Indus Valley Times

ବନ୍ଧା ହେଲେ କୋଟିପତି ମୁଖ୍ୟ ନିର୍ମାଣ ଯନ୍ତ୍ରୀ ପ୍ରଭାସ ପ୍ରଧାନ

 Breaking News

ବନ୍ଧା ହେଲେ କୋଟିପତି ମୁଖ୍ୟ ନିର୍ମାଣ ଯନ୍ତ୍ରୀ ପ୍ରଭାସ ପ୍ରଧାନ

August 03
16:52 2024

ବାଲେଶ୍ୱର,୩/୮: ବାଲେଶ୍ୱର ଜିଲାର ଜଳସେଚନ ବିଭାଗ ଆନନ୍ଦପୁର ବ୍ୟାରେଜ୍ ଡିଭିଜନର ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କୁ ଭିଜିଲାନ୍ସ ଗିରଫ କରିଛି । ଗତକାଲି ତାଙ୍କ ଘରେ ରେଡ୍ କରାଯାଇଥିଲା । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଶୁକ୍ରବାର ଭିଜିଲାନ୍ସ ଚଢ଼ାଉ ପରେ ତାଙ୍କର ସମ୍ପତ୍ତି ତାଲିକା ଦେଖି ଭିଜିଲାନ୍ସ ତାଜୁବ୍ । ଭିଜିଲାନ୍ସ ସୂଚନା ମୁତାବକ, ଓଡ଼ିଶା ସହ ପଶ୍ଚିମବଙ୍ଗରେ ଏଯାବତ ୮୫ ପ୍ଲଟ ଠାବ ହେଲାଣି। ଏକ ପାଞ୍ଚ ମହଲା କୋଠା, ମାର୍କେଟ କଂପ୍ଲେକ୍ସ ଠାବ ହୋଇଛି। ୧୧ ଲକ୍ଷ ଟଙ୍କା, ୨୧୮ ଗ୍ରାମ ସୁନା, ଗୋଟିଏ କାର୍ ଠାବ କରାଯାଇଛି। ବାଲେଶ୍ୱରର ୭ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଥିଲା ।
ଯନ୍ତ୍ରୀଙ୍କ ଆଖି ଖୋସି ହୋଇଯିବା ପରି ସମ୍ପତ୍ତି ଠୁଳ କରିଛନ୍ତି। ଓଡ଼ିଶା ସାଙ୍ଗକୁ ପଶ୍ଚିମବଙ୍ଗରେ ବି ତାଙ୍କର ପ୍ଲଟ ରହିଛି। କେବଳ ଗୋଟିଏ ଦୁଇଟି ପ୍ଲଟ ନୁହେଁ ମାଳମାଳ ଫ୍ଲାଟ ଓ ଘର ରହିଛି। ଶୁକ୍ରବାର ସକାଳୁ ଚଢ଼ାଉ ହୋଇଥିବା ଏହି ବାବୁଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ଅଧିକାରୀ ଆଶ୍ଚର‌୍ୟ୍ୟ ହୋଇଯାଇଛନ୍ତି। ତା’ ସାଙ୍ଗକୁ ତାଙ୍କ ଘରୁ ସୁନା, ଅଳଙ୍କାର ଓ ନଗଦ ଟଙ୍କା ବାହାରିଛି।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031