Indus Valley Times

” ବିଜେପି ବୌଦ୍ଧ ଜିଲ୍ଲା ର ମଣ୍ଡଳ ସ୍ତରୀୟ ଜରୁରୀ ସାଙ୍ଗଠନିକ ବୈଠକ “

 Breaking News

” ବିଜେପି ବୌଦ୍ଧ ଜିଲ୍ଲା ର ମଣ୍ଡଳ ସ୍ତରୀୟ ଜରୁରୀ ସାଙ୍ଗଠନିକ ବୈଠକ “

December 14
11:32 2024

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ , ୧୪/୧୨ : ଅଦ୍ୟ ବିଜେପି ବୌଦ୍ଧ ଜିଲ୍ଲାର ମଣ୍ଡଳ ସ୍ତରୀୟ ସାଙ୍ଗଠନିକ ଜରୁରୀ ବୈଠକ ଜିଲ୍ଲା ବିଜେପି ସଭାପତି ଶ୍ରୀ ବିପ୍ର ଚରଣ ମହାନ୍ତି ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା
ଜିଲ୍ଲା ସଭାପତି ତାଂକ ଅଭିଭାଷଣ ରେ ଜିଲ୍ଲାର ସମସ୍ତ ୪୧୫ ଗୋଟି ବୁଥ କମିଟି ନିର୍ବାଚନ ମଣ୍ଡଳ ସଭାପତି ଓ ମଣ୍ଡଳ ରିଟର ନିଙ୍ଗ ଅଧିକାରୀ, ଓ ଶକ୍ତିକେନ୍ଦ୍ର ର ନିର୍ବାଚନ ସହଯୋଗୀ ଙ୍କ ମିଳିତ ପ୍ରଚେଷ୍ଟା ରେ ସହମତି ଭିତିରେ ୧୨ ଜଣିଆ ବୁଥ କମିଟି ସଦସ୍ୟ, ସଦସ୍ୟା ଙ୍କ ସୂଚୀ କରାଯାଇଥବାର
ପରିପ୍ରକାଶ କରିଥିଲେ
ଆଜିର ଏହି କାର୍ଯ୍ୟକ୍ରମ ରେ କଣ୍ଟାମାଳ ବିଧାୟକ ଶ୍ରୀଯୁକ୍ତ କାହ୍ନହିଁ ଚରଣ ଡାଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ତାଂକ ବକ୍ତବ୍ୟ ରେ ସମସ୍ତ ମଣ୍ଡଳ ସଭାପତି, ନିର୍ବାଚନ ଅଧିକାରୀ, ମଣ୍ଡଳ ରିଟରନିଙ୍ଗ ଅଧିକାରୀ, ମାନଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ସହମତି ଭିତରେ ସମସ୍ତ ବୁଥ କମିଟି ସମ୍ପୂର୍ଣ ହୋଇ ଥିବା ଯୋଗୁଁ ସମସ୍ତ ଙ୍କୁ ଶୁଭେଚ୍ଛା ଜଣାଇ ଥିଲେ ।
ଜିଲ୍ଲାର ନିର୍ବାଚନ ଅଧିକାରୀ ଶ୍ରୀ ଭଗବାନ ମହାନ୍ତି ତାଂକ ଅଭିଭାଷଣ ରେ ସମସ୍ତ ମଣ୍ଡଳ ରେ ଠିକ ସମୟ ସୀମା ମଧ୍ୟରେ ସାଙ୍ଗଠନିକ କାର୍ଯ୍ୟକ୍ରମ ସବୁ କୁ ହୋଇ ଥିବାର ବିଶେଷ ତଥ୍ୟ ପ୍ରଦାନ କରି ଥିଲେ ।
ଆଜିର ଏହି କାର୍ଯ୍ୟକ୍ରମ ରେ କଣ୍ଟାମକ୍ଷଲ ସହ ନିର୍ବାଚନ ଅଧିକାରୀ ଶ୍ରୀ ଚିତ୍ତ ପାତ୍ର ଓ ବୌଦ୍ଧ ସହ ନିର୍ବାଚନ ଅଧିକାରୀ ଶ୍ରୀ ମାଗୁଣି ଗାଈ ଗଉରିଆ, ଦୁଇ ନିର୍ବାଚନ ମଣ୍ଡଳୀ ର ୪୧୫ ବୁଥ କମିଟି ର ତଥ୍ୟ ପ୍ରଦାନ କରିଥିଲେ ।
ଆଜିର ଏହି କାର୍ଯ୍ୟକ୍ରମ ରେ ମଣ୍ଡଳ ରିଟରନିଙ୍ଗ ଅଧିକାରୀ
ସର୍ବଶ୍ରୀ ଇ. ରାକେଶ ତ୍ରିପାଠୀ, ପ୍ରେମାନନ୍ଦ ମିଶ୍ର,ସୁଶାନ୍ତ ପ୍ରଧାନ, ପୁର୍ଣ ଚନ୍ଦ୍ର ଗାଈ ଗଉରିଆ, ସୁବାସ ପ୍ରଧାନ, ଯୁଗଳ ସାମଲ, କେଦାର ସାହୁ
ଯୋଗ ଦାନ କରି ଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲାର ସାଧାରଣ ସମ୍ପାଦକ ଶ୍ରୀ ତାପସ କୁମାର ପଟ୍ଟନାୟକ ସମସ୍ତ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ ।
ଆଜିର ଏହି କାର‌୍ୟ୍ୟକ୍ରମ ରେ ବିଜେପି ର ବହୁ ବରିଷ୍ଠ ନେତୃବୃନ୍ଦ ଙ୍କ ସହିତ ସମସ୍ତ,ଦଶ ଜଣ ମଣ୍ଡଳ ସଭାପତି ସମସ୍ତ ରେଜିଷ୍ଟ୍ରର କାଗଜ ପତ୍ର ପ୍ରଦାନ କରିବା ସହିତ ଉପସ୍ଥିତ ଥିଲେ କ୍ଷ

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031