Indus Valley Times

ବିଦ୍ୟୁତ ଆଘାତରେ ଛଟପଟ ହେଉଥିଲେ ସାନ ଯା’ଆ, ବଞ୍ଚାଇବାକୁ ଆସି ଟଳିପଡିଲା ବଡ଼

 Breaking News

ବିଦ୍ୟୁତ ଆଘାତରେ ଛଟପଟ ହେଉଥିଲେ ସାନ ଯା’ଆ, ବଞ୍ଚାଇବାକୁ ଆସି ଟଳିପଡିଲା ବଡ଼

June 17
10:51 2026

ଢେଙ୍କାନାଳ, ୧୭/୬ : ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଥାନା ଅନ୍ତର୍ଗତ ରଞ୍ଜାଗୋଳ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଗତକାଲି ରାତି ପ୍ରାୟ ୨ଟାରେ ବିଦ୍ୟୁତ୍ ସଂଯୋଗରେ ଝଟକା ଲାଗି ଦୁଇ ଯାଆଙ୍କର ମୃତ୍ୟୁ ହୋଇଛି। ମୃତକମାନେ‌ ହେଲେ ମନିଷା ଦେହୁରୀ (୪୦) ଏବଂ ରଞ୍ଜୁ ଦେହୁରୀ (୩୮)।
ସୂଚନା ଅନୁସାରେ ପରିବାର ଲୋକଙ୍କ ସହିତ ମନିଷା ଏବଂ ରଂଜୁ ଗତକାଲି ରାତ୍ରୀ ଭୋଜନ ପରେ ଶୋଇଥିଲେ। ମନିଷା, ରଂଜୁ ଏବଂସେମାନଙ୍କର ଜଣେ ସଂପର୍କୀୟ ଖୁଡ଼ି ଗୋଟିଏ ସ୍ଥାନରେ ଶୋଇଥିଲେ। ତେବେ ମଧ୍ୟରାତ୍ରୀରେ ଭୁଲବଶତଃ ମନିଷାଙ୍କ ଦେହରେ ବିଦ୍ୟୁତ ତାର ସଂଯୋଗ ହୋଇଯାଇଥିଲା।
ତାଙ୍କୁ ରକ୍ଷା କରିବା ପାଇଁ ରଂଜୁ ଉଦ୍ୟମ କରିଥିଲେ। କିନ୍ତୁ ସେ ମଧ୍ୟ ବିଦ୍ୟୁତ ଆଘାତର ଶିାକର ହୋଇଥିଲେ। ଏହି ଘଟଣାରେ ସେମାନଙ୍କର ଖୁଡ଼ୀ ମଧ୍ୟ ଆଘାତ ପାଇଥିଲେ।
ସମସ୍ତଙ୍କୁ ପ୍ରଥମେ ଖଜୁରିଆକଟା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେଠାରୁ ଦୁଇ ଯାଆ ମନିଷା ଏବଂ ରଂଜୁଙ୍କୁ ହିନ୍ଦୋଳ ଗୋଷ୍ଠୀ ସ୍ବାସ୍ଥ୍ୟକୁ ସ୍ଥାନାନ୍ତରିତ କରାଯାଇଥିଲା।
ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ସେମାନଙ୍କର ଖୁଡ଼ିଙ୍କର ଖଜୁରିଆକଟା ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ଜାରି ରହିଛି। ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031