Indus Valley Times

ବିଶିଷ୍ଟ ସଂଗଠକ ସଞ୍ଜୀବ ସାହୁଙ୍କ ଦେହାନ୍ତ

 Breaking News

ବିଶିଷ୍ଟ ସଂଗଠକ ସଞ୍ଜୀବ ସାହୁଙ୍କ ଦେହାନ୍ତ

ବିଶିଷ୍ଟ ସଂଗଠକ ସଞ୍ଜୀବ ସାହୁଙ୍କ ଦେହାନ୍ତ
June 05
11:49 2025

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗିର, ୫/୬ : ବୁଧବାର ସନ୍ଧ୍ୟା ୭ଘଣ୍ଟା ସମୟରେ ABSS ପଡ଼ାର ସଞ୍ଜୀବ ସାହୁ ଙ୍କ ସ୍ଵର୍ଗବାସ ହୋଇଯାଇଛି।ସେ ଜଣେ ଆଦର୍ଶବାଦି, ବଳିଷ୍ଠ ସଂଗଠକ,ପରୋପକାରୀ, ଅମାୟିକ ବ୍ୟକ୍ତିତ୍ଵ ଥିଲେ।ତାଙ୍କର ମୃତ୍ୟୁ ସ୍ଥାନୀୟ ଅଞ୍ଚଳ ପାଇଁ ଏକ ଶୂନ୍ୟସ୍ଥାନ ସୃଷ୍ଟି କରିଛି।
କେହି ମଧ୍ୟ ଏହା ପୂରଣ କରିପାରିବେ ନାହିଁ।ସଞ୍ଜୀବ ଙ୍କ ହସ ହସ ମୁହଁ ଆଉ ଦେଖିବାକୁ ମିଳିବ ନାହିଁ।ତାଙ୍କର ସେହି ବନ୍ଧୁତ୍ୱ ଶବ୍ଦ ଶୁଣିବାକୁ ମିଳିବ ନାହିଁ।ତାଙ୍କ ବିୟୋଗ ରେ ନିରବି ଗଲା ସବୁ।ଶୋକ ସାଗରରେ ଭସାଇ ଚାଲିଗଲେ ଦୂରକୁ ବହୁ ଦୂରକୁ।ଆଉ ଦେଖା ହେବନି ଏ ଜନମରେ।
ଏଣୁ ସମସ୍ତ ସଭ୍ୟ ମାନଙ୍କ ଉପସ୍ଥିତିରେ ସଞ୍ଜୀବ ସାହୁ ଙ୍କ ଅମର ଆତ୍ମା ର ସଦଗତି ନିମନ୍ତେ ଦୁଇ ମିନିଟ ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା।
ଏପରି ଜଣେ ଦୃଢ଼ ମନୋବଳ ବ୍ୟକ୍ତିତ୍ଵ ଙ୍କ ର ସ୍ମୃତି କୁ ମନେ ପକାଇ ସଭିଏଁ ମର୍ମାହତ ହୋଇଯାଇଥିଲେ।ସେ ଇହ ଜଗତରେ ନାହାନ୍ତି ହେଲେ ସଞ୍ଜୀବ ସଜୀବ ହୋଇ ସମସ୍ତ ଙ୍କ ହୃଦୟରେ ରହିଯାଇଛନ୍ତି। ମୃତ୍ୟୁ ପୂର୍ବରୁ ସେ ସାରା ସମାଜ କୁ ଏକ ସନ୍ଦେଶ ଦେଇ ଯାଇଛନ୍ତି। ତାହା ହେଉଛି Unity is the best policy.
ଶୀତଳଷଷ୍ଠୀ ଯାତ୍ରା ର ପରିସମାପ୍ତି ପରେ ଦେବ ଦେବ ମହାଦେବ ମାଁ ପାର୍ବତୀ ଙ୍କ ସହ ମନ୍ଦିର କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି।
ଦେବତା ଙ୍କ ପ୍ରତ୍ୟାବର୍ତ୍ତନ ର ମାତ୍ର ଦୁଇଦିନ ପରେ ସଞ୍ଜୀବ ମଧ୍ୟ ସମସ୍ତ ଙ୍କୁ ଛାଡି ଚାଲିଯାଇଛନ୍ତି।ତାଙ୍କୁ ମନେ ପକାଇବା ପାଇଁ ତଥା ସଞ୍ଜୀବ ଙ୍କ ସ୍ବପ୍ନ କୁ ସାକାର କରିବା ପାଇଁ ପ୍ରତିବର୍ଷ ଶୀତଳ ଷଷ୍ଠୀ ଯାତ୍ରା ଚାଲୁ ରହିବ ବୋଲି ସମସ୍ତ ସଭ୍ୟ ସଂକଳ୍ପ କରିଛନ୍ତି।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031