Indus Valley Times

ବଲାଙ୍ଗିର ଜେଲ୍‌ରେ ପୋଲିସ୍ ବିଭାଗର ଚଢାଉ, ଅନେକ ନିଶା ଦ୍ରବ୍ୟ ଜବତ

 Breaking News

ବଲାଙ୍ଗିର ଜେଲ୍‌ରେ ପୋଲିସ୍ ବିଭାଗର ଚଢାଉ, ଅନେକ ନିଶା ଦ୍ରବ୍ୟ ଜବତ

August 23
12:08 2024

ବଲାଙ୍ଗିର, ୨୩/୮ : ଆଜି ସକାଳୁ ସକାଳୁ ବଲାଙ୍ଗିର ଜେଲରେ ବଡ଼ ଧରଣର ଚଢ଼ାଉ କରିଛି ପୁଲିସ। ଜେଲରେ ଗ୍ୟାଙ୍ଗୱାର ଚାଲିଥିବା ନେଇ ଖବର ପ୍ରକାଶ ପାଇବା ପରେ ଏସପି ଋଷିକେଶ ଖିଲାରୀଙ୍କ ନେତୃତ୍ୱରେ ଏହି ଚଢ଼ାଉ କରାଯା‌ଇଛି। ମାଜିଷ୍ଟ୍ରେଟଙ୍କ ସହ ୨ ପ୍ଲାଟୁନ୍ ପୁଲିସ ଫୋର୍ସ ଓ ୯ ଅଫିସର ଏହି ଚଢ଼ାଉରେ ସାମିଲ ହୋଇଛନ୍ତି।
ଚଢ଼ାଉ ବେଳେ ଜେଲ ଭିତରୁ ବିଡ଼ି, ସିଗାରେଟ୍, ଦିଆସିଲ୍ ଓ ଅନ୍ୟ ନିଶାଦ୍ରବ୍ୟ ଜବତ ହୋଇଥିବା ସୂଚନା ମିଳିଛି। ଏହି କାରନାମାରେ ଜେଲ୍ କର୍ମଚାରୀଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି।
ଶୁକ୍ରବାର ଦିନ ଜେଲରେ କୁଖ୍ୟାତ ଅବରାଧୀ ବବୁଲ ମହାନନ୍ଦଙ୍କୁ ଅନ୍ୟ ଏକ ଗୋଷ୍ଠୀ ଆକ୍ରମଣ କରିଥବାର ସୂଚନା ରହିଛି।
ବଲାଙ୍ଗିର ଜେଲର ସୁପରିଟେଣ୍ଡେଣ୍ଟ ସର୍ବେଶ୍ୱର ସାହୁ କହିଛନ୍ତି, ଆସାମୀମାନଙ୍କୁ ଚେକିଂ କରାଯାଇ ଭିତରକୁ ଛଡ଼ାଯାଉଛି। ଏହା ସତ୍ତ୍ୱେ ବି ଆସାମୀ ମାନେ ଲୁଚାଇକି ନିଶାଦବ୍ୟ ଭିତରକୁ ନେଇଯାଉଛନ୍ତି।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031