Indus Valley Times

ପ୍ରଭୁ ଜଗନ୍ନାଥଙ୍କ ଚମତ୍କାର: କୋମାରୁ ଫେରିଲା ରାଜସ୍ଥାନର ନିତିନ

 Breaking News

ପ୍ରଭୁ ଜଗନ୍ନାଥଙ୍କ ଚମତ୍କାର: କୋମାରୁ ଫେରିଲା ରାଜସ୍ଥାନର ନିତିନ

November 22
17:37 2025

ପୁରୀ,୨୨/୧୧: ହେ ମହାବାହୁ ମୋ ପୁଅକୁ ଭଲ କରି ଦିଅ। ମୁଁ ତୁମ ସିଂହଦ୍ୱାର ସାମ୍ନାରେ ବସିଛି। ନିଜ ପୁଅର ମଙ୍ଗଳ କାମନା କରି ରାଜସ୍ଥାନରୁ ଦୌଡ଼ି ଆସିଥିବା ଜଣେ ଶ୍ରଦ୍ଧାଳୁ କାଳିଆ ଶରଣରେ ପଶି ଏପରି କହିଛନ୍ତି। ଗତ ୮ ତାରିଖରେ ରାଜସ୍ଥାନରୁ କୋମା ଅବସ୍ଥାରେ ଛୁଆକୁ ବାପା ପ୍ରକାଶ ଭୋଇ ଶ୍ରୀମନ୍ଦିର ଆଣିଥିଲେ । ସେଠାରେ ବାଇଶି ପାହାଚ ପାଖେ ପୁଅ ନିଖିଲକୁ ଗଡାଇ ଦେଇଥିଲେ। ମହାପ୍ରଭୁଙ୍କ ଠାରେ ଶରଣ ପଶିବା ପରେ ଏବେ କୁନିପୁଅଟି ଧିରେ ସୁସ୍ଥ ହୋଇଛି।
ପୁଅର ନୂଆ ଜୀବନ ପାଇଁ ସିଂହ ଦୁଆରେ ହାତ ପତେଇଥିଲା ବାପା । ମାସଟେ ବି ପୂରିନି, ହଟିଆ ଠାକୁର ପୁଣି ତା ଲୀଳା ଦେଖାଇଛି । ଆଉ କୋମାରେ ଥିବା ପୁଅକୁ ଚଳପ୍ରଚଳ ହେବା ପାଇଁ ତା’ ଦେହରେ ଶକ୍ତି ଭରି ଦେଇଛି କାଳିଆ। ଡାକ୍ତରମାନେ ସବୁ ନିରାଶ କରିଦେଇଥିଲେ। ହେଲେ, କଥାରେ ଅଛି ନା, ଯୋଉଠି ଡାକ୍ତରୀ ପାଠ ହାରିଯାଏ ସେଇଠି ସାହା ହୁଏ ଜଗତର ଠାକୁର ଜଗନ୍ନାଥ। ତା’ ପାଖରେ ଶରଣ ପଶିଲେ କୋଉ ଭକ୍ତ ବି ନିରାଶ ହୋଇ ଫେରେନି। ଆଉ ଆଜି ବି ନିରାଶ ହୋଇନି ଏ ବାପା ।
କାଳିଆ ସାଆନ୍ତ ଆଉ ପୁରୀ ଠାକୁରଙ୍କ ମହିମା ଉପରେ ଭରସା କରି ରାଜସ୍ଥାନରୁ ଧାଇଁ ଆସିଥିଲେ । କିଛି ଦିନ ତଳେ ସିଂହଦ୍ୱାର ସାମ୍ନାରେ ବସି ଭୋ ଭୋ ହୋଇ କାନ୍ଦୁଥିଲେ। ଆଉ ୮ ବର୍ଷର ପୁଅକୁ ଭଲ କରି ଦେବା ପାଇଁ ଗୁହାରି କରିଥିଲେ। କେଇଟା ଦିନ ଭିତରେ କାଳିଆ ବଡ଼ ଚମତ୍କାର ଦେଖାଇଦେଇଛନ୍ତି । ଆଉ ଆଜି କୋମାରେ ଥିବା ୮ ବର୍ଷର ପୁଅ ଚଳପ୍ରଚଳ କରିପାରୁଛି ।
ଆଉ ପୁଅ ଶରୀରରେ ଏ ପରିବର୍ତ୍ତନ ଦେଖି ବାପାଙ୍କ ଆଖି ଛଳଛଳ ହେଇଯାଇଛି । କାଳିଆ ଠାକୁର ଆଗରେ ନତମସ୍ତକ ହେଇ ପୁଅକୁ ବଡ଼ଦାଣ୍ଡରେ ଗଡାଇ ଦେଇଛନ୍ତି । ପୁଅକୁ ଚଳପ୍ରଚଳ କରୁଥିବା ଦେଖି ତାଙ୍କର ମନ ଭରିଯାଇଛି ଆଉ ବଡ଼ ଦେଉଳକୁ ସେ ଚାହିଁ ଠାକୁରକୁ ମନେ ମନେ ଧନ୍ୟବାଦ ଦେଉଛନ୍ତି । ପୁଅକୁ ଭଲ କରି ଦେବା ପାଇଁ ନିଜକୁ ଋଣି ବୋଲି ସେ ତାଙ୍କ ଆଗରେ ନିଜକୁ ସମର୍ପଣ କରିଦେଇଛନ୍ତି । ସତରେ କାଳିଆ ତୁ ଲୀଳାମୟ, ତୁ ଜଗତ ଠାକୁର ତୋ’ ଭକ୍ତଙ୍କ ପାଇଁ ତୋ ମହିମା ଅବର୍ଣ୍ଣନୀୟ ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031