Indus Valley Times

ନୂତନ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ଶୁଭେଚ୍ଛା ଜଣାଇଲେ ଯାଜପୁର ଜିଲ୍ଲାପାଳ ଅମ୍ବର କର

 Breaking News

ନୂତନ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ଶୁଭେଚ୍ଛା ଜଣାଇଲେ ଯାଜପୁର ଜିଲ୍ଲାପାଳ ଅମ୍ବର କର

ନୂତନ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ଶୁଭେଚ୍ଛା ଜଣାଇଲେ ଯାଜପୁର ଜିଲ୍ଲାପାଳ ଅମ୍ବର କର
December 25
19:13 2025

ଅକ୍ଷୟ ରାଉତଙ୍କ ରିପୋର୍ଟ
ଯାଜପୁର, ୨୫/୧୨ : ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ନୂଆ ନିଯୁକ୍ତି । ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ଅନୁ ଗର୍ଗଙ୍କୁ ନିଯୁକ୍ତି ମିଳିଛି ।
୧୯୯୧ ବ୍ୟାଚ୍‌ର ଆଇଏଏସ୍ ଅଧିକାରୀ ହେଉଛନ୍ତି ଅନୁ ଗର୍ଗ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ଅବସରରେ ନୂତନ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ଶୁଭେଚ୍ଛା ଜଣାଇଚନ୍ତି ଯାଜପୁର ଜିଲ୍ଲାପାଳ ଅମ୍ୱର କୁମାର କର ।
ଜିଲ୍ଲାପାଳ କର କହିଛନ୍ତି ସେ ଜନେ ଭଲ ମଣିଷ ଓ ତାଙ୍କ କାର୍ଯ୍ୟ ସ୍ଵତନ୍ତ୍ର ନିଆର ,ଯେଉଁ ବିଭାଗର ଦାଇତ୍ୱ ନେଇଛନ୍ତି ତାହାକୁ ସୁଚାରୁରୂପେ ନିର୍ବାହ କରିଛନ୍ତି ।
ଏବେ ଅନୁ ଗର୍ଗ ଉନ୍ନୟନ କମିଶନର ସହ ଜଳ ସମ୍ପଦ ବିଭାଗର ଅତିରିକ୍ତ ସଚିବ ଅଛନ୍ତି । ଏହା ପୂର୍ବରୁ ସେ ଶ୍ରମ, ମହିଳା ଓ ଶିଶୁ ବିକାଶ ବିଭାଗର ସଚିବ ରହି ଦକ୍ଷତା ପ୍ରତିପାଦନ କରିଛନ୍ତି ।
ଏଥିସହ କେନ୍ଦ୍ର ସରକାରରେ ଟେକ୍ସଟାଇଲ୍‍, ପ୍ରଧାନମନ୍ତ୍ରୀଙ୍କ ଯୁଗ୍ମ ସଚିବ, ସ୍ଵାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଭାବେ ଅଭିଜ୍ଞତା ରହିଛି ।
୧୯୯୨ରୁ ୨୦୦୩ ପର୍ଯ୍ୟନ୍ତ ଅନୁ ଗର୍ଗ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏଡିଏମ୍ ଓ ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଛନ୍ତି । ଏହାପରେ ସେ ଓଡ଼ିଶା ସରକାରଙ୍କ ସ୍ଵାସ୍ଥ୍ୟ ବିଭାଗର କମିଶନର ଭାବେ ୨୦୦୮ରୁ ୨୦୧୨ ପର‌୍ୟ୍ୟନ୍ତ କାର‌୍ୟ୍ୟ କରିଥିଲେ ।
କେନ୍ଦ୍ର ସରକାରଙ୍କ ଐଖଋଏର ସଦସ୍ୟ ହେଉଛନ୍ତି ଅନୁ ଗର୍ଗ ।ଦିଲ୍ଲୀର ଲେଡି ଶ୍ରୀରାମ କଲେଜରେ ପଢ଼ିଥିବା ଅନୁ ଗର୍ଗ ଲକ୍ଷ୍ନୌରେ ସ୍ନାତକୋତ୍ତର କରିଥିଲେ । ୨୦୦୭ରେ ଅନୁ ଗର୍ଗ ଆମେରିକାର ଜହ୍ନସ୍ ହୋପକିନ୍ସ ବିଶ୍ଵବିଦ୍ୟାଳୟରୁ ଜନସ୍ଵାସ୍ଥ୍ୟରେ ସ୍ନାତକୋତ୍ତର ହାସଲ କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31