Indus Valley Times

ବଢ଼ିଲା ଯୁକ୍ତ ୨ ଛାତ୍ରଛାତ୍ରୀଙ୍କ ଫର୍ମପୂରଣ ଅବଧି, ବିନା ଫାଇନ୍‌ରେ ଆସନ୍ତା ୧୧ ପର୍ଯ୍ୟନ୍ତ ବୃଦ୍ଧି

 Breaking News

ବଢ଼ିଲା ଯୁକ୍ତ ୨ ଛାତ୍ରଛାତ୍ରୀଙ୍କ ଫର୍ମପୂରଣ ଅବଧି, ବିନା ଫାଇନ୍‌ରେ ଆସନ୍ତା ୧୧ ପର୍ଯ୍ୟନ୍ତ ବୃଦ୍ଧି

ବଢ଼ିଲା ଯୁକ୍ତ ୨ ଛାତ୍ରଛାତ୍ରୀଙ୍କ ଫର୍ମପୂରଣ ଅବଧି, ବିନା ଫାଇନ୍‌ରେ ଆସନ୍ତା ୧୧ ପର୍ଯ୍ୟନ୍ତ ବୃଦ୍ଧି
November 04
19:06 2025

ଭୁବନେଶ୍ଵର, ୪/୧୧ : ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ଫର୍ମପୂରଣ ଅବଧି ବୃଦ୍ଧି ହୋଇଛି। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ମିଳିଛି।
ଫର୍ମପୂରଣ ଅବଧି ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏନେଇ ପରିଷଦ ପକ୍ଷରୁ ପରୀକ୍ଷା ନିୟନ୍ତ୍ରକ ଡ଼ଃ ପ୍ରଶାନ୍ତ କୁମାର ପରିଡ଼ା ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଓ ପ୍ରଧାନଶିକ୍ଷକଙ୍କୁ ଚିଠି ଲେଖିଛନ୍ତି।
ବିନା ଜରିମାନାରେ ଉଭୟ କଳା,ବିଜ୍ଞାନ,ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ପାଇଁ ପଞ୍ଜିକରଣ ଓ ଏକ୍ସ ରେଗୁଲାର ଛାତ୍ରଛାତ୍ରୀଙ୍କ ଫର୍ମ ପୂରଣ ଓ ଫି ଆଦାୟର ଶେଷ ତାରିଖ ନଭେମ୍ବର ୧୧ କୁ ଘୁଞ୍ଚାଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ।
ସେହିପରି ନଭେମ୍ବର ୧୩ରୁ ୧୮ ତାରିଖ ମଧ୍ୟରେ ପଞ୍ଜିକରଣ ଓ ଫର୍ମପୂରଣ କଲେ ଛାତ୍ରଛାତ୍ରୀଙ୍କୁ ୨୦୦ଟଙ୍କା ଜରିମାନା ଏବଂ ନଭେମ୍ବର ୧୯ରୁ ୨୧ ମଧ୍ୟରେ ପଞ୍ଜିକରଣ ଓ ଫର୍ମପୂରଣ କଲେ ଛାତ୍ରଛାତ୍ରୀଙ୍କୁ ୬୦୦ଟଙ୍କା ଜରିମାନା ଦେବାକୁ ପଡ଼ିବ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930