Indus Valley Times

ବର୍ଷାକୁ ଖାତିର ନ କରି ପ୍ରଭୁ ଯୀଶୁଙ୍କ ପାଇଁ କଲେ ପ୍ରାର୍ଥନା: ଧରାବତରଣ କଲେ ପ୍ରଭୁ ଯୀଶୁ

 Breaking News

ବର୍ଷାକୁ ଖାତିର ନ କରି ପ୍ରଭୁ ଯୀଶୁଙ୍କ ପାଇଁ କଲେ ପ୍ରାର୍ଥନା: ଧରାବତରଣ କଲେ ପ୍ରଭୁ ଯୀଶୁ

December 26
09:14 2024

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୨୬/୧୨: ଆଜି ସାରା ବିଶ୍ୱ ପାଳନ କରୁଛି ବଡ଼ଦିନ। ମଧ୍ୟ ରାତ୍ରରୁ ଧରାବତରଣ କରିଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟ ।
ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡର ପ୍ରତ୍ୟେକ ବ୍ଲକ ଅଞ୍ଚଳର ଗାଁ ଗହଳିରେ ଥିବା କ୍ୟାଥଲିକ, ବାପିଷ୍ଟ୍ , ସି.ଏନ.ଆଇ ଚର୍ଚ୍ଚ ଓ ଉପାସନା ଗୃହରେ ଖ୍ରୀଷ୍ଟ ବିଶ୍ବାସୀ ଙ୍କ ଭିଡରେ ସମୂହ ପ୍ରାର୍ଥନା କରିବା ସହ ଏହି ପର୍ବ ବଡ଼ ଧୂମ୍‌ଧାମ ଓ ଶାନ୍ତିଶୃଙ୍ଖଳାର ସହ ପାଳନ କରାଯାଇଛି।
ଏହି ପର୍ବ ପାଇଁ ଖ୍ରୀଷ୍ଟପ୍ରେମୀଙ୍କ ମଧ୍ୟରେ ଦେଖାଯାଇଛି ଖୁସି। ଚାରିଆଡ଼େ କେବଳ ଶାନ୍ତି, ସଦ୍‌ଭାବନା ଓ ମୈତ୍ରୀର ବାର୍ତ୍ତା ଦିଆଯାଇଛି।
ଘରେ ଘରେ ଦେଖାଯାଇଛି ଉତ୍ସବମୁଖର। ଚର୍ଚ୍ଚ ସମେତ ପ୍ରାର୍ଥନା ଗୃହରେ ଚାଲିଛି ହୋମ, ଯଜ୍ଞ ଓ ବାଇବେଲ ପଠନରେ ପ୍ରକମ୍ପିତ ହେଉଛି ଚର୍ଚ୍ଚ ଗୃହ। ଯୀଶୁଙ୍କ ଜନ୍ମ ଖୁସିରେ ସମସ୍ତ ଖ୍ରୀଷ୍ଟପ୍ରେମୀ ଶ୍ରଦ୍ଧାଳୁ ନୂଆଁ ପୋଷାକ ପରିଧାନ କରି କେକ୍ କାଟିବା ସହ ପିଠା ପଣାର ଆସର ଜମିଛି। ଅନ୍ୟପକ୍ଷରେ ଲଘୁଚାପ ଜନିତ ବର୍ଷା ଲାଗିରହିଛି। ଏହାକୁ ଖାତିର ନ କରି ପରିବାର ଲୋକଙ୍କ ସହ ପହଞ୍ଚି ଯାଇଛନ୍ତି ଖ୍ରୀଷ୍ଟ ଶ୍ରଦ୍ଧାଳୁ ଆଉ ସମସ୍ତେ ସାମିଲ ହୋଇ ନିଜ ପରିବାର ଓ ସମାଜ ରେ ଶାନ୍ତି ଓ ସମୃଦ୍ଧି ପାଇଁ ପ୍ରାର୍ଥନା କରିଛନ୍ତି।
ଜିଲ୍ଲାର ବାଲିଗୁଡା, କ.ନୂଆଗାଁ, ରାଇକିଆ, ଜି. ଉଦୟଗିରି, ଦାରିଙ୍ଗବାଡି, ତୁମୁଡିବନ୍ଧ ଓ କୋଟଗଡ ବ୍ଲକର ସମସ୍ତ ପଞ୍ଚାୟତରେ ରହିଥିବା ଶତାଧିକ ଚର୍ଚ୍ଚ ଗୃହରେ ମଙ୍ଗଳବାର ସନ୍ଧ୍ୟା ସମୟରୁ ହିଁ ଗୀର୍ଜା ଓ ଉପାସନା ଗୃହ ରଙ୍ଗୀନ ଆଲୋକ ମାଳାରେ ଝଲସୁଛି ଏବଂ ଗୀତ ନୃତ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ପ୍ରକମ୍ପିତ ହେଉଅଛି ।
ଶାନ୍ତିର ପ୍ରତୀକ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଙ୍କ ବାର୍ତ୍ତା କୁ ଯାଜକ ମାନେ ଶ୍ରଦ୍ଧାଳୁ ଙ୍କୁ ଶୁଣାଇଥିଲେ। ବିଭିନ୍ନ ବ୍ଲକ ଅଞ୍ଚଳର ଦାୟିତ୍ୱରେ ଥିବା ମାଜିଷ୍ଟ୍ରେଟ ତଥା ତହସିଲଦାର, ବିଡ଼ିଓ, ଏବଂ ଥାନା ଅଧିକାରୀଙ୍କ ସମେତ ପ୍ରମୁଖ ଅଧିକାରୀ ମାନେ ବିଭିନ୍ନ ଚର୍ଚ୍ଚ, ଗୀର୍ଜା ଓ ଉପାସନା ଗୃହ ବୁଲି ଶାନ୍ତିଶୃଙ୍ଖଳାର ତଦାରଖ କରିଛନ୍ତି।
ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ବର୍ଗତଃ ଅଟଳବିହାରୀ ବାଜପେୟୀଙ୍କ ଜନ୍ମଦିନ ଓ ସୁ ଶାସନ ଦିବସ ପାଳିତ
ବାଲିଗୁଡା, ୨୬/୧୨: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତ ରତ୍ନ ସ୍ବର୍ଗତଃ ଅଟଳ ବିହାରୀ ବାଜପେୟୀ ଙ୍କ ଶହେତମ ଜନ୍ମ ଜୟନ୍ତୀ ଉତ୍ସବ ସ୍ଥାନୀୟ ନଗର ବିଜେପି ପକ୍ଷରୁ ଗାୟତ୍ରୀ ମନ୍ଦିର ସଭାଗୃହ ଠାରେ କନ୍ଧମାଳ ଜ଼ିଲ୍ଲା ବିଜେପି ସଭାପତି ଜଗନ୍ନାଥ ସାହୁଙ୍କ ଅଧ୍ୟକ୍ଷତାରେ ମହାସମାରୋହରେ ପାଳିତ ହୋଇଯାଇଛି ।
ଏଥିରେ କନ୍ଧମାଳ ସାଂସଦ ଙ୍କ ବ୍ଳକ ପ୍ରତିନିଧି ରଞ୍ଜିତ ସାହୁ, ନଗର ବିଜେପି ସଭାପତି ଆଦିକନ୍ଦ ପଟ୍ଟନାୟକ, ଜ଼ିଲ୍ଲା ସାଧାରଣ ସମ୍ପାଦକ ଦେବେନ୍ଦ୍ର କୁଦେଇ, ବରିଷ୍ଠ ବିଜେପି ନେତା ପଦ୍ମ ଚରଣ ଦାସ ପ୍ରମୁଖ ଉପସ୍ଥିତ ରହି ସ୍ବର୍ଗତ ଅଟଳ ବିହାରୀ ବାଜପେୟୀ ଙ୍କ ଫୋଟୋ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ, ଏହି କାର‌୍ୟ୍ୟକ୍ରମ ରେ ବାଲିଗୁଡା ନଗର ର ବହୁ ବିଜେପି କର୍ମୀ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031