Indus Valley Times

ନାଇଜରରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ନାଇଜରରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ନାଇଜରରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
March 29
22:44 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା, ୨୯/୩ : ଗତ ୧୦ ମାର୍ଚ୍ଚ ରେ ନାଇଜର ମୁଖ୍ୟ ପ୍ରବେଶଦ୍ୱାର ସମ୍ମୁଖରେ ଘଟିଥିବା ଏକ ଦୁଃଖଦ ସଡକ ଦୁର୍ଘଟଣାରେ ଗାଡ଼ି ଚାଳକଙ୍କ ଅବହେଳାପୂର୍ଣ୍ଣ ଚାଳନା ଫଳରେ ତିନିଜଣ ମୂଲ୍ୟବାନ ଜୀବନର ହାନି ଘଟିଥିଲା।
ଉକ୍ତ ଘଟଣାର ଗୁରୁତ୍ୱକୁ ଅନୁଭବ କରି ନାଇଜର ଛାତ୍ରଛାତ୍ରୀ, ଅଧ୍ୟାପକ ଏବଂ କର୍ମଚାରୀମାନଙ୍କ ସମିଳିତ ପ୍ରୟାସରେ ଏକ ସଡକ ସୁରକ୍ଷା ସଚେତନତା ଅଭିଯାନ ଆୟୋଜିତ କରାଯାଇଥିଲା।
ଏଥିରେ ନାଇଜରର ରେଜିଷ୍ଟ୍ରାର ଡ଼ଃ ପ୍ରଣୟ ସ୍ୱାଇଁଙ୍କ ସଂଯୋଜନାରେ ଆରଟିଓ ଭୁବନେଶ୍ୱର-୨ ର ଅଧିକାରୀମାନଙ୍କ ସହଯୋଗରେ ସଫଳତାର ସହିତ ସଂଚାଳିତ ହୋଇଥିଲା। ଡ଼ଃ ସ୍ୱାଇଁ ସମସ୍ତ ଯାତ୍ରୀ ଓ ଚାଳକମାନଙ୍କୁ ସଡକ ନିୟମ ମାନି କଡାକଡି ଭାବରେ ପାଳନ କରିବା ସହିତ ସତର୍କ ଓ ଦାୟିତ୍ୱଶୀଳ ଭାବରେ ଯାନ ଚାଳନା କରିବାକୁ ଆହ୍ୱାନ ଜଣାଇଥିଲେ।
ମୋଟର ଭେହିକଲ୍ ଇନ୍ସପେକ୍ଟର ରବୀନ୍ଦ୍ରନାଥ ଜେନା ନାଇଜର ସମୁଦାୟକୁ ସମ୍ବୋଧନ କରି ସଡକ ସୁରକ୍ଷା ସମ୍ବନ୍ଧୀୟ ବିଭିନ୍ନ ପାର୍ଶ୍ୱ ଉପରେ ବିସ୍ତୃତ ଆଲୋକପାତ କରିଥିଲେ।
ସେ ରାଜ୍ୟ ସରକାରଙ୍କ ପକ୍ଷରୁ ସଡକ ଦୁର୍ଘଟଣା ରୋକିବା ପାଇଁ ଗ୍ରହୀତ ବିଭିନ୍ନ ପଦକ୍ଷେପ ବିଷୟରେ ଅବଗତ କରାଇବା ସହ ନିଜସ୍ୱ ସତର୍କତା ଓ ସୁରକ୍ଷିତ ଯାତାୟାତ ପ୍ରଚଳନର ଗୁରୁତ୍ୱ ଉପରେ ମଧ୍ୟ ଜୋର ଦେଇଥିଲେ।
କାର୍ଯ୍ୟକ୍ରମ ସମୟରେ ରାସ୍ତା ଉପଯୋଗକାରୀମାନଙ୍କ ମଧ୍ୟରେ ସୂଚନା, ଶିକ୍ଷା ଓ ସଂଯୋଗ ସାମଗ୍ରୀ ବଣ୍ଟନ କରାଯାଇଥିଲା।ବିମଳ କାନ୍ତି ସାହୁ, ଅବସରପ୍ରାପ୍ତ ଆଇଏସ କମିଶନର ଇ ଏସ ଆଇ ସି ଉପସ୍ଥିତ ରହି ସଡକ ସୁରକ୍ଷା ସମ୍ବନ୍ଧୀୟ ମୂଲ୍ୟବାନ ମତାମତ ପ୍ରଦାନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସୁମନ୍ତ୍ର ପାତ୍ର ଟ୍ରାଫିକ୍ ଇନ୍ସପେକ୍ଟର,ପ୍ରସଞ୍ଜିତା ଲାକ୍ରା ଅସିଷ୍ଟାଣ୍ଟ ଆରଟିଓ , ଏବଂ ସତ୍ୟରଞ୍ଜନ ପୃଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031