Indus Valley Times

ପୂରା ଦମରେ ପଡିଛନ୍ତି ନିରଜଂନ; ଟିକିଏ ଶୀଥିଳ ବିଜେଡି ଓ ବିଜେପି

 Breaking News

ପୂରା ଦମରେ ପଡିଛନ୍ତି ନିରଜଂନ; ଟିକିଏ ଶୀଥିଳ ବିଜେଡି ଓ ବିଜେପି

May 12
21:31 2018

ବାଲେଶ୍ୱରରୁ ସୁଦାମ ପାତ୍ର/ କୋରାପୁଟରୁ ସୂର୍ଯ୍ୟନାରାୟଣ ପଣ୍ଡା ଓ ରାୟଗଡାରୁ ଚନ୍ଦ୍ରଭାନୁ ସିଂହ
ଭୁବନେଶ୍ୱର, 29 ।5 । (ସ୍ୱତନ୍ତ୍ର ପ୍ରତିନିଧି): ନିକଟରେ ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିଯୁକ୍ତି ହେବା ପରେ ଦଳର ପୁରୁଖା ତଥା ଅଭିଜ୍ଞ ନେତା ନିରଜଂନ ପଟ୍ଟନାୟକ ଦଳକୁ ସୁଧାରିବାରେ ଲାଗିପଡିଛନ୍ତି । ହାତରେ ସମୟ କମ୍ ଥିବାରୁ ସେ ନିଜେ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଗସ୍ତ କରି ପୁରୁଖା ନେତା କର୍ମୀମାନଙ୍କୁ ଖୋଜି ବାହାର କରୁଛନ୍ତି । ଏହା ସହିତ ସେମାନଙ୍କ ସହିତ ପୁନଃ ସମ୍ପର୍କ ପ୍ରତିଷ୍ଠା କରିବା ସହିତ ଦଳକୁ ଫେରାଇ ଆଣିବା କାର୍ଯ୍ୟରେ ଲାଗି ପଡିଛନ୍ତି ।
ନିକଟରେ ଶ୍ରୀ ପଟ୍ଟନାୟକ ପଶ୍ଚିମ ଓଡିଶା ଗସ୍ତ କରି ସେଠାକାର ଟାଣୁଆ ନେତା ଭକ୍ତ ଚରଣ ଦାସଙ୍କୁ ନେଇ ସେ ଅଚଂଳରେ ନେତା ଓ କର୍ମୀମାନଙ୍କ ସହିତ ପ୍ରାରମ୍ଭିକ ବୈଠକ କରିସାରିଛନ୍ତି । ଏହି ବୈଠକ ବେଶ୍ ସଫଳ ହୋଇଛି ଏବଂ ପଶ୍ଚିମ ଓଡିଶାର ଲୋକ ପୁଣି ଥରେ କଂଗ୍ରେସକୁ ନିଜର ସମର୍ଥନ ଦେବା ଲାଗି ପ୍ରତିଶ୍ରୁତି ଦେଇଛନ୍ତି ବୋଲି ସେ ନ୍ଖକ୍ସ ଫେସବୁକ୍ ପୋଷ୍ଟରେ କହିଛନ୍ତି ।
ଅନ୍ୟ ପକ୍ଷରେ କଂଗ୍ରେସର ନବ ନିଯୁକ୍ତି ତିନି କାର୍ଯ୍ୟକାରୀ ସଭାପତି ଯଥା ନବ କିଶୋର ଦାସ, ଚିରଂଜୀବି ବିଶ୍ୱାଳ ଓ ପ୍ରଦୀପ ମାଝି ଯଥା କ୍ରମେ ବିଭିନ୍ନ ଜିଲ୍ଲା ଗସ୍ତ କରି ଘର ସଜଡା କାମରେ ଲାଗି ପଡିଛନ୍ତି । ନବ ଦାସ ମଧ୍ୟ ଓଡିଶା ଓ ପଶ୍ଚିମ ଓଡିଶାର ଅର୍ଦ୍ଧାଧିକ ଜିଲ୍ଲା ଗସ୍ତ କରି ନେତାମାନଙ୍କ ସହିତ ଭେଟାଭେଟି କରିସାରିଲେଣି ।
ସେହିପରି ଚିରଜୀଂବି ବିଶ୍ୱାଳ ଉତ୍ତର ଓଡିଶାର ବାଲେଶ୍ୱର ସମେତ ଅନ୍ୟ କେତକ ଜିଲ୍ଲା ଗସ୍ତ କରି ଦଳର ନେତା ଓ କର୍ମୀମାନଙ୍କ ମନରେ କଂଗ୍ରେସ ପ୍ରତି ବିଶ୍ୱାସ ଫେରାଇ ଆଣିବାକୁ କହିଛନ୍ତି । ଶନିବାର ଦିନ ବାଲେଶ୍ୱରେ ଶ୍ରୀ ବିଶ୍ୱାଳ କହିଛନ୍ତି ଯେ ଏଥର ରାଜ୍ୟରେ କଂଗ୍ରେସ ବେଶ୍ ଭଲ ପ୍ରଦର୍ଶନ କରିବା ସହିତ କ୍ଷମତାକୁ ଫେରିବ ।
ସେହିପରି କଂଗ୍ରେସ ଯୁବ ନେତୃତ୍ୱ ପ୍ରଦୀପ ମାଝି ଦକ୍ଷିଣ ଓଡିଶାର ମାଲକାନାଗିରି, ନବରଙ୍ଗପୁର, କୋରାପୁଟ ଓ ରାୟଗଡା ଗସ୍ତ କରି ଅନେକ ସଭା,ସମିତି କରିସାରିଲେଣି ।
ସବୁଠାରୁ ଉଲ୍ଲେଖନୀୟ କଂଗ୍ରେସର ରାଜ୍ୟ ସଭାପତି ଓ କାର୍ଯ୍ୟକାରୀ ସଭାପତିମାନେ ସେମାନଙ୍କର ଗସ୍ତ କାର୍ଯ୍ୟକ୍ରମକୁ ଅତି ସୁଚିନ୍ତିତ ଭାବେ ଆୟୋଜନ କରୁଛନ୍ତି । ସଭାସମିତି ଯେପରି ଶାନ୍ତି ଶୃଙ୍ଖଳାର ସହିତ ହେବ, ସେ ନେଇ ଅନେକ ପୂର୍ବରୁ ରଣନୀତି ପ୍ରସ୍ତୁତ କରାଯାଉଛି । କଂଗ୍ରେସ ଏବେ ସୁଶୃଙ୍ଖଳିତ ଓ ସୁସଙ୍ଗଠିତ ବୋଲି ଏକ ବାର୍ତ୍ତା ଦେବାକୁ ଏହି ନେତାମାନେ ବେଶ୍ ଉଦ୍ୟମ କରୁଥିବା ଦେଖାଯାଉଛି ।
ଅପର ପକ୍ଷରେ ବିଧାନସଭା ବଜେଟ୍ ଅଧିବେଶନ ପରେ ଶାସକ ବିଜେଡି ଓ ବିଜେପି ଜିଲ୍ଲାସ୍ତରେ କର୍ମୀଙ୍କୁ ଉତ୍ସାହ ଦେବା ଭଳି କିଛି କାର୍ଯ୍ୟକ୍ରମ ଆୟୋଜନ କରିନାହାଁନ୍ତି କି ରାଜଧାନୀ ଭୁବନେଶ୍ୱରରେ ସେମିତି କିଛି କାର୍ଯ୍ୟକ୍ରମ ଏହି ଦୁଇଦଳ ଦ୍ୱାରା କରାଯାଇନାହିଁ ।
ଯାହା ଜଣାପଡୁଛି କର୍ଣ୍ଣାଟକ ନିର୍ବାଚନ ଫଳାଫଳ ଘୋଷଣା ପରେ ଦେଶର ରାଜନୀତି ନୂଆ ମୋଡ ନେବ । ଏବଂ ଏହା ସହିତ ତାଳ ଦେଇ ରାଜ୍ୟ ରାଜନୀତିରେ ଅନେକ କିଛି ଘଟଣା ଘଟିବ । ନେତାମାନଙ୍କ ଦଳବଦଳ ପ୍ରକ୍ରିୟା ଅଧିକ ସଂଖ୍ୟାରେ ଦେଖିବାକୁ ମିଳିବ ।
କଂଗ୍ରେସ ଏବେ ଭିତରେ ଭିତରେ ଘର ସଜଡା ଉଦ୍ୟକ ଆରମ୍ଭ କରିଦେଇଥିବା ବେଳେ ବିଜେଡି ଓ ବିଜେପି ତା’ର କିପରି ମୁକାବିଲା କରୁଛନ୍ତି, ତାହା ଦେଖିବାର କଥା । ଗତ ୨୦୧୪ ବିଧାନ ସଭା ନିର୍ବାଚନରେ କଂଗ୍ରେସ ୨୫ ପ୍ରତଶତରୁ ସାମାନ୍ୟ ଉର୍ଦ୍ଧ ଭୋଟ୍ ପାଇଥିଲା । କୁହାଯାଉଛି, ଓଡିଶାରେ କଂଗ୍ରେସର ସବୁଠାରୁ ଖରାପ ସମୟ ଚାଲିଯାଇଛି । ଯଦି ଏହା ସତ ହୋଇଥାଏ ଏବଂ କଂଗ୍ରେସ ଭୋଟ୍ ହାର ବୃଦ୍ଧିପାଏ, ତେବେ ଏହା ଉଭୟ ବିଜେଡି ଓ ବିଜେପିକୁ କ୍ଷତିକାରକ ସାବସ୍ତ୍ୟ ହେବ ।
ପର୍ଯ୍ୟବେକ୍ଷକମାନଙ୍କ ମତରେ ସବୁଠାରୁ ବେଶି କ୍ଷତିଗ୍ରସ ହେବ ବିଜେଡି । କାରଣ କଗ୍ରେସର ବହୁ ନେତା ଓ କର୍ମୀକୁ ବିଜେପି ଅପେକ୍ଷା ବିଜେଡିକୁ ଯାଇଛନ୍ତି । ସେମାନଙ୍କୁ ପୁଣି ଥରେ ଦଳକୁ ଫେରାଇ ଆଣିବାକୁ ନିରଜଂନଙ୍କ ଟିମ୍ ଭରଭୂର ଉଦ୍ୟମ କରୁଛି ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031