Indus Valley Times

ପ୍ରତିବର୍ଷ୧୫ ବର୍ଷରେ ପହଁଚୁଥିବା ୯ଲକ୍ଷ ଓଡିଆ ଯୁବପୀଢିଙ୍କର ରୋଜଗାର କଥା ଚିନ୍ତା କରିବାକୁ ପଡିବ: ଧର୍ମେନ୍ଦ୍ର

 Breaking News

ପ୍ରତିବର୍ଷ୧୫ ବର୍ଷରେ ପହଁଚୁଥିବା ୯ଲକ୍ଷ ଓଡିଆ ଯୁବପୀଢିଙ୍କର ରୋଜଗାର କଥା ଚିନ୍ତା କରିବାକୁ ପଡିବ: ଧର୍ମେନ୍ଦ୍ର

May 21
14:37 2018

ସ୍ୱାଭିମାନର ସହ ବଂଚିବାର ଚାବିକାଠି ହେଉଛି ଦକ୍ଷତା ବିକାଶ
-Report by Pankaj Padhi
ଭୁବନେଶ୍ୱର, ୨୫ ।୫ । ମଇ-ସ୍ୱାଭିମାନର ସହ ବଂଚିବାର ଚାବିକାଠି ହେଉଛି ଦକ୍ଷତା ବିକାଶ । ବିଗତ ଦିନର ପାଠପଢା ଓ ରୋଜଗାର ମଧ୍ୟରେ ଯେଉଁ ଦୂରତା ଥିଲା ଏହା ଦକ୍ଷତା ବିକାଶ ମାଧ୍ୟମରେ ପୂରଣ କରାଯାଇ ପାରିବ । ଯୁବକଙ୍କୁ ଆତ୍ମରୋଜଗାର, ଆତ୍ମନିର୍ଭରଶୀଳ ଓ ସ୍ୱାଭିମାନ କରିବାକୁ ପଡିବ । ୟୁବ ପୀଢି ମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ସମାଜର ସହଯୋଗ ଦରକାର । ୧୫ ବର୍ଷରେ ପହଁଚୁଥିବା ୯ ଲକ୍ଷ ଓଡ଼ିଆ ଯୁବପୀଢିଙ୍କର ରୋଜଗାର କଥା ଚିନ୍ତା କରିବାକୁ ପଡିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରକାଶ କରିଛନ୍ତି ।
ରବିବାର ଦିନ ଭୁବନେଶ୍ୱର ସ୍କିଲ ଡେଭଲମେଂଟ ଇନଷ୍ଟିଚ୍ୟୁଟର ଦ୍ୱିତୀୟ ପ୍ରତିଷ୍ଠା ଉତ୍ସବରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସବୁ ଯୁବପୀଢି ଦକ୍ଷତା ସମ୍ପନ୍ନ ଓ କୌଶଳୀ ହେବା ସହ ଆତ୍ମନିରଭରଶୀଳ ସହକାରେ ବଂଚିବା ଉପରେ ଗୁରୁତ୍ୱ ଦେଉଛନ୍ତି । ତେଣୁ ବିଏ, ବିଏଏସି ଓ ବିକମ ପାସ ପରେ ମଧ୍ୟ ଛାତ୍ରଛାତ୍ରୀ ମାନଙ୍କୁ ଦକ୍ଷତା ସମ୍ପନ୍ନ ହେବାକୁ ପଡିବ । ସେ ଦକ୍ଷତାସମ୍ପନ୍ନ ହେଲେ ଆତ୍ମନିର୍ଭରଶୀଳ ପାଇଁ ପାଦ ଆଗକୁ ବଢାଇବେ ।
ଅଏଲ କମ୍ପାନୀ ମାନଙ୍କ ସହୟତାରେ ରାଜ୍ୟରେ ଏପରି ଏକ ଶିକ୍ଷା ଅନୁଷ୍ଠାନ ହୋଇଥିବା ହେତୁ କେନ୍ଦ୍ରମନ୍ତ୍ରୀ କମ୍ପାନୀ ମାନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆହୁରି କହିଥିଲେ ଯେ, ଯୁବପୀଢିଙ୍କ ଦକ୍ଷତା ବିକାଶ ଉପରେ କେନ୍ଦ୍ର ସରକାର ସବୁବେଳେ ଗୁରୁତ୍ୱ ଦେଇ ଆସୁଛନ୍ତି । ଏଠି ଧନୀ ଘର ପିଲା ଯେଉଁ ସୁବିଧା ପାଇବ ରିକ୍ସା ଚାଳକର ପିଲା ମଧ୍ୟ ସେହି ସୁବିଧା ପାଇବା ଦରକାର । ପ୍ରତିବର୍ଷ ଓଡିଶାର ୯ ଲକ୍ଷ ୧୫ ବର୍ଷ ବୟସ ଅତିକ୍ରମ କରୁଛନ୍ତି । ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ଚେଷ୍ଟା କରିବାକୁ ପଡିବ । ଓଡିଶାରେ ଟ୍ରେନର ଓ ଟ୍ରେନିଙ୍ଗ ପାଇଁ ସ୍ୟାପ ସହ ମନ୍ତ୍ରଣାଳୟର ଆଲୋଚନା ହୋଇଥିବା କଥା ସେ ସୂଚନା ଦେଇଥିଲେ ।
ସେହିପରି ରାଜଧାନୀ ଉପକଣ୍ଠରେ ରାଷ୍ଟ୍ରପତିଙ୍କ ଦ୍ୱାରା ୨ ମାସ ତଳେ ୬୦ ଏକର ଜାଗାରେ ସ୍କିଲ ଇନଷ୍ଟିଚ୍ୟୁଟର ଶୁଭ ଦିଆଯାଇଥିଲା ତାର ପାଠପଢା ୨୦୧୮ ସୁଦ୍ଧା ଆରମ୍ଭ ହେବ । ଏଠାରେ ୩୦୦୦ ଛାତ୍ରଛାତ୍ରୀ ରହିବା ସହ ଅତ୍ୟାଧୁନିକ ଲାବୋଟୋରୀ ସାହାଯ୍ୟରେ ଶିକ୍ଷା ହାସଲ କରିବେ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରକାଶ କରିଛନ୍ତି । ଓଡିଶାରେ ଏହିପରି ଶିକ୍ଷାନୁଷ୍ଠାନ ଦ୍ୱାରା ଓଡିଶାରେ ଦକ୍ଷତାର ବିକାଶ ହେବ । ଅଭାବ ଓ ଦାରିଦ୍ର୍ୟ ଆଧୁନିକ ସମାଜ ପାଇଁ ଅଭିଶାପ । ଏକବିଂଶ ଶତାଦ୍ଧୀରେ ଦାରିଦ୍ର୍ୟ ମୁକ୍ତି ପାଇଁ ପଦକ୍ଷପେ ନେବାକୁ ପଡିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ।
—————-

About Author

indadmin

indadmin

Related Articles

Archives

Calendar

April 2024
M T W T F S S
1234567
891011121314
15161718192021
22232425262728
2930