Indus Valley Times

ପାଠ୍ୟକ୍ରମ ରୂପରେଖ-୨୦୨୫ ର ପ୍ରବୋଧନ ତାଲିମ ଶିବିର, ନୂତନ ପାଠ୍ୟ ପୁସ୍ତକ ସହ ପରିଚୟ

 Breaking News

ପାଠ୍ୟକ୍ରମ ରୂପରେଖ-୨୦୨୫ ର ପ୍ରବୋଧନ ତାଲିମ ଶିବିର, ନୂତନ ପାଠ୍ୟ ପୁସ୍ତକ ସହ ପରିଚୟ

February 28
19:11 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା ,୨୭/୨ : ଖୋରଧା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ ବରୁଣେଇ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ପଲ୍ଲା ପରିସରରେ ଜାତୀୟ ଶିକ୍ଷାନୀତି–୨୦୨୦ ଏବଂ ଓଡ଼ିଶା ବିଦ୍ୟାଳୟ ପାଠ୍ୟକ୍ରମ ରୂପରେଖ, ବିଦ୍ୟାଳୟ ଶିକ୍ଷା- ୨୦୨୫ ଅନୁଯାୟୀ “ପ୍ରବୋଧନ” ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି ।
ଖୋରଧା ମଣ୍ଡଳ ଶିକ୍ଷାଧିକାରୀ ଯାଜ୍ଞସେନୀ ସାହୁଙ୍କ ତତ୍ତ୍ଵାବଧାନରେ ଏବଂ ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜିକା ସଂଧ୍ୟାବତୀ ଲେଙ୍କା ଏବଂ ସହ ମଣ୍ଡଳ ଶିକ୍ଷାଧିକାରୀ ଭରତ ଚନ୍ଦ୍ର ପ୍ରଧାନଙ୍କ ସଂଯୋଜନାରେ ସମ୍ବଳ ଶିକ୍ଷକ ଭାବେ ଭୀମସେନ ପରିଡ଼ା, ଡ଼. ମମିତା ସାହୁ ଓ ରେବତୀ ପଣ୍ଡା ପାଞ୍ଚ ଦିନ ଧରି ତାଲିମ ପ୍ରଦାନ କରିଥିଲେ।
କାର୍ଯ୍ୟକ୍ରମରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଯୋଗଦେଇ ପ୍ରଶିକ୍ଷାର୍ଥୀ ମାନଙ୍କୁ ଉତ୍ସାହିତ କରିଥିଲେ। ନୂତନ ପାଠ୍ୟକ୍ରମ ରୂପରେଖ ଭାରତୀୟ ଜ୍ଞାନ ପରମ୍ପରା, ଭାବଧାରା, ପ୍ରାଚୀନ ଶିକ୍ଷା ବ୍ୟବସ୍ଥା, ଗୁରୁକୂଳ ବୈଶିଷ୍ଟ୍ୟ, ନୂତନ ଦକ୍ଷତା ଭିତ୍ତିକ ଶିକ୍ଷଣ, ପଞ୍ଚକୋଷ ଭିତ୍ତିକ ସମଗ୍ର ବିକାଶ, ପଞ୍ଚପଦୀ ଶିକ୍ଷଣ ଇତ୍ୟାଦି ଉପରେ ପର୍ଯ୍ୟବେସିତ ।
ଏହା ଶିକ୍ଷାର୍ଥୀଙ୍କୁ ଭବିଷ୍ୟତରେ ଜଣେ ଉତ୍ତମ ମଣିଷ ରୂପେ ଗଢ଼ିତୋଳିବାରେ ସାହାଯ୍ୟ କରିବ । ପ୍ରକାଶ ଥାଉକି, ଗତ ଜାନୁଆରୀ ୩୦ ରୁ ଆରମ୍ଭ ହୋଇଥିବା ଏହି ତାଲିମ କାର୍ଯ୍ୟକ୍ରମ ବକ୍ସି ଜଗବନ୍ଧୁ ଉଚ୍ଚ ବିଦ୍ୟାଳୟ, ଖୋରଧାଠାରେ ୩ଟି ପର‌୍ୟ୍ୟାୟରେ ୧୫ ଦିନ ଧରି ଏବଂ ବରୁଣେଇ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ପଲ୍ଲା ଠାରେ ୨ଟି ପର‌୍ୟ୍ୟାୟରେ ୧୦ ଦିନ ଧରି ଚାଲିଥିଲା ।
କାର୍ଯ୍ୟକ୍ରମରେ ମୋଟ ୫ଟି ପର୍ଯ୍ୟାୟରେ ଖୋରଧା ମଣ୍ଡଳର ପ୍ରାୟ ୫୦୦ ରୁ ଅଧ‌ିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ତାଲିମ ଏବଂ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।
ଏହି ପ୍ରଶିକ୍ଷଣରୁ ଗ୍ରହଣ କରିଥିବା ସମସ୍ତ ପାଠ୍ୟକ୍ରମକୁ ବିଦ୍ୟାଳୟ ସ୍ତରରେ ଶତ ପ୍ରତିଶତ କାର‌୍ୟ୍ୟକାରୀ କରିବା ପାଇଁ ସମସ୍ତ ପ୍ରଶିକ୍ଷାର୍ଥୀ ନିଜର ମତପୋଷଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31