Indus Valley Times

ବକ୍ସି ଜଗବନ୍ଧୁଙ୍କ ୨୦୦ ବର୍ଷ ପୂର୍ତ୍ତି ଉତ୍ସବ ପାଳନ ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର

 Breaking News

ବକ୍ସି ଜଗବନ୍ଧୁଙ୍କ ୨୦୦ ବର୍ଷ ପୂର୍ତ୍ତି ଉତ୍ସବ ପାଳନ ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର

ବକ୍ସି ଜଗବନ୍ଧୁଙ୍କ ୨୦୦ ବର୍ଷ ପୂର୍ତ୍ତି ଉତ୍ସବ ପାଳନ ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର
January 23
19:36 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା, ୨୩/୧: ଆସନ୍ତା ୨୦୨୯ ମସିହାରେ ପାଇକ ମହାରଥୀ ବକ୍ସି ଜଗବନ୍ଧୁଙ୍କ ୨୦୦ ବର୍ଷ ପୂର୍ତ୍ତି ପାଳନ କରାଯିବା ପାଇଁ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ କରିବାକୁ ସ୍ଥାନୀୟ ସ୍ବେଚ୍ଛାସେବୀ ସଂଗଠନ ନିୟୁ ଥିଙ୍କିଙ୍ଗ ଫୋରମ ପକ୍ଷରୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଫୋରମର ସଭାପତି ଆଇନଜୀବୀ ନରେନ୍ଦ୍ର ପୃଷ୍ଟିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ସ୍ଥାନୀୟ ଜିଲ୍ଲାପାଳଙ୍କ ମାଧ୍ୟମରେ ଏହି ପତ୍ର ପ୍ରଦାନ କରାଯାଇଛି ।
ପ୍ରକାଶ ଥାଉକି ଭାରତର ଶେଷ ସ୍ବାଧୀନ ଦୁର୍ଗ ଖୋର୍ଦ୍ଧା ଗଡ଼ରୁ ବକ୍ସି ଜଗବନ୍ଧୁଙ୍କ ନେତୃତ୍ବରେ ପାଇକ ବିଦ୍ରୋହ ୧୮୧୭ ମସିହାରେ ଆରମ୍ଭ ହୋଇଥିଲା।
ଏହି ପାଇକ ଯୋଦ୍ଧା ବକ୍ସି ଜଗବନ୍ଧୁଙ୍କର ମହାପ୍ରୟାଣ ଘଟିଥିଲା ୧୮୨୯ ମସିହା ଜାନୁୟାରୀ ୨୪ ତାରିଖରେ। ୨୦୨୯ ଜାନୁୟାରୀ ୨୪ ତାରିଖ ଠାରୁ ୨୦୩୦ ମସିହା ଜାନୁୟାରୀ ୨୩ ତାରିଖ ପର୍ଯ୍ୟନ୍ତ ଏକ ବର୍ଷ ବ୍ୟାପୀ ଏହି ଉତ୍ସବ ପାଳନ କରାଯିବ ବୋଲି ଶ୍ରୀ ପୃଷ୍ଟି ଉଲ୍ଲେଖ କରିଛନ୍ତି।
ଅନ୍ୟପକ୍ଷରେ ୧୮୦୩ ମସିହାରେ ବ୍ରିଟିଶ କମ୍ପାନୀ ଓଡ଼ିଶାରେ ପ୍ରବେଶ କରିବା ପରେ ଓଡ଼ିଆ ମାନଙ୍କ ଉପରେ ଅକଥନୀୟ ଦମନଲୀଳା ଆରମ୍ଭ କରିଦେଇଥିଲେ। ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମୀ ଜୟୀ ରାଜଗୁରୁଙ୍କୁ ବରଗଛରେ ବାନ୍ଧି ଯେଭଳି ନିର୍ମମ ଭାବରେ ହତ୍ୟା କରାଯାଇଥିଲା।
ସେମାନଙ୍କର ଜମିଜମାକୁ କଲିକତାରେ ଶାଗମାଛ ଦରରେ ବିକ୍ରି କରିବା ଦ୍ବାରା କ୍ରମଶଃ ଓଡ଼ିଆମାନେ ଅତ୍ୟଧିକ କ୍ରୋଧିତ ହୋଇଉଠିଥିଲେ।
ଏହିସବୁ ଅତ୍ୟାଚାରର ଫଳସ୍ବରୂପ ସୃଷ୍ଟି ହେଲା ପାଇକ ବିଦ୍ରୋହ।ଯାହାର ନେତୃତ୍ବ ନେଇଥିଲେ ବକ୍ସି ଜଗବନ୍ଧୁ। ତେଣୁ ଏହି ମହାନ୍ ବିଦ୍ରୋହୀ ନେତା ବକ୍ସି ଜଗବନ୍ଧୁଙ୍କ ସ୍ମୃତିକୁ ରୋମନ୍ଥନ କରିବା ସହ ଓଡ଼ିଆ ଅସ୍ମିତାର ପ୍ରଚାର ଓ ପ୍ରସାର କରାଯିବା ପାଇଁ ସମଗ୍ର ଦେଶରେ ଏହି ୨୦୦ବର୍ଷ ପୂର୍ତ୍ତି ପାଳନ କରାଯିବାର ଆବଶ୍ୟକତା ରହିଛି।
ଏହି ଅବସରରେ ବରୁଣେଇ ପାହାଡ଼ ଉପରେ ବକ୍ସିଙ୍କର ୬୦୦ ଫୁଟ ଉଚ୍ଚତାର ପ୍ରତିମୂର୍ତ୍ତି ବକ୍ସିଙ୍କ ନାମରେ ରେଳଗାଡ଼ି ଚଳାଇବା,
ଖୋର୍ଦ୍ଧା ଗଡ଼ର ପୁନରୁଦ୍ଧାର କରିବା, ପାଇକ ସ୍ମାରକୀ କାର୍ଯ୍ୟକୁ ତ୍ବରାନ୍ବିତ କରିବା, ରାଜଧାନୀ ଦିଲ୍ଲୀ, ଭୁବନେଶ୍ବର, ରାଜ୍ୟର ପ୍ରତ୍ୟେକ ଜିଲ୍ଲା ସଦର ମହକୁମାରେ ବକ୍ସିଙ୍କର ପ୍ରତିମୂର୍ତ୍ତି ସ୍ଥାପନ କରିବା ପାଇଁ ପ୍ରସ୍ତାବମାନ ଦିଆଯାଇଛି। ଏଥିସହ ୨୦୨୯ ମସିହା ପୂର୍ବରୁ ଖୋର୍ଦ୍ଧା ସହରର ପୂର୍ଣାଙ୍ଗ ବିକାଶ କରିବା ସହ ଏହାକୁ ପର୍ଯ୍ୟଟନ ଉପଯୋଗୀ କରାଯିବାର ଆବଶ୍ୟକତା ରହିଛି।
ଆଜିର ଏହି ଅଭିଯାନରେ ଶ୍ରୀ ପୃଷ୍ଟିଙ୍କ ସମେତ ଆଇନଜୀବୀ ବିଜୟ ସାମନ୍ତରସିଂହାର, ପତ୍ରକାର ପ୍ରସନ୍ନ ପାଇକରାୟ, ସରୋଜ ମୁଦୁଲି, ଏମ୍. ଡ଼ି. ମୋତାହର, ବାଲାଜୀ ପାତ୍ର, ପ୍ରଦୀପ ବେହେରା, ପ୍ରାଧ୍ୟାପକ ଗୋପାଳ ଦାସ, ସମାଜସେବୀ ଗିରିଜା ପଟ୍ଟନାୟକ, ପ୍ରକାଶ ପରିଡ଼ା, ବଦ୍ରି ନାରାୟଣ ଦାସ, ବିପ୍ର ଚରଣ ବେହେରା, ହେମନ୍ତ ପାତ୍ର, ପାଇକ ଗୁରୁ ସୁନୀଲ ପ୍ରଧାନ, ସଙ୍ଗୀତଜ୍ଞ ପବିତ୍ର ନାୟକ ଓ ମା\’ ବରୁଣେଇ ପାଇକ ଆଖଡ଼ାର କଳାକାରମାଙ୍କ ସମେତ ସହରର ବହୁ ବୁଦ୍ଧିଜୀବୀ ସାମିଲ ହୋଇଥିଲେ ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031