Indus Valley Times

‘ଦୀଘା ଜଗନ୍ନାଥ ଧାମ’ ନେଇ ମୋହନଙ୍କ ଚିଠି, ନାମ ପରିବର୍ତ୍ତନ ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ କଲେ ଅନୁରୋଧ

 Breaking News

‘ଦୀଘା ଜଗନ୍ନାଥ ଧାମ’ ନେଇ ମୋହନଙ୍କ ଚିଠି, ନାମ ପରିବର୍ତ୍ତନ ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ କଲେ ଅନୁରୋଧ

‘ଦୀଘା ଜଗନ୍ନାଥ ଧାମ’ ନେଇ ମୋହନଙ୍କ ଚିଠି, ନାମ ପରିବର୍ତ୍ତନ ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ କଲେ ଅନୁରୋଧ
June 09
17:52 2026

ଭୁବନେଶ୍ବର,୯/୬: ଦୀଘା ଜଗନ୍ନାଥ ମନ୍ଦିରରୁ ‘ଧାମ’ ଶବ୍ଦ ହଟାଇବା ପ୍ରସଙ୍ଗରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଶୁଭେନ୍ଦୁ ଅଧିକାରୀଙ୍କୁ ମୋହନ ମାଝୀଙ୍କ ଚିଠି ଲେଖିଛନ୍ତି । ଦୀଘା ଜଗନ୍ନାଥ ମନ୍ଦିର ନାମରୁ ‘ଧାମ’ ଶବ୍ଦକୁ ବାଦ୍ ଦେବାକୁ ଚିଠିରେ ଉଲ୍ଲେଖ ।
ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ‘ଜଗନ୍ନାଥ ଧାମ’ ଶବ୍ଦଟି ଭାରତର ପୂଜ୍ୟ ଚାରିଧାମ ମଧ୍ୟରୁ ଗୋଟିଏ ପୁରୀରେ ଥିବା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ଧାମ ସହିତ ଆନ୍ତରିକ ଭାବରେ ଜଡିତ । ଏହି ନାମକରଣ ଅତ୍ୟନ୍ତ ଆଧ୍ୟାତ୍ମିକ, ଐତିହାସିକ ଏବଂ ସାଂସ୍କୃତିକ ଗୁରୁତ୍ୱ ବହନ କରେ ଏବଂ ଅଗଣିତ ଭକ୍ତଙ୍କ ବିଶ୍ୱାସ ଏବଂ ଚେତନାରେ ଏକ ଅନନ୍ୟ ସ୍ଥାନ ଅଧିକାର କରେ ।
ପୁରୀର ଶ୍ରୀଜଗନ୍ନାଥ ଧାମ ସହିତ ଜଡିତ ପବିତ୍ରତା ଏବଂ ସ୍ୱତନ୍ତ୍ର ପରିଚୟକୁ ସଂରକ୍ଷଣ କରିବାର ମନୋଭାବରେ, ‘ଧାମ’ ଶବ୍ଦକୁ ବାଦ୍ ଦେଇ ଏବଂ ‘ଶ୍ରୀ ଜଗନ୍ନାଥ ମନ୍ଦିର, ଦୀଘା’ ଭଳି ଏକ ଉପଯୁକ୍ତ ବିକଳ୍ପ ନାମ ଗ୍ରହଣ କରି ଦୀଘା ମନ୍ଦିର ପରିସରର ନାମକରଣର ଉପଯୁକ୍ତ ସଂଶୋଧନକୁ ସହଜ କରିବା ପାଇଁ ହସ୍ତକ୍ଷେପ ପାଇଁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ । ପୂର୍ବରୁ ଦୀଘାରେ \’ଜଗନ୍ନାଥ ଧାମ\’ ନାମ ହଟାଇବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି କରି ଅପିଲ କରିଥିଲେ ପୁରୀ ସାଂସଦ ସମ୍ବିତ ପାତ୍ର ।
ଉଲ୍ଲେଖଯୋଗ୍ୟ ଯେ, ପୁରୀ ଶ୍ରୀମନ୍ଦିରର ଅବିକଳ ନକଲରେ ଗଢ଼ାହୋଇଛି ଦୀଘା ଜଗନ୍ନାଥ ମନ୍ଦିର । ୨୦ ଏକର ଜମିରେ ଓ ୨୫୦ କୋଟି ବ୍ୟୟରେ ନିର୍ମାଣ ହୋଇଛି ମନ୍ଦିର । ୨୦୧୯ ମସିହାରୁ ମନ୍ଦିର ନିର୍ମାଣ କାମ ଆରମ୍ଭ ହୋଇଥିଲା ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031