Indus Valley Times

ନୂଆପଡ଼ା ଉପନିର୍ବାଚନ, ନାମାଙ୍କନ ଭରିଲେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ

 Breaking News

ନୂଆପଡ଼ା ଉପନିର୍ବାଚନ, ନାମାଙ୍କନ ଭରିଲେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ

October 20
12:21 2025

ଭୁବନେଶ୍ୱର,୨୦/୧୦: ନୂଆପଡ଼ା ଉପନିର୍ବାଚନ ପାଇଁ ଆଜି ଶେଷ ଦିନ ଥିବା ବେଳେ ସୋମବାର ବିଜେଡି ପ୍ରାର୍ଥିନୀ ସ୍ନେହାଙ୍ଗିନୀ ଛୁରିଆ ନାମାଙ୍କନ ଭରିଛନ୍ତି। ୧୮ରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ଉଭୟ ଭାଜପା ଓ କଂଗ୍ରେସ। ଭାଜପାରୁ ଜୟ ଢୋଲକିଆ ନାମାଙ୍କନପତ୍ର ଦାଖଲ କରିଥିବା ବେଳେ କଂଗ୍ରେସରୁ ଘାସିରାମ ମାଝୀ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।
ଆଜି ନାମାଙ୍କନପତ୍ର ଦାଖଲର ଶେଷ ଦିନ। ନଭେମ୍ବର ୧୧ରେ ନୂଆପଡ଼ା ବିଧାନସଭା ଆସନ ପାଇଁ ଭୋଟଗ୍ରହଣ ହେବ। ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ ପରେ ନୂଆପଡ଼ାରେ ଏହି ଆସନ ଖାଲିପଡିଥିଲା।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031