Indus Valley Times

ଫୁଲବାଣୀ ମେଡିକାଲ କଲେଜ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ନାମରେ ନାମିତ ଘୋଷଣା : ଜଳେଶପଟ୍ଟା ଛାତ୍ରୀ ନିବାସ ବିକାଶ ପାଇଁ ଅର୍ଥ ପ୍ରଦାନକୁ ବିଜେପିର ସ୍ଵାଗତ, ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା

 Breaking News

ଫୁଲବାଣୀ ମେଡିକାଲ କଲେଜ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ନାମରେ ନାମିତ ଘୋଷଣା : ଜଳେଶପଟ୍ଟା ଛାତ୍ରୀ ନିବାସ ବିକାଶ ପାଇଁ ଅର୍ଥ ପ୍ରଦାନକୁ ବିଜେପିର ସ୍ଵାଗତ, ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା

July 31
22:18 2026

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା , ୩୧/୭: କନ୍ଧମାଳ ଜିଲ୍ଲା ଫୁଲବାଣୀ ଠାରେ ଥିବା ମେଡିକାଲ କଲେଜ କୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ନାମରେ ନାମିତ କରିବା ସହ ଜଲେଶପଟ୍ଟା ଆଶ୍ରମର ଐତିହ୍ୟ ସଂରକ୍ଷଣ, ୩୦୦ ଆସନ ବିଶିଷ୍ଟ ଛାତ୍ରୀ ନିବାସ, ଜଳ ପ୍ରକଳ୍ପ ଓ ସମଗ୍ର ଭିତ୍ତିଭୂମିର ରୂପାନ୍ତରଣ ପାଇଁ \’ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହାୟତା\’ (CMSA) ପାଣ୍ଠିରୁ ୧୩ କୋଟି ଟଙ୍କାର ବିଶେଷ ସହାୟତା ମଞ୍ଜୁର କରିଥିବାକୁ ନେଇ କନ୍ଧମାଳ ଭାରତୀୟ ଜନତା ପାର୍ଟି ପକ୍ଷରୁ ବାଲିଗୁଡା ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଏକ ଖବରଦାତା ସମ୍ମିଳନୀ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ଶୁଭେଚ୍ଛା ଜଣାଇଥିଲେ । ବେଦାନ୍ତ କେଶରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ କନ୍ଧମାଳ ଜିଲ୍ଲାର ବନବାସୀ ଙ୍କୁ ଶିକ୍ଷା ର ଆଲୋକ ପହଞ୍ଚାଇବା ଠାରୁ ଆରମ୍ଭ କରି ,ସ୍ୱାସ୍ଥ୍ୟ ,କୃଷି ,ବିଶେଷ କରି ଜନଜାତି ଙ୍କ ସଂସ୍କୃତି ପରମ୍ପରା କୁ ସୁରକ୍ଷିତ ରଖିବା ଭଳି , ଅତୁଳନୀୟ ସେବା, ତ୍ୟାଗ ଏବେବି ଲୋକଙ୍କ ହୃଦୟ ରେ ରହିଛି ।
ତାଙ୍କ ସ୍ମୃତି କୁ ଜିଲ୍ଲାରେ ଚିର ସ୍ମରଣୀୟ ରଖିବା ପାଇଁ ଏହା ସରକାରଙ୍କ ନିକଟରେ ଦାବୀ ହୋଇ ଆସୁଥିଲା ବୋଲି ଭାରତୀୟ ଜନତା ପାର୍ଟି ପକ୍ଷରୁ କୁହାଯାଇଛି ।
ଏହି ଖବରଦାତା ସମ୍ମିଳନୀ ରେ ଜିଲ୍ଲା ସଭାପତି ଶ୍ରୀ ପଣ୍ଡିତ ବିଶିମାଝି ଙ୍କ ସମେତ ଆଦିବାସୀ ଉନ୍ନୟନ ପରିଷଦ ଅଧକ୍ଷ ମାନଗୋବିନ୍ଦ ପ୍ରଧାନ , ସାଧାରଣ ସମ୍ପାଦକ ଦେବେନ୍ଦ୍ର କୁଦେଇ , ସୁଶାନ୍ତ କୁମାର ସାହୁ ,ବାଲିଗୁଡା ମଣ୍ଡଳ ସଭାପତି ମନୋଜ ରଥ , କ. ନୂଆଗାଁ ମଣ୍ଡଳ ସଭାପତି ନିଗମା ନନ୍ଦ ପୂଜାରୀ , ଦାରିଙ୍ଗବାଡି ମଣ୍ଡଳ ସଭାପତି ମିଟୁ ସାହୁ ଓ ରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
ଅଟୋ ପଛ ପଟୁ ମୁଖ୍ୟମନ୍ତ୍ରୀ ବସ ଧକ୍କା ଦେବାରୁ ୬ଆହତ
ବାଲିଗୁଡା, ୩୧/୭: କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଗାଡ଼ଗାବାଲି ରୁ ଦଡକଙ୍ଗିଆ ଦେଇ ରୁତୁଙ୍ଗିଆ କୁ ଏକ ଅଟୋ ଯୋଗେ ଫେରୁଥିବା ବେଳେ ପଛ ପଟୁ ମୁଖ୍ୟମନ୍ତ୍ରୀ ବସ ଧକ୍କା ଦେବାରୁ ଅଟୋରେ ବସିଥିବା ୬ ଜଣ ଯାତ୍ରୀ ଆହତ ହୋଇଥିଲେ ।
ନିକଟରେ ଥିବା ଅଞ୍ଚଳ ବାସୀ ସଙ୍ଗେସଙ୍ଗେ ପ୍ରାଥମିକ ଚିକିତ୍ସା କରିବା ପରେ ବାଲିଗୁଡା ଉପଖଣ୍ଡ ମେଡିକାଲ କୁ ଆଣି ଭର୍ତ୍ତି କରି ଚିକିତ୍ସିତ ବ୍ୟବସ୍ଥା କରିଥିଲେ ।
ଗୁରୁତର ଆହତ ହୋଇଥିବା ଯାତ୍ରୀ ମାନେ ହେଲେ ଦିଶିଙ୍ଗୀ ଦିଗାଲ, ଉମେଶ ଦିଗାଲ, ପ୍ରବେଣୀ ଦିଗାଲ, ଏବଂ ଅନ୍ୟ ତିନି ଜଣ ଆହତ ଯାତ୍ରୀ ଚିକିତ୍ସିତ ପରେ ଫେରିଥିବା ଜଣାପଡିଛି ।
ଆଦିବାସୀ ମହାବିଦ୍ୟାଳୟର ଯୁବ ଅଧ୍ୟାପକ ଦ୍ବୟଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା
ବାଲିଗୁଡା, ୩୧/୭: କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ରେ କାର‌୍ୟ୍ୟରତ ଯୁବ ଅଧ୍ୟାପକ ଦ୍ୱୟଙ୍କୁ ଭବ୍ୟ ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି ।
ମହାବିଦ୍ୟାଳୟର ଇତିହାସ ଅଧ୍ୟାପକ ମାନସ ରଂଜନ ପ୍ରଧାନ ଖଡିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟ କୁ ଓ ଅର୍ଥନୀତି ଅଧ୍ୟାପକ ଶିବ ଶଙ୍କର ମାଝୀ ମୟୂରଭଂଜର ବାଈଗଣବାଡିଆ ମହାବିଦ୍ୟାଳୟ କୁ ବଦଳି ହୋଇଥିବା ଜଣାପଡିଛି ।
ଏହି ପରିପ୍ରେକ୍ଷୀରେ ଅଧ୍ୟକ୍ଷ ଡ.ବିଭୁତି ଭୂଷଣ ଆଚାର୍ଯ୍ୟ ଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବିଦାୟ କାଳୀନ ଉତ୍ସବ ରେ ଶୈକ୍ଷିକ ପରାମର୍ଶଦାତା ତଥା କର୍ମଚାରୀ ସଂଘ ସଂପାଦକ ତେଜେଶ୍ୱର ନାୟକ, ସହ ସଂପାଦକ ହିମାଂଶୁ ଚରଣ ସାହୁ, ପ୍ରଶାସନିକ ଅଧିକାରୀ ଡ.ସୁଶାନ୍ତ କୁମାର ଦାସ ପ୍ରମୁଖ ଉପସ୍ଥିତ ରହି ନିଜନିଜର ବକ୍ତବ୍ୟ ରଖି ଉପଢୌକନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ଶେଷରେ ଶ୍ରୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।
ବରିଷ୍ଠ ନାଗରିକ ସଂଘ ର ନୂତନ କର୍ମକର୍ତ୍ତା ନିର୍ବାଚନ
ବାଲିଗୁଡା, ୩୧/୭: କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ବରିଷ୍ଠ ନାଗରିକ ସଂଘ ର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ସର୍ବ ସମ୍ମତି କ୍ରମେ ସଭାପତି ଭାବେ ଡ଼.ମଧୁସୂଦନ ମହାପାତ୍ର, ଉପ ସଭାପତି ଭାବେ ନନ୍ଦ କିଶୋର ପଣ୍ଡା, ସମ୍ପାଦକ ଭାବେ ପ୍ରକାଶ ଚନ୍ଦ୍ର ନାୟକ, ସହ ସମ୍ପାଦକ ଭାବେ ସନ୍ୟାସୀ ନାୟକ, ଏବଂ କୋଷାଧକ୍ଷ ଭାବେ ହୃଷିକେଶ ମହାରଣା ପ୍ରମୁଖ ନିର୍ବାଚିତ ହୋଇଥିଲେ ।
ବିଦାୟୀ ସଭାପତି ଚିନ୍ତାମଣି ମିଶ୍ର ନୂତନ କର୍ମକର୍ତ୍ତା ଙ୍କୁ ଶପଥ ପାଠ କରାଇବା ସହ ନିଜ ନିଜର ଅନୁଭୂତି ବର୍ଣ୍ଣନା କରି କର୍ମକ୍ଷେତ୍ରରେ ଅଗ୍ରସର ହେବା ନିମନ୍ତେ ଆଶୀର୍ବାଦ ପ୍ରଦାନ କରିଥିଲେ ।
ଏଥିରେ ସଂଘ ତରଫରୁ ମନ୍ମଥ ରାଉଳ ଓ ପ୍ରହ୍ଲାଦ ପ୍ରସାଦ ଲେଙ୍କା ଙ୍କ ସମେତ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ ।
ଆଦିବାସୀ ମହାବିଦ୍ୟାଳୟରେ କୃତ୍ରିମ ଗୁଣବତ୍ତା ତାଲିମ୍ ପ୍ରଦାନ
ବାଲିଗୁଡା, ୩୧/୭: କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ପରିସରରେ ଭୁବନେଶ୍ୱର ଆଇ ବି ଏମ ପକ୍ଷରୁ କୃତ୍ରିମ ଗୁଣବତ୍ତା ତାଲିମ୍ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି କ୍ଷ ୨୦୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀଙ୍କ ଉପସ୍ଥିତରେ ଭୁବନେଶ୍ୱର ରୁ ଆସିଥିବା ମାଷ୍ଟରଟ୍ରେନର ସୁଦିପ୍ତ କୁମାର ସାହୁ ୩ ଘଣ୍ଟାର ଏକ ସେସନ୍ ମୋବାଇଲ୍ ବିଏସ୍ଏନ୍ଏଲ୍ ଫ୍ରି ୱାଇଫାଇ ଓ ସ୍ଲାଇଡ୍ ପ୍ରୋଜେକ୍ଟର ମାଧ୍ୟମରେ ତାଲିମ୍ ପ୍ରଦାନ କରି ଶେଷରେ ପରୀକ୍ଷା କରି ଡିଜିଟାଲ୍ ପ୍ରମାଣ ପତ୍ର ବଣ୍ଟନ କରିଥିଲେ ।
ଏଥିରେ ଅଧ୍ୟକ୍ଷ ଡ.ବିଭୂତି ଭୂଷଣ ଆଚାର୍ଯ୍ୟ, କାର୍ଯ୍ୟକ୍ରମ ସଂଯୋଜକ ପ୍ରଦୀପ୍ତ କୁମାର ନାୟକ, ଆଇକ୍ୱୁଏସି ସଂଯୋଜକ ହିମାଂଶୁ ଚରଣ ସାହୁ, କାହ୍ନୁ ଚରଣ ଗମାଙ୍ଗ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ତାପସ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031