Indus Valley Times

ବରିଷ୍ଠ ନାଗରିକ ସଂଘର ମିତ୍ର ସଙ୍ଗମ ଆସର କାର୍ଯ୍ୟକ୍ରମ

 Breaking News

ବରିଷ୍ଠ ନାଗରିକ ସଂଘର ମିତ୍ର ସଙ୍ଗମ ଆସର କାର୍ଯ୍ୟକ୍ରମ

ବରିଷ୍ଠ ନାଗରିକ ସଂଘର ମିତ୍ର ସଙ୍ଗମ ଆସର କାର୍ଯ୍ୟକ୍ରମ
January 27
09:32 2026

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୨୭/୧ : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଗାୟତ୍ରୀ ଶକ୍ତି ପୀଠରେ ବରିଷ୍ଠ ନାଗରିକ ସଂଘ ତରଫରୁ ଏକ ମିତ୍ର ସଙ୍ଗମ ଆସର କାର୍ଯ୍ୟକ୍ରମ ମହାସମାରୋହରେ ପାଳିତ ହୋଇଯାଇଛି।
ଏଥିରେ ମୁଖ୍ୟ ଅତିଥି ଭାବେ ଆଇଟିଡିଏର ପ୍ରକଳ୍ପ ଅଧିକାରୀ କୃପାସିନ୍ଧୁ ବେହେରା, ମୁଖ୍ୟବକ୍ତା ଭାବେ ଉପଖଣ୍ଡ ସମାଜ ସୁରକ୍ଷା ଅଧିକାରୀ ଶ୍ରୀମତୀ ମମିତା କୁମାରୀ ପ୍ରଧାନ, ସମ୍ମାନିତ ଅତିଥି ଭାବେ ବାଲିଗୁଡା ଥାନା ଅଧିକାରୀ ଶିବ ରଞ୍ଜନ ସିଂହ ପ୍ରମୁଖ ଉପସ୍ଥିତ ରହି ପୁଷ୍ପ ମାଲ୍ୟାର୍ପଣ ପୂର୍ବକ ଦୀପ ଧୂପ ପ୍ରଜ୍ଜଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରି ବରିଷ୍ଠ ନାଗରିକ ମାନେ ସମାଜର ଗୋଟିଏ ଗୋଟିଏ ରତ୍ନ ସଦୃଶ ବୋଲି ମତ ରଖିଥିଲେ।
ଏହି ପରିପ୍ରେକ୍ଷୀରେ ପ୍ରଥମ ପର୍ଯ୍ୟାୟରେ ବକେଟ ବଲ୍, ମିଉଜିକ ଚେୟାର , କୁଇଜ୍ ପ୍ରତିଯୋଗିତା କରାଯାଇ ପୁରସ୍କାର ପ୍ରଦାନ କରାଯାଇଥିଲା ।
ସଂପାଦକ ମନ୍ମଥ କୁମାର ରାଉଳଙ୍କୁ ସମ୍ମାନିତ କରାଯାଇଥିଲା। ମଧ୍ୟାହ୍ନ ଭୋଜନ କରାଯାଇ ଆନନ୍ଦ ଉଲ୍ଲାସ ମଧ୍ୟରେ ମିତ୍ର ସଙ୍ଗମ ଆସର କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ ସଂଘର ସଭାପତି ଚିନ୍ତାମଣି ମିଶ୍ର, ସଂପାଦକ ମନ୍ମଥ କୁମାର ରାଉଳ , ଆଲୋଚକ ଡ.ମଧୁସୂଦନ ମହାପାତ୍ର, ଉପସ୍ଥିତ ଥିବା ବେଳେ ପ୍ରହଲ୍ଲାଦ ପ୍ରସାଦ ଲେଙ୍କା ସଭା ପରିଚାଳନା କରିଥିଲେ । ଶେଷରେ ଲିଙ୍ଗରାଜ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।
ବେଲଘର ରେଞ୍ଜରେ ହାତୀ ମୃତ୍ୟୁ ଘଟଣାରେ ଡି ଏଫ ଓ ଙ୍କ ଖବରଦାତା ସମ୍ମିଳନୀ
ବାଲିଗୁଡା, ୨୭/୧: ବହୁ ଚର୍ଚ୍ଚିତ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ଅଧିନସ୍ଥ ବେଲଘର ବନାଞଳରେ ହାତୀ ମୃତ୍ୟୁ ପରେ ଖଣ୍ଡ ଖଣ୍ଡ କରି କାଟି ମାଟି ତଳେ ପୋତିବା ଘଟଣାରେ ବ୍ରହ୍ମପୁର ଆରସିସିଏଫ ବିଶ୍ବନାଥ ନୀଳନବର ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଘଟଣାର ସମସ୍ତ ବିଷୟ ବସ୍ତୁ ପ୍ରକାଶ କରିଛନ୍ତି ।
ଗତ ଜାନୁୟାରୀ ୫ ତାରିଖରେ ବେଲଘର ବନାଞ୍ଚଳର ମୁଣ୍ଡୁଟି ଜଙ୍ଗଲରେ ଗୋଟିଏ ହାତୀର ମୃତ୍ୟୁ ପରେ ବେଲଘର ରେଞ୍ଜର ଉପରିସ୍ଥ ଅଧିକାରୀଙ୍କୁ ନଜଣାଇ ବନ ବିଭାଗରେ କାର୍ଯ୍ୟରତ କିଛି କର୍ମଚାରୀଙ୍କ ସହଯୋଗରେ ମୃତ ହାତୀର ଶବକୁ ୩୨ ଖଣ୍ଡ କରି ପ୍ରଥମେ ବେଲଘର କାଡାପାନା ନିକଟସ୍ଥ ନର୍ସରୀରେ ପୋତି ଦେଇଥିଲେ ।
ପରେ ସେଠାରୁ ବାହାର କରି କଳାହାଣ୍ଡି ଜିଲ୍ଲାର କେସିଙ୍ଗା ନିକଟସ୍ଥ ତହଁସିର ଡ୍ୟାମ୍ ନିକଟରେ ପୋତି ଦେଇଥିଲେ ବେଲଘର ରେଞ୍ଜର ବିନୟ କୁମାର ବିଶି । ଘଟଣାକୁ ନେଇ ତଦନ୍ତ ଯୋରଦାର୍ କରାଯିବା ପରେ ଏବେ ଘଟଣାର ଗୁମର ଖୋଲୁଛି ।
ତଦନ୍ତ ପରେ ରେଞ୍ଜର ବିନୟ କୁମାର ବିଶିଙ୍କୁ ନିଲମ୍ବନ କରିବା ପରଠାରୁ ସେ ଗିରଫ ଭୟରେ ଫେରର୍ ଥିବା ଜଣାପଡ଼ିଛି । ଅନ୍ୟପଟେ ଘଟଣାରେ ବ୍ୟବହୃତ ଗୋଟିଏ ବୋଲେରୋ, ଗୋଟିଏ ବୋଲେରୋ ପିକ୍ଅପ୍ ଓ ଗୋଟିଏ ଜେସିବି ଜବତ କରାଯାଇଛି ।
ପିକ୍ଅପ୍ ଡ୍ରାଇଭର ହୃଷିକେଶ ପଣ୍ଡାକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ବନ ବିଭାଗରେ କାର୍ଯ୍ୟରତ ଆଠ ଜଣ ସ୍କ୍ୱାର୍ଡ କର୍ମଚାରୀଙ୍କୁ ପଚରାଉଚରା ପରେ ନୋଟିସ୍ ରେ ଛଡ଼ା ଯାଇଥିବା କହିଛନ୍ତି ଜଉଉୠ । ବିଦ୍ୟୁତ୍ ଆଘାତରେ ହାତୀର ମୃତ୍ୟୁ ଘଟିଥିଲା ଏବଂ ମୃତ ହାତୀର ନମୁନା ଫୋରେନ୍ସିକ୍ ଲ୍ୟାବ୍ କୁ ପଠାଇଛି ।
ରିପୋର୍ଟ ଆସିବା ପରେ କେଉଁ ହାତୀ ତାହା ସ୍ପଷ୍ଟ ହେବ । ବର୍ତ୍ତମାନ ମଧ୍ୟ ତଦନ୍ତ ଜାରୀ ରହିଛି ।
ତଦନ୍ତ ପ୍ରକ୍ରିୟା ସରିବା ପରେ ଆହୁରି ଅନେକ ଘଟଣା ଉପରୁ ପରଦା ହଟିବ ଏବଂ ଦୋଷୀ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଉଉୠ ବିଶ୍ବନାଥ ନୀଳନବର କହିଛନ୍ତି ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930