Indus Valley Times

ବଲାଙ୍ଗିର ପୌର ପରିଷଦର ହୋଟେଲ ମାନଙ୍କ ଉପରେ ଚଢ଼ାଉ

 Breaking News

ବଲାଙ୍ଗିର ପୌର ପରିଷଦର ହୋଟେଲ ମାନଙ୍କ ଉପରେ ଚଢ଼ାଉ

ବଲାଙ୍ଗିର ପୌର ପରିଷଦର ହୋଟେଲ ମାନଙ୍କ ଉପରେ ଚଢ଼ାଉ
December 16
20:40 2025

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗିର, ୧୬/୧୨ : ସୋମବାର ପୂର୍ବାହ୍ନରେ ବଲାଙ୍ଗିର ପୌର ପରିଷଦର ଏକ ଦଳ ସରୋଜିନୀ ହୋଟେଲକୁ ଯାଇ ବିଭିନ୍ନ କାଗଜପତ୍ର ଯାଞ୍ଚ କରିଥିଲେ।
ଏହି ଦଳ ରେ ଏନଫୋର୍ସମେଣ୍ଟ ଅଫିସର ସହ ପୌର ପରିଷଦ ର ଇଞ୍ଜିନିୟରିଂ ଷ୍ଟାଫ୍ ଏବଂ ସାନିଟେସନ ଏକ୍ସପର୍ଟ ମଧ୍ୟ ସାମିଲ ଥିଲେ।
ହୋଟେଲ କତୃପକ୍ଷ ହୋଟେଲ ସମ୍ପର୍କିତ କାଗଜାତ ଯାଞ୍ଚ ଦଳ ସମ୍ମୁଖରେ ଦାଖଲ କରିଥିଲେ।
ହୋଟେଲ କତୃପକ୍ଷ ଙ୍କୁ ଫାୟାର ସେଫ୍ଟି ସାର୍ଟିଫିକେଟ ବିଷୟରେ ପଚାରିବାରୁ ପ୍ରତ୍ୟୁତର ରେ ସେ ଗତ ୨୦୨୨ସାଳରୁ ନବୀକରଣ ପାଇଁ ସ୍ଥାନୀୟ ଅଗ୍ନିଶମ କାର୍ଯ୍ୟାଳୟରେ ଦାଖଲ କରିଛନ୍ତି ବୋଲି କହିଥିଲେ।
ବଲାଙ୍ଗିର ଅଗ୍ନିଶମ ବିଭାଗର ଅଧିକାରୀ ଙ୍କୁ ଏ ବିଷୟ ନେଇ ପଚାରିବାରୁ, ସେ ମନାକରି ଦେଇଥିଲେ।କହିଥିଲେ ଯଦି ଦେଇଛନ୍ତି ତେବେ ସଠିକ୍ କାଗଜପତ୍ର ଦେଇ ନ ଥିଲେ ନବୀକରଣ ହୋଇ ନଥିବ।
ଅଗ୍ନିଶମ ଅଧିକାରୀ ଙ୍କ ପ୍ରତିକ୍ରିୟା ରୁ ଜଣାପଡ଼ିଲା ସହରର ବିଭିନ୍ନ ବିଲ୍ଡିଂ ରେ ତାଙ୍କର ଟିମ୍ ର ଅଡିଟ ଚାଲିଛି।ସେମାନେ ନିଜ ତରଫ ରୁ ଅଡିଟ କରି ଫାୟାର ସେଫ୍ଟୀ ବିଷୟରେ ସମସ୍ତଙ୍କୁ ସଚେତନ କରୁଥିବା ଜଣାପଡିଥିଲା।
ଏହା ପୂର୍ବରୁ ବଲାଙ୍ଗିର ର ହୋଟେଲ ବ୍ଲୁ ଲାଗୁନ୍ ରେ ପୌର ପରିଷଦ ଅତର୍କିତ ଚଢ଼ାଉ କରି ବେନିୟମ ରେ ଜବର୍ ଦଖଲ କରି କରିଥିବା ବିବାହ ମଣ୍ଡପ କୁ ସିଲ କରିବା ସହ ୨୦ ଲକ୍ଷ ଟଙ୍କା ଜୋରିମାନା କରିଥିଲେ। ଆବଶ୍ୟକୀୟ କାଗଜପତ୍ର ସାତ ଦିନ ମଧ୍ୟରେ ଦାଖଲ କରିବା ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ।
ବଲାଙ୍ଗିର ସହରରେ ଛତୁ ଫୁଟିଲା ଭଳି ଅନେକ ସପିଙ୍ଗମଲ, ହୋଟେଲ,ରେଷ୍ଟୁରାଣ୍ଟ,ନର୍ସିଂ ହୋମ,ବ୍ୟବସାୟିକ ଅନୁଷ୍ଠାନ,ସ୍କୁଲ, କଲେଜ ବିନା ଫାୟାର ସେଫ୍ଟି ସାର୍ଟିଫିକେଟ ବଳରେ ଚଳାଇଛନ୍ତି। ସହର ଭିତରେ ପାର୍କିଂ ବ୍ୟବସ୍ଥା ନ ଥାଇ ବଡ଼ ବଡ଼ ସପିଙ୍ଗ ମଲ୍ ଗୁଡ଼ିକ ଖୋଲିଛି।
ଅନେକ ବଡ ବଡ ଜ୍ୱେଲେରୀ ସପ୍ ଖୋଲି ବ୍ୟବସାୟ କରୁଛନ୍ତି।ପାର୍କିଂ ବ୍ୟବସ୍ଥା ନ ଥିବାରୁ ସହର ମଧ୍ୟରେ ଟ୍ରାଫିକ ସମସ୍ୟା ଦେଖାଦେଇଛି।
ଏ ସମସ୍ତ ଅବ୍ୟବସ୍ଥା କୁ ବ୍ୟବସ୍ଥିତ କରିବା ପାଇଁ ବଲାଙ୍ଗିର ପୌର ପରିଷଦ ତନାଘନା ଚଢ଼ାଉ ଜାରି ରଖିଛି।ତେବେ ଆଗକୁ ଏହା କେତେ କାର୍ଯ୍ୟକାରୀ ହେବ ପୌର ପରିଷଦ ର କାର୍ଯ୍ୟ ଦକ୍ଷତା ଉପରେ ନିର୍ଭର କରେ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031