Indus Valley Times

ଜନବିସ୍ଫୋରିତ ଉତ୍କଳ ମାତା

 Breaking News

ଜନବିସ୍ଫୋରିତ ଉତ୍କଳ ମାତା

ଜନବିସ୍ଫୋରିତ ଉତ୍କଳ ମାତା
July 31
09:34 2023

ଅରୁଣ କୁମାର ସାହୁ

କହୁଛି ମୁଁ ଉତ୍କଳ ମାତା
ସରିଯାଇଛି ମୋ ଜମିର କ୍ଷମତା 
ଭରି ଯାଇଛି ମୋ ଦେହରେ ଜନତାର ଭାର
ଶୁଣିନିଅ ଟିକେ ମୋ ଗୁହାର
ଯେତେବେଳେ ମୁଁ ସ୍ୱାଧୀନ ହେଲି
ଲକୋ ସଂଖ୍ୟା ଥିଲେ ଦେଢକୋଟିର
ତୁମ ଅବହେଳାରେ ୨୦୨୩ ମସିହାରେ
ହୋଇଗଲା ପାଂଚ କୋଟିର
ଆୟତନ ରେ ମୁଁ ଚାରିକୋଟି ଏକର
ପାହାଡ ଜଙ୍ଗଲ ସରକାର ଜମି ଦେଢକୋଟି ଏକର
ଘରବାଡି ଓ ଚାଷ ଜମି ଅଢେଇକୋଟି ଏକର
ଲୋକେ ବାସକରନ୍ତି ଏଠି ପାଂଚକୋଟିର
ସହି ମୁଁ  ପାରୁନି ପାଂଚକୋଟି ଲୋକଙ୍କର ବୋଝ ର ବ୍ୟଥା
ଉତ୍କଳ ମାତା କହୁଛି ତା ଅନ୍ତର ର ଦୁଃଖ କଥା
ସୁରକ୍ଷିତ ନୁହେଁ ପାଂଚକୋଟି ଲୋକଙ୍କ ଜୀବନ
ବାରମ୍ବାର ବନ୍ୟା ବାତ୍ୟା ମରୁଡିରେ ଜରାଜୀର୍ଣ୍ଣ ତା ଯୌବନ
ଚାରିକୋଟି ଏକର ଜମିରେ ପାଂଚକୋଟି ପରିବାର
ହାରାହାରି ପ୍ରତି ଲୋକ ପାଇଁ ଏକ ରୁ କମ୍ ଏକର
ପାଂଚକୋଟି ଲୋକେ କେମିତି କରିବେ ଘରଦ୍ୱାର
କେଉଁଠୁ ପାଇବେ ଚାଷର ଆହାର
ନକର ଆଉ ଅଧିକ ପିଲା ଜନ୍ମ
ହରାଇ ବସିଛି ମୁଁ ଭାରସ୍ୟାମ
ଉଠାଇ ପାରୁନି ଏତେ ଲୋକଙ୍କ ବୋଝ
ତାଙ୍କ ପାଇଁ ଖାଦ୍ୟ ପୋଷାକ ବାସଘର ଖୋଜ
ଯୋଗାଇ ପାରୁନି ସଭିଙ୍କୁ କାମ, ଅନେକବେକାର
ନାନାଦୋଷ ଦେଉଛନ୍ତି ଜନ୍ମଦାତ୍ରିକୁ, କଟୁବାକ୍ୟର
ଲକ୍ଷଲକ୍ଷ ଲୋକ ସେଢୁଛନ୍ତି ଖରା ବରଷାରେ ଖଟିଖଟି
ଅଣନିଶ୍ୱାସୀ ରେ ଶୁଖିଯାଉଛି ସେମାନଙ୍କର ତନ୍ଟି 
କେମିତି ଚାଲିବ ଏତେ ବଡ ବିଶାଳ ସଂସାର
ବାଛିନିଅ ଏବେ ଜନ୍ମ ନିୟନ୍ତ୍ରଣ ର ଆଧାର
ଜନ ବିସ୍ଫୋରଣ ରୁ ସବୁ ସର୍ବନାଶ
ଅନିୟମିତ ବରଷା ବନ୍ୟା ବାତ୍ୟା ତ କେଉଁଠି ମରୁଡି ଗ୍ରାସ
ସବୁ ଦେଶବାସୀ ସଚେତନ ହୁଅ
ଜନ ବିସ୍ଫୋରଣ କୁ ଦୂରାଇ ଦିଅ
ହେ ଉତ୍କଳ ବାସୀ କରିନିଅ ଜନ୍ମ ନିୟନ୍ତ୍ରଣ
ଆଗ ପିଢିକୁ ଦିଅ ସୁଖୀ ପରିବାର ର ନିମନ୍ତ୍ରଣ
ଆଗ ପିଢିଙ୍କ ଉନ୍ନତି ପାଇଁ ଯଦି ଅଛି ତୁମ ଆଶା
ବିବେକ ଖଟାଇ ବୁଝିନିଅ ଜନ୍ମ ନିୟନ୍ତ୍ରଣ ର ମାତୃଭାଷା
ପରିବାର ଯୋଜନା ଆଗ ପିଢିଙ୍କ ପାଇଁ ଏକ ମାତ୍ର ଭରସା
କପରଟି ମାଲାଡି ଅନ୍ତରା ହିଁ ଆଧୁନିକ ସୁଖୀ ସମାଜ ର ଭାଷା
ନାନା ପ୍ରାଣୀ ମରୁଛନ୍ତି ହୋଇ ହନ୍ତସନ୍ତ
ଅଧିକ ଲୋକ ସଂଖ୍ୟା ଆଣିଲା ଏ ବିପଦ
ବଡ ପରିବାର ଅଧିକ ପିଲା ଜନ୍ମ ଆଣିବ ବିନାଶ
ଜମିବାଡି ଟଙ୍କା ସୁନା ଅର୍ଥ ସବୁ ହେବ ଶେଷ
ଅର୍ଥ ହୀନ ଶିକ୍ଷ୍ୟା ହୀନ ପିଲାମାନେ ହେବେ ନିରାଶ
ଭବିଷ୍ୟତ ଜୀବନ ହେବ ଉଦାସ
ଜାଗରେ ଜାଗରେ ଉତ୍କଳ ସନ୍ତାନ
କରିନିଅ ଜନ୍ମ ନିୟନ୍ତ୍ରଣ
ଗାଈ ଗୋରୁ ପାଇଁ ନାହିଁ ଗୋଚର ପଡିଆ
ତଥାପି ଲୋକେ କହନ୍ତି ଆମ ରାଜ୍ୟ ସବୁଠୁ ବଢିଆ
ଅଳ୍ପ ଲୋକରେ ରହିବ ଅଧିକ ଜଙ୍ଗଲ ଜମି ଗୋଚର ପଡିଆ
ନାନା ଜାତି ପଶୁ ପକ୍ଷୀ ଚରୁଥିବେ ଖୁସିରେ ଟେକି ତାଙ୍କ ଫଡିଆ
ଗାଈଗୋରୁ ଛେଳି ମେଣ୍ଢା ପାଇଁ ନ ଥିବ ଘାସ ପତ୍ର କମି
ମାଛ ମାଂସ ଅଣ୍ଡା କ୍ଷୀର ଦାମ ଯିବ କମି କମି
ଅଳ୍ପ ଲୋକ ରେ ନଥିବ ଖେଳ ପଡିଆ ର ଅଭାବ
ଉନ୍ନତ ହେବ ଆମ ପିଲାଙ୍କର ସ୍ୱଭାବ
ଅଧିକ ଲୋକ ରୁ ହେଲା ଅଧିକ ଜଙ୍ଗଲ କଟା
ଜଙ୍ଗଲ କଟାରୁ ବଢିଲା ତାପମାତ୍ରା
ଅଧିକ ଲୋକଙ୍କ ପାଇଁ ହେଲା ଅଧିକ ଯାନବାହାନ
ପ୍ରଦୂଷଣ ରୁ ବିଶୁଦ୍ଧ ହେଲେ ମୋ ଅମ୍ଳଜାନ
ଫସଲରେ ଦେଲେ ସାର ରସାୟନ
ମୋର ଶୁଦ୍ଧ ପାଣି ହେଲା ଦୂଷିତ ପାନୀୟ
ନିରୋଳା ରେ ଚାଲୁଥିବା ରାସ୍ତା ହେଲା କନ୍ଟକିତ
ଯାନବାହାନ ଚଳାଚଳ ରେ ଅନେକ ଆହତ
ଜନବିଷ୍ଫୋରଣ ଜନବିଷ୍ଫୋରଣ
କେମିତି ଦେବି ଆଗ ପିଢି କୁ ଖୁସି ର ଆମନ୍ତ୍ରଣ
ଜନବିଷ୍ଫୋରଣ ଜନବିଷ୍ଫୋରଣ, ପିଲା ଜନ୍ମ କର କମ୍ କମ୍
ଏତେ ଲୋକଙ୍କ ବୋଝ ଉଠାଇ ପାରୁନି ବନ୍ଦ ହେଉଛି ମୋ ଦମ୍
ସୁରକ୍ଷିତ ନୁହେଁ ପାଂଚକୋଟି ଲୋକଙ୍କ ଜୀବନ
ଅଭାବ ଅନଟନ ଦଃୁଖ କଷ୍ଟ ରେ ବିତୁଛି ଦିନ
ଚାଷ ଜମି ହେଉଛି ଘରବାଡି
କାହିଁକି ପିଲା ଜନ୍ମ କରୁଛ ଧାଡିକି ଧାଡି
ନଦୀ ଝରଣା ପୋଖରୀ ଯାଉଛି ଭରି ଭରି
ଅଧିକ ଲୋକ ସଂଖ୍ୟା ରାଜ୍ୟକୁ ପଡୁଛି ଭାରି
ଖେଳ ପଡିଆ ଉଭେଇ ଗଲାଣି
ପୋଖରୀ ଦାଣ୍ଡ ରେ ଘର ହେଲାଣି
ଗୋଚର ଜମିରେ ଗାଁ ହେଲାଣି
ନଈ ତୁଠରେ ଘର ହେଲାଣି
ତା ଦେହର ଜାଗା ସରିଗଲାଣି
ଉତ୍କଳ ମାତା ହଇରାଣ ହେଲାଣି
ଜମି ନାହିଁ ସ୍କୁଲ କଲେଜ ପାଇିଁ
ଜମି ନାହିଁ ଇଣ୍ଡଷ୍ଟି କମ୍ପାନୀ ପାଇଁ
ଜମି ନାହିଁ ବିମାନ ବନ୍ଦର ପାଇଁ
ଜମି ନାହିଁ ଷ୍ଟେସନ ବସ ଷ୍ଟାଣ୍ଡ ପାଇଁ
ଭାଇ ଭାଇ ହୋଇଗଲେ ଭାଗ ବାଣ୍ଟ
ବଡ ବଡ ଚାଷ ଜମି ହେଲାନି ଛୋଟ ଛୋଟ
ଟ୍ରାକ୍ଟର ବୁଲାଇବା ପାଇଁ ବହୁ କଷ୍ଟ
ଲାଭ ନ ପାଇ ଚାଷୀ ହୁଏ ଛଟପଟ
ପ୍ରତି ଗାଁ ର ଲୋକ ସଂଖ୍ୟା ବଢିଗଲା ଶହେ ରୁ ହଜାର
ପାହାଡ ପର୍ବତ କାଟି ହେଲା ସହର ବଜାର
ଅର୍ଥ ସବୁ ଶେଷ ହେଲା ଗରିବ ପୋଷିବା ପାଇଁ
କଳ କାରଖାନା ଗଢିବା ପାଇଁ ଅର୍ଥ ଆଉ ନାହିଁ
ଅର୍ଥ ସବୁ ଶେଷ ହେଲା ଗରିବ ପୋଷୁ ପୋଷୁ
ରାଜକୋଷ ଶେଷ ହେଲା ନୂଆ ବର୍ଷ ଆସୁଆସୁ
ଅଧିକ ଲୋକରେ ସବୁକିଛି ନିଅଣ୍ଟ
ତାଙ୍କୁ ପୋଷିବା ପାଇଁ ମାଗଣାରେ ଖାଦ୍ୟ ପୋଷାକ ବାଣ୍ଟ
ଅଧିକ ଲୋକ ରହିବା ପାଇଁ ଘର ହେଲାନିଅଣ୍ଟ 
ତାଙ୍କ ରହିବା ପାଇଁ ମାଗଣା ରେ ଘର ବାଣ୍ଟ
ରାଜ୍ୟ ର ପ୍ରଗତି ପାଇଁ ଅର୍ଥ ହେଲା ନିଅଣ୍ଟ 
ରାଜ୍ୟ ବାସୀଙ୍କର ଜୀବନ ହେଲା ବହୁ କଷ୍ଟ
କେମିତି ପାଳିବି ପୋଷିବି ଏତେ ପିଲା ପିଲି
ଖାଦ୍ୟ ପୋଷାକରେ  ରାଜକୋଷ ହେଲା ଖାଲି
ଅର୍ଥ ନାହିଁ ନୂଆ ରାସ୍ତାଘାଟ କଳକାରଖାନା ପାଇଁ
ଜନବିଷ୍ଫୋରଣ କରୁଥିବା ବାପା ମା ଗଲେ କୁଆଡେ କାହିଁ
କୁହ ହେ ପାଂଚକୋଟି ଉତ୍କଳ ବାସୀ
ବିିଜ୍ଞାନ ବାଣିଜ୍ୟ ରେ ଆମ ରାଜ୍ୟ ଏତେ ତଳକୁ କିପରି ଗଲା ଖସି
ଅଧିକ ଲୋକଙ୍କୁ ପାଳିବା ପୋଷିବାରେ ଅର୍ଥ ହେଲା ଫାଙ୍କା
ପ୍ରଗତି ର ରାସ୍ତା ହେଲା ଅଙ୍କାବଙ୍କା, ରାଜ୍ୟ ହେଲା ଫମ୍ପା
ଅଧିକ ଲୋକ ପାଇଁ ଦରକାର ଅଧିକ ଖାଦ୍ୟ ପୋଷାକ ଘର ଛପର
ରାଜ୍ୟର ଉନ୍ନତି ନୂଆ କଳକାରଖାନା ରାସ୍ତା ଘାଟ ରହିଯିବ ପଛର
ଅଧିକ ଲୋକ ପାଇଁ ଦରକାର ଅଧିକ ଘରବାଡି
ତାଙ୍କୁ ପୋଷିବା ପାଇଁ ରାଜ୍ୟ ହୋଇଯିବ ଅଗାଡି
ଅଳ୍ପ ଲୋକ ରେ ଦେଶ ର ଅର୍ଥନୀତି ଶକ୍ତ ହେବ ଦୁଇଗୁଣ
କଳକାରଖାନା ବସାଇବା ପାଇଁ ଦେଶ ନ କରିବ ଋଣ
ଅଳ୍ପ ଲୋକ ରେ ନଥିବ ଅର୍ଥ ର ତାଡନା
ଗଢିଉଠିବ ନୂଆ କଳକାରଖାନା
ଅଳ୍ପ ଲୋକ ରେ ଅର୍ଥ ବଜେଟ ଯିବ ବଳି
ନୂଆ କଳକାରଖାନା କରିବାର ସଙ୍କଟ ଯିବ ଟଳି
ନୂଆ କଳକାରଖାନା ରେ ନୂଆ ନିଯୁକ୍ତି
ଅଧିକ ପିଲା ପାଇବେ ବେକାରୀ ରୁ ମୁକ୍ତି
ବେକାର ଯୁବ ଶକ୍ତି ପାଇବେ ନିଯୁକ୍ତି 
ରୋଜଗାର ପାଇ ବଢିବ ତାଙ୍କ ଅର୍ଥ ଶକ୍ତି
ଯୁବ ଶକ୍ତି ବେକାର ହୋଇ ବୁଲିବେ ନାହିଁ ରାସ୍ତାରେ
ହାତ ପତାଇବାକୁ ପଡିବ ନାହିଁ ଅନ୍ୟ ଦେଶ ପାଖରେ
ଉତ୍କଳ ମାତା କହୁଛି ଏ ସବୁ କଥା ରାଗରେ
ଜନ୍ମ ନିୟନ୍ତ୍ରଣ କଲେ ଆମ ରାଜ୍ୟ ରହିବ ସବୁଠୁ ଆଗରେ
ଅତ୍ୟଧିିକ ଲୋକ, ଜନବିଷ୍ଫୋରଣ ଆଣିବ ମହାବିନାଶ
ଅଭାବ ଅନାଟନ ଦଃୁଖ କଷ୍ଟ ଅଶାନ୍ତିରେ ହେବ ସର୍ବନାଶ
ଗଭୀର ଭାବେ ହୃଦୟର ସହିତ ବିଚାର କର
ବିିଜ୍ଞାନ ବାଣିଜ୍ୟ କେମିତି ବଢିବ, କଣ ତୁମ ସୁବିଚାର
ଜାଗରେ ଜାଗରେ ଉତ୍କଳ ମାତା ର ସନ୍ତାନ
କରିନିଅ ଜନ୍ମ ନିୟନ୍ତ୍ରଣ. . .  କରିନିଅ ଜନ୍ମ ନିୟନ୍ତ୍ରଣ. . .

Mob- 7978210090

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031