Indus Valley Times

ଦାଦନ ସମସ୍ୟା ର କରୁଣ କାହାଣୀ,ଦାଦନ ଶ୍ରମିକର ମୃତ ଶବ ଫେରିଲା ଘରକୁ

 Breaking News

ଦାଦନ ସମସ୍ୟା ର କରୁଣ କାହାଣୀ,ଦାଦନ ଶ୍ରମିକର ମୃତ ଶବ ଫେରିଲା ଘରକୁ

August 31
20:48 2024

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗୀର, ୩୧/୮ : ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପୁଇଁତଳା ବ୍ଲକ ବେଲବାହାଳି ଗ୍ରାମର ଭୋଜରାଜ ପରୁଆ କାମ ଅନ୍ବେଶଣରେ ସୁଦୂର ତାମିଲନାଡୁ ଯାଇଥିଲେ।ଦୁର୍ଭାଗ୍ୟ ବଶତଃ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।ମରଶରୀର ଗ୍ରାମକୁ ଆଣିବା ପାଇଁ ତାଙ୍କ ପରିବାର ପାଖରେ ସମ୍ବଳ ଅଭାବ ହେତୁ ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼.ମୁକେଶ ମହାଲିଙ୍ଗ ଙ୍କୁ ଯୋଗାଯୋଗ କରିଥିଲେ।ତେଣୁ ସ୍ୱାସ୍ଥ୍ୟ ମନ୍ତ୍ରୀ ଗୁରୁତ୍ୱ ଦେଇ ଯେପରି ଗ୍ରାମକୁ ମରଶରୀର ଆସିବ ପ୍ରଶାସନକୁ ନିର୍ଦେଶ ଦେଇଥିଲେ।
ମନ୍ତ୍ରୀଙ୍କ ଚେଷ୍ଟା ରେ ଆଜି ମରଶରୀର ଗ୍ରାମକୁ ପହଞ୍ଚିଛି।ମନ୍ତ୍ରୀଙ୍କ ଏହି ସହାୟତା ପାଇଁ ପରିବାର ସହ ଗ୍ରାମବାସୀ ଡ.ମୁକେଶ ମହାଲିଙ୍ଗ ଙ୍କୁ ପ୍ରଶଂସା ସହ ଧନ୍ୟବାଦ ଜଣାଇଛନ୍ତି।ପ୍ରକାଶ ଥାଉ କି ପ୍ରତିବର୍ଷ ବଲାଙ୍ଗୀର ଜିଲ୍ଲାରୁ ହଜାର ହଜାର ଶ୍ରମିକ ନିଜ ପରିବାର ସହ ବାହାର ରାଜ୍ୟ କୁ ପେଟ ପାଇଁ ଦାଦନ ଖଟିବାକୁ ଯାଇ ଧନ ଜନ ଜୀବନ ଯୌବନ ହରାଇ ଆସିଥାନ୍ତି।
ପୂର୍ବ ସରକାରଙ୍କ ସମୟରେ ଏହି ବିଷୟକୁ ନେଇ ଅନେକ ଥର ଗଣମାଧ୍ୟମ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିବା ବେଳେ ଦାଦନ ଶ୍ରମିକର ସମସ୍ୟା ସମାଧାନ ହୋଇ ପାରି ନ ଥିଲା।
ଏବେ ଡବଲ ଇଞ୍ଜିନ ସରକାର ଙ୍କ ରାଜତ୍ୱ।ତେବେ ବଲାଙ୍ଗୀର ଜିଲ୍ଲାରେ ଦାଦନ ସମସ୍ୟା ର ସ୍ଥାୟୀ ସମାଧାନ ଉପରେ ଏହି ସରକାର ଗୁରୁତ୍ବ ଦେବେ ବୋଲି ଜନ ସାଧାରଣ ଙ୍କ ଆଶା ଓ ବିଶ୍ୱାସ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930