Indus Valley Times

ପଦ୍ମ ବିଜେତାଙ୍କୁ ସମ୍ମାନସୂଚକ ସହାୟତା ଭାବେ ମାସକୁ ମିଳିବ ୩୦ ହଜାର

 Breaking News

ପଦ୍ମ ବିଜେତାଙ୍କୁ ସମ୍ମାନସୂଚକ ସହାୟତା ଭାବେ ମାସକୁ ମିଳିବ ୩୦ ହଜାର

ପଦ୍ମ ବିଜେତାଙ୍କୁ ସମ୍ମାନସୂଚକ ସହାୟତା ଭାବେ ମାସକୁ ମିଳିବ ୩୦ ହଜାର
January 16
19:31 2025

ଭୁବନେଶ୍ୱର,୧୬/୧: ରାଜ୍ୟ ସରକାର ଗୁରୁବାର ପଦ୍ମ ବିଜେତାଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ପଦ୍ମ ପୁରସ୍କାର ବିଜେତାଙ୍କୁ ରାଜ୍ୟ ସରକାର ମାସିକ ୩୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିବେ।
ଏନେଇ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। ଚଳିତ ଜାନୁଆରୀ ମାସରୁ ଏହି ସହାୟତା ରାଶି ପ୍ରଦାନ କରାଯିବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନା ଯୋଗ୍ୟ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୂର୍ବରୁ ରାଜ୍ୟର ସମସ୍ତ ପଦ୍ମ ବିଜେତାଙ୍କୁ ସମ୍ମାନ ସୂଚକ ସହାୟକ ରାଶି ପ୍ରଦାନ କରିବେ ବୋଲି ଘୋଷଣା କରିଥିଲେ।
ଗୁରୁବାର ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ସହାୟକ ରାଶି ପ୍ରଦାନ ନେଇ ବିଜ୍ଞପ୍ତି ଜାରି କରାଯାଇଛି।
ତେବେ ରାଜ୍ୟରେ ବର୍ତ୍ତମାନ ୫୫ଜଣ ଜୀବିତ ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତି ଅଛନ୍ତି। ସେମାନଙ୍କୁ ମାସକୁ ୩୦ ହଜାର ଟଙ୍କା ଲେଖାଏଁ ସମ୍ମାନ ସୂଚକ ସହାୟକ ରାଶି ସରକାର ପ୍ରଦାନ କରିବେ। ଏଥିପାଇଁ ବର୍ଷକୁ ରାଜକୋଷରୁ ୨ କୋଟି ଟଙ୍କା ଖର୍ଚ୍ଚ କରାଯିବ ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930