Indus Valley Times

ବଢ଼ାଇଲାଣି ଷ୍ଟ୍ରିଟ୍ ଲାଇଟ୍ ବିଜୁଳି ବିଲ୍,ଏବେ ବି ୩ କୋଟି ଟଙ୍କା ବାକି, ଆଦାୟ କରିବାକୁ କମ୍ପାନି ନାିକେଦମ୍

 Breaking News

ବଢ଼ାଇଲାଣି ଷ୍ଟ୍ରିଟ୍ ଲାଇଟ୍ ବିଜୁଳି ବିଲ୍,ଏବେ ବି ୩ କୋଟି ଟଙ୍କା ବାକି, ଆଦାୟ କରିବାକୁ କମ୍ପାନି ନାିକେଦମ୍

February 10
11:09 2025
ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୧୦/୨ : ଷ୍ଟ୍ରିଟ୍ ଲାଇଟ୍ ବିଲକୁ ନେଇ ବିଜୁଳି ବିତରଣ ସଂସ୍ଥା ଟିପିସିଓଡିଏଲ ପାଇଁ ସମସ୍ୟା ଧୀରେ ଧୀ‌ରେ ବଢ଼ିବାରେ ଲାଗିଛି। ମାର୍ଚ୍ଚ ଶେଷ ସୁଦ୍ଧାି ଅଧିକରୁ ଅଧିକ ବକେୟା ଅର୍ଥ ଆଦାୟ କରିବା ପାଇଁ କମ୍ପାନି ଉପରେ ଚାପ ରହିଛି। 
ଏବେ ବି ଜିଲ୍ଲାରେ ଷ୍ଟ୍ରିଟ୍ ଲାଇଟ୍ ବିଲ୍ ବାବଦକୁ ଗଡ଼ୁଥିବା ତିନି କୋଟିରୁ ଉର୍ଦ୍ଧ୍ବ ଟଙ୍କାକୁ ନେଇ କମ୍ପାନି ଚିନ୍ତାରେ ପଡ଼ିଛି। ‌ଯେମିତି ବି ହେଉ ନଗଦ ଟଙ୍କା ଆଦାୟ କରିବା ପାଇଁ କମ୍ପାନି ପ୍ରୟାସ ଜାରି ରଖିଥିଲେ ମଧ୍ୟ ବକେୟା ଟଙ୍କାକୁ ନେଇ କି ପଦକ୍ଷେପ ନିଆଯିବ, ଏ ନେଇ କର୍ତ୍ତୃପକ୍ଷଙ୍କ ମୁଣ୍ଡ କାମ କରୁ ନାହିଁ। 
ମିଳିଥିବା ସୂଚନା ମୁତାବକ, ଜିଲ୍ଲାରେ ଏବେ ଷ୍ଟ୍ରିଟ୍ ଲାଇଟ୍ ବିଲ୍ ବାବଦରେ କମ୍ପାନିକୁ ୩ କୋଟି ୬୪ ଲକ୍ଷ ୨୮ ହଜାର ୪୮୦ ଟଙ୍କା ବିଭିନ୍ନ ବ୍ଲକ୍ ପ୍ରଶାସନ ପଇଠ କରିବାକୁ ହେବ। ଭାପୁର ବ୍ଲକରେ ୧ କୋଟି ୯୩ ଲକ୍ଷ ୩ ହଜାର ୬୭୬ ଟଙ୍କା ବାକି ଗଡ଼ୁଥିବା ବେଳେ ଦଶପଲ୍ଲାରେ ୨୫ ଲକ୍ଷ ୪୪ ହଜାର ୮୧ ଟଙ୍କା, ଗଣିଆରେ ୧୮ ଲକ୍ଷ ୧୫ ହଜାର ୩୮୫ ଟଙ୍କା, ଖଣ୍ଡପଡ଼ାରେ ୬୨ ଲକ୍ଷ ୯୯ ହଜାର ୯୫୧ ଟଙ୍କା, ନୟାଗଡ଼ରେ ୪ କୋଟି ୬ ଲକ୍ଷ ୪ ହଜାର ୧୮୩, ନୂଆଗାଁରେ ୫ କୋଟି ୨୩ ଲକ୍ଷ ୫ ହଜାର ୪୮ ଟଙ୍କା, ଓଡ଼ଗାଁରେ ୫ କୋଟି ୨୦ ଲକ୍ଷ ୩ ହଜାର ୩୨ ଟଙ୍କା ଓ ରଣପୁରରେ ୩ ଲକ୍ଷ ୩୩ ହଜାର ୧୨୫ ଟଙ୍କା ବାକି ଗଡ଼ୁଛି। ବର୍ଷ ବର୍ଷ ଧରି ଏହି ବକେୟା ଟଙ୍କା ଗଡ଼ୁଥିବା ବେଳେ ଏ ଦିଗରେ ବ୍ଲକ୍ ପ୍ରଶାସନ କିଛି ବି ପଦକ୍ଷେପ ନେଉନଥିବା କମ୍ପାନି ଅଭିଯୋଗ କରିଛି। 
ଅନ୍ୟପଟେ ଗାଁ ଗୁଡ଼ିକୁ ସହର ଭଳି ଚମକାଇବା ପାଇଁ ତତକାଳୀନ ରାଜ୍ୟ ସରକାରଙ୍କ ପକ୍ଷରୁ ଷ୍ଟ୍ରିଟ୍ ଲାଇଟ୍ ଯୋଜନା କରାଯାଇଥିଲା। ମାତ୍ର ପାଞ୍ଚ ମାସରେ ଜିଲ୍ଲାର ୫୦% ଷ୍ଟ୍ରିଟ୍ ଲାଇଟ୍ ଅଚଳ ହୋଇପଡ଼ିଥିଲା। ଯେଉଁ ସଂସ୍ଥା ଏହି ଷ୍ଟ୍ରିଟ୍ ଲାଇଟ ଲଗାଇଥିଲା, ଏହାର ମରାମତି ସେ କରିନଥିଲା। 
ଏପଟେ ଷ୍ଟ୍ରିଟ୍ ଲାଇଟ୍ ଲଗାଇବା ପାଇଁ ପଞ୍ଚାୟତ ଗୁଡ଼ିକ ପକ୍ଷରୁ ବ୍ଲକ୍ ପ୍ରଶାସନ ଆଗୁଆ ଟଙ୍କା ପଇଠ କରିଥିଲା। ଯେହେତୁ ଏବେ ଷ୍ଟ୍ରିଟ୍ ଲାଇଟ୍ ଗୁଡ଼ିକ ଅଚଳ ହୋଇପଡ଼ିଥିଲା, ସେଥିପାଇଁ ପଞ୍ଚାୟତ ଗୁଡ଼ିକ ବ୍ଲକକୁ ଟଙ୍କା ପଇଠ କରୁନଥିଲେ। 
ଏଣୁ ଏତେ ଟଙ୍କାରେ ବାକି ପଡ଼ିଥିବା ଜଣାପଡ଼ିଛି। ନୟାଗଡ଼ ଜିଲ୍ଲାରେ ରହିଛି ୧୯୪ ପଞ୍ଚାୟତ। ପ୍ରତି ପଞ୍ଚାୟତରେ ୪୦ଟି ଲେଖାଏଁ ଲାଗିଥିବାରୁ ସମ୍ପୂର୍ଣ୍ଣ ଜିଲ୍ଲାରେ ମୋଟ୍ ୭ ହଜାର ୭୬୦ଟି ଷ୍ଟ୍ରିଟ୍ ଲାଇଟ୍ ଲାଗିଛି। 
ଅଚଳ ହୋଇଯାଇଥିବା ଷ୍ଟ୍ରିଟ୍ ଲାଇଟ୍ ଗୁଡ଼ିକର ମଧ୍ୟ ଟିପିସିଓଡିଏଲ ବିଲ୍ ଆଦାୟ କରିଥିବା ଏବେ ସମସ୍ତ ବ୍ଲକ୍ ଓ ନୟାଗଡ଼ ପୌର ପ୍ରଶାସନ ପକ୍ଷରୁ ଅଭିଯୋଗ କରାଯାଇଛି। 
ଏ ନେଇ କମ୍ପାନି ନିର୍ବାହୀ ଯନ୍ତ୍ରୀ ସନ୍ତୋଷ ମହାପାତ୍ର କୁହନ୍ତି ଯେ, ଅଚଳ ଷ୍ଟ୍ରିଟ୍ ଲାଇଟ୍ ବିଲ୍ କାଟିବା ଅଧିକାର ସେମାନଙ୍କ ନିକଟରେ ନାହିଁ। ଏ ନେଇ ସେ କମ୍ପାନିର ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଇଛନ୍ତି। ଉପରିସ୍ଥ ଅଧିକାରୀ ଓ ଏ ଦିଗରେ ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ଯାହା ନିଷ୍ପତ୍ତି ନେବେ।  

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930