Indus Valley Times

ବାଲେଶ୍ୱର ଉତ୍ସବର ଚତୁର୍ଥ ସନ୍ଧ୍ୟାରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ବାଲେଶ୍ୱର ଉତ୍ସବର ଚତୁର୍ଥ ସନ୍ଧ୍ୟାରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

December 09
15:46 2024

ସୁଦାମ ପାତ୍ରଙ୍କ ରିପୋର୍ଟ
ବାଲେଶ୍ୱର, ୯/୧୨ : ବାଲେଶ୍ୱର ଉତ୍ସବର ଚତୁର୍ଥ ସନ୍ଧ୍ୟାରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଭାପତି ସତ୍ୟ ଶିବ ସୁନ୍ଦର ଦାଶ, , ଅଧ୍ୟକ୍ଷା ଗୋପାମୁଦ୍ରା ମହାପାତ୍ର,ଉପାଧ୍ୟକ୍ଷ ଉତ୍ପଳ ମହାନ୍ତି ପ୍ରମୁଖ ଉଦଘାଟନ କରିଥିଲେ । ସମ୍ପାଦକ ଅରିଜିତ ଘୋସାଲଙ୍କ ସଂଯୋଜନାରେ ଆୟୋଜିତ ଆଜିର କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲେ ଓଡ଼ିଶା ସଙ୍ଗୀତ ଜଗତର ଲୋକପ୍ରିୟ ଯୁବ ଗାୟକ ସତ୍ୟଜିତ , ସୁମଧୁର ଗୀତ ବେସ ଆକର୍ଷିତ କରିଥିଲା ସମଗ୍ର ବାଲେଶ୍ଵରିଆଙ୍କୁ ।
ଆମ ରାଜ୍ୟର ଜନପ୍ରିୟ ନୃତ୍ୟ ଅନୁଷ୍ଠାନ କେନ୍ଦ୍ରାପଡ଼ାର ସାଇ ଡ୍ୟାନ୍ସ ଏକାଡେମୀର ଧମାକାଦାର ପ୍ରଦର୍ଶନ ଥିଲା ଅତ୍ୟନ୍ତ ଚିତାକର୍ଷକ ।
ବ୍ୟାପକ ଜନଗହଳି ଦର୍ଶାଉଥିଲା କେତେ ସଫଳ ବାଲେଶ୍ୱର ଉତ୍ସବ ୨୦୨୪ କ୍ଷ ଭରପୁର ଯୁବପିଢ଼ିଙ୍କ ଉପସ୍ଥିତିରେ ଝୁମିଥିଲା ଓ଼ଲ୍ଡ ଷ୍ଟାଡିଅମ ବାଲେଶ୍ୱର ।
ଅନ୍ୟ ଏକ କାର୍ଯ୍ୟକ୍ରମ ସାମାଜିକ ଗଣମାଧ୍ୟମ ୟୁ ଟ୍ୟୁବ ମାଧ୍ୟମରେ ସାରା ଓଡିଶାକୁ ମନୋରଞ୍ଜନର ଖୋରାକ ଯୋଗାଉଥିବା ଆଗଧାଡିର ବ୍ଲଗରମାନଙ୍କୁ ସମ୍ମାନିତ କରି ଏକ ନିଆରା ଉପହାର ଦେଇଛି ଏହି ଅନୁଷ୍ଠାନ ।
ଏହି ବ୍ଲଗର ମାନେ ହେଲେ ଶ୍ରୀୟାଂଶ ପ୍ରଧାନ, ପ୍ରବୀଣ ପଟ୍ଟନାୟକ, ସଂକଳ୍ପ ଜେନା, ଦୀପକ ପଣ୍ଡା, ଡିସ୍କୋଭାରୀ ଚ୍ୟାନେଲ ଦ୍ୱାରା ପୁରସ୍କୃତ ପ୍ରୟାଗ ସାମଲ, ପ୍ରୟାଶ ମହାପାତ୍ର, ଓଡିଶା ସରକାରଙ୍କ ଦ୍ୱାରା ପୁରସ୍କୃତ ଗୌତମ ସ୍ୱାଇଁ,ରାଜ୍ୟ ପର‌୍ୟ୍ୟଟନ ବିଭାଗ ଦ୍ୱାରା ପୁରସ୍କୃତ ଆଶୁତୋଷ ଜେନା ।
ଉକ୍ତ କାର‌୍ୟ୍ୟକ୍ରମରେ ନିମନ୍ତ୍ରିତ ଅତିଥି ପୂର୍ବତନ ପାରିଷଦ ଚିତ୍ତରଞ୍ଜନ ପଣ୍ଡା, ଜୟପ୍ରକାଶ ଦାଶ, ସୁଶାନ୍ତ ସାହୁ ବିଜେପି ଜିଲ୍ଲା ମହିଳା ସଭାନେତ୍ରୀ ଶ୍ରୀମତୀ ସିପ୍ରା ମହାପାତ୍ର, ଦେବାଶିଷ ଚାଟାର୍ଜୀ ଯୋଗ ଦେଇଥିବାବେଳେ ଅନୁଷ୍ଠାନର କର୍ମକର୍ତ୍ତାଶୁଭମ ସାଇ, ଭବାନୀ ମହାଳିକ,ଗୌତମ ସେଠି, ସୁଶୀଳ ଜେନା , ଅରଣ୍ୟ,ଅଜୟ, ଆଶ୍ରିତା ତରାଇ, ଖିରୋଦ,ଦେବାଶିଷ ରଥ, ଚନ୍ଦନ ଶତପଥି, ଉତ୍ତମ ଦାସ,ସତ୍ୟଦୀପ, ରାଜ ଶଙ୍କର, ସଞ୍ଜୟ ବାରିକ, ରାଜେନ୍ଦ୍ର ଦାସ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଅନୁଷ୍ଠାନର ସାଂସ୍କୃତିକ ସମ୍ପାଦକ ଦୀପକ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031