Indus Valley Times

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କୁ କୋଟି ଧନ୍ୟବାଦ

 Breaking News

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କୁ କୋଟି ଧନ୍ୟବାଦ

October 19
19:54 2025

ପ୍ରମୋଦ କୁମାର ସାହୁକାରଙ୍କ ରିପୋର୍ଟ
ରାୟଗଡା, ୧୯/୧୦: ଚନ୍ଦ୍ର ପୁର ବ୍ଲକ । ବୁଡ଼ୁବାଲି ଗ୍ରାମ ପଂଚାୟତ ଜରାପା ଗ୍ରାମରେ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଜି ଙ୍କ ଉଦେଶ ରେ ୪୫ ଜଣ ଚାଷୀ ପରିବାର ଏକତ୍ରିତ ହୋଇ ମହମବତି ଜଳାଇ ମୋଦି ଜି ଙ୍କୁ ଅତି ଆନନ୍ଦ ରେ କୃତଜ୍ଞତା ର ସହ ଧନ୍ୟବାଦ ଅର୍ପଣ କରୁଛନ୍ତି।
ଜନଜାଗରଣ ମଞ୍ଚ ରାୟଗଡ଼ା ର ଜନ ସାଥୀ ଶ୍ରୀ ସୁନମଣୀ ପ୍ରଟିଙ୍ଗା ଚାଷୀ ପରିବାର ଙ୍କୁ ଏକତ୍ରିତ କରିଥିଲେ।
ଗାଁ ର ଚାଷୀ ଶ୍ରୀ ପ୍ରଭାକର ପଗାକୁ ଭୂତ ପୂର୍ବ ସରପଞ୍ଚ ଶ୍ରୀ ଗଙ୍ଗାଧର ପଗାକୁ ତଥା ମହିଳା ଚାଷୀ ସବିତା ଦେବୀ ମହିଳା ଚାଷୀ ମାନଙ୍କୁ ଠୁଳ କରି ଥିଲେ। କ୍ଷେତ୍ର କର୍ମୀ ଶ୍ରୀ ଦିବାକର ଶବର ପଡ଼ିଆ ରୁ ବଢ଼ିଆ କାର୍ଯ୍ୟକ୍ରମ ଉପରେ କହିଥିଲେ, ଆତ୍ମ ଶକ୍ତି ନୂଆଁ ଦିଲ୍ଲୀ, ଓଡିଶା ଶ୍ରମଜୀବୀ ମଞ୍ଚ ଓ ମହିଳା ଶ୍ରମଜୀବୀ ମଞ୍ଚ ଙ୍କ ପରାମର୍ଶ ରେ ଗତ ୨୦୨୩ଓ ୨୪ ମସିହା ରୁ ଦୀର୍ଘ ଦୁଇ ରୁ ତିନି ବର୍ଷ ଧରି ଚାଷୀ ପରିବାର ଙ୍କୁ ଡାଲି ଓ ତୈଳ ବୀଜ ଫସଲ ମାଗଣା ରେ ଚାଷୀ ପରିବାରଙ୍କୁ ଯୋଗାଇ ଦେବାକୁ ଦାବୀ କରା ଯାଇଛି।
ଗାଁ ସ୍ତରରୁ ଚାଷୀ ମାନେ ଦାବୀ କରି ଆସିଛନ୍ତି। ବ୍ଲକ ସ୍ତର ଜିଲ୍ଲା ସ୍ତର ଓ ରାଜ୍ୟ ସ୍ତରରେ ଦ୍ଵିତୀୟ ଫସଲ ବିହନ ରବି ରୁତୁ ରେ ଯୋଗାଇ ଦେବା ପାଇଁ ଓଡିଶା ର ୧୬ ଗୋଟି ଜିଲ୍ଲା ର ଚାଷୀ ମାନେ ଦାବୀ ଜଣାଇ ଛନ୍ତି।
ଆଜି ପ୍ରଧାନ ମନ୍ତ୍ରୀ ମୋଦୀ ଜି ଡାଲି ମିଶନ ଯୋଜନା କଲେ ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930