେ ରାଜ୍ୟ ଶାସନ
ବଳଳିଗଲା ଏମାନଙ୍କ ବଚନ
ଅନ୍ୟାୟ, ଅନୀତି ଯେତେ ଦେଖିଲେ
ଅନ୍ଧ, ମୁକ ପରି ଅଭିନୟ କଲେ
କ୍ଷମତା, ଅର୍ଥ ଗୁଡ ହାଣ୍ଡିରେ ବୁଡି ରହିଲେ
ବୀର୍ଯ୍ୟହୀନ ହୋଇ କାମଳ ରୋଗୀ ବନିଲେ ।

ଏବେ ଯେତେ ବାଘ ଭଳି ରଡି ଛାଡିଲେ
କାହାରି କାନରେ ପଡେ ନାହିଁ ଭଲେ
ବିଲେଇ ପରି ମିଆଁଉ, ମିଆଁଉ ଶୁଭୁଛି
କିଏ କହେ ଚୁଚନ୍ଦ୍ରା ଚୁଁ ଚୁଁ କରୁଛି
ଆଉ ପଦ ନାହିଁ, କି ମର୍ଯ୍ୟାଦା ନାହିଁ
ଥରେ ବାଡି ହଜେଇଲେ ମିଳଇ କାହିଁ ?

ଜନତାଙ୍କର ସ୍ୱର ହୋଇରହିଲେ
ଇତିହାସରେ ତୁମ ନାମ ରହିବ ଭଲେ
ନିଜ ସ୍ୱାର୍ଥ ପାଇଁ ଯଦି ଜନତାଙ୍କୁ ମାରିବ
ଜୟଚନ୍ଦ୍ର ଭଳି ତୁମେ ଗଣା ହୋଇବ ।

ଖାଇ ଖାଇ ତୁମ ପେଟ ଫାଟିଲା
ତୁମ ବେଳ କାଳ ସରି ଆସିଲା
ଚେଇଁ ଉଠ ଆଉ ଯେତେ ଦିନ ବଂଚିବ
ଅଯଥାରେ କାହିଁ ମିର୍‌ଜାଫର ଭଳି ଗଣା ହୋଇବ ।

(This poem is a political satire. The characters in this poem are fictional. If they appear identical with any real life characters, they will be considered mere coincidence).

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031