Indus Valley Times

ବିଶ୍ବହିନ୍ଦୁ ପରିଷଦ ପକ୍ଷରୁ ଶ୍ରୀରାମ ମହୋତ୍ସବ। ଶ୍ରୀ ରାମଲାଲାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ- ଅତିଥି

 Breaking News

ବିଶ୍ବହିନ୍ଦୁ ପରିଷଦ ପକ୍ଷରୁ ଶ୍ରୀରାମ ମହୋତ୍ସବ। ଶ୍ରୀ ରାମଲାଲାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ- ଅତିଥି

ବିଶ୍ବହିନ୍ଦୁ ପରିଷଦ ପକ୍ଷରୁ ଶ୍ରୀରାମ ମହୋତ୍ସବ। ଶ୍ରୀ ରାମଲାଲାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ- ଅତିଥି
March 26
23:10 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା ,୨୬/୩ : ବିଶ୍ଵହିନ୍ଦୁ ପରିଷଦ (ବିଏଚପି) ଖୋରଧା ଜିଲ୍ଲା ପକ୍ଷରୁ ଚୈତ୍ର ଶୁକ୍ଳ ପ୍ରତିପଦା ଠାରୁ ସପ୍ତ ଦିନ ବ୍ୟାପୀ ଶ୍ରୀରାମଲାଲାଙ୍କ ଏକ ସୁସଜ୍ଜିତ ରଥ ଜିଲ୍ଲା ପରିକ୍ରମା କରୁଛି। ଏହି ଅବସରରେ ସ୍ଥାନୀୟ ସମବାୟ ବ୍ୟାଙ୍କ ଛକ ଠାରେ ଶ୍ରୀରାମ ମହୋତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି।
ଖୋରଧା ପଖଣ୍ଡ ସଭାପତି ସୁଦର୍ଶନ ରଥଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବକୁ ମହନ୍ତ ଅନନ୍ତ ନାରାୟଣ ଦେବାଚାର୍ଯ୍ୟ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଉଦ୍‌ଘାଟନ କରିଥିଲେ ।
ବିଶିଷ୍ଟ ଶିକ୍ଷାବିତ ଡ. ଧୀରେନ୍ଦ୍ର ନନ୍ଦ ମୁଖ୍ୟ ଅତିଥି ପୂର୍ବତନ ପ୍ରଶାସକ ଦେବରାଜ ସେନାପତି ସମ୍ମାନିତ ଅତିଥି ଭାବେ ଯୋଗଦେଇ ପ୍ରଭୁ ଶ୍ରୀରାମଲାଲାଙ୍କ ନୀତି ଆଦର୍ଶରେ ଅନୁପାଣିତ ହେବାକୁ କହିଥିଲେ ।
ଭାରତୀୟ ହୃଦୟର ସ୍ପନ୍ଦନ ହେଉଛନ୍ତି ପ୍ରଭୁ ଶ୍ରୀରାମ । ଆଜି ଭାରତୀୟଙ୍କ ମନରେ ଏକ ନବଜାଗରଣ ସୃଷ୍ଟି ହୋଇଛି । ସବୁଠି ଶ୍ରୀରାମ ଉତ୍ସବ ଧୁମଧାମରେ ପାଳନ କରାଯାଉଛି ।
ରାମ ନବମୀ ଉପଲେକ୍ଷ ସବୁଠି ମଠ, ମନ୍ଦିରରେ ସପ୍ତ ଦିନ ବ୍ୟାପୀ ଶ୍ରୀରାମ କଥା, ପ୍ରବଚନ, ପାରାୟଣ,ହୋମଯଜ୍ଞ ଚାଲିଛି। ସବୁଠି ଆଧାତ୍ମିକ ବାତାବରଣ ରହିଛି ।
କାର୍ଯ୍ୟକ୍ରମରେ ବିଶ୍ବହିନ୍ଦୁ ପରିଷଦ ଖୋରଧା ଜିଲ୍ଲା ସହ ସମ୍ପାଦକ ପ୍ରଭାତ ପାଣିଗ୍ରାହୀ ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଲେ
ପୂଣ୍ୟଭୂମି ଅଯୋଧାରେ ଶ୍ରୀରାମଙ୍କ ଭବ୍ୟ ମନ୍ଦିର,ପ୍ରାଣ ପ୍ରତିଷ୍ଠା ପରେ ସମଗ୍ର ଭାରତ ବର୍ଷରେ ନୂତନ ଯୁଗର ଅୟାରମ୍ଭ ହୋଇଛି ।
୫ଶହ ବର୍ଷର ସଂଘର୍ଷ ପରେ ପ୍ରଭୁ ଶ୍ରୀରାମ ଜନ୍ମଭୂମି ଅଯୋଧାର ଭବ୍ୟ ମନ୍ଦିରରେ ଅଧିଷ୍ଠିତ ହୋଇଛନ୍ତି । ଏକ ସଶକ୍ତ ସମୃଦ୍ଧ ରାଷ୍ଟ୍ର ଗଠନର ମୂଳଦୁଆ ଭବ୍ୟ ମନ୍ଦିର ନିର୍ମାଣ ସହ ପଡ଼ିଛି । ପୂର୍ବରୁ ଚୈତ୍ର ଶୁକ୍ଳ ପ୍ରତିପଦାରେ ଭାରତୀୟ ନବବର୍ଷ ପାଳନ କରାଯାଉଛି। କୋଟି କୋଟି ଭାରତୀୟଙ୍କ ଆସ୍ଥା ଓ ବିଶ୍ଵାସର ପ୍ରତୀକ ହେଉଛନ୍ତି ପ୍ରଭୁ ଶ୍ରୀରାମ।
ସନାତନ ସଂସ୍କୃତି, ପରମ୍ପରାର ମୂଖ୍ୟ ଆଧାର ହୋଉଛନ୍ତି ରାମଲାଲା । ଚୈତ୍ରଶୁକ୍ଳ ନବମୀ ପ୍ରଭୁ ଶ୍ରୀରାମଙ୍କ ଜନ୍ମୋତ୍ସବ ପାଳନ ପାଇଁ ସମଗ୍ର ଭାରତ ବର୍ଷରେ ନବୀନ ଉତ୍ସାହ ଭରି ରହିଛି । ଭାରତବର୍ଷ ଭଗବାନମୟ, ରାମମୟ ହୋଇ ଉଠିଛି। ଭାରତୀୟ ସଂସ୍କୃତି, ପରମ୍ପରା ସବର୍ଦା ବିଶ୍ବକୁ ମାର୍ଗଦର୍ଶନ କରୁଛି । ନିଜ ସଂସ୍କୃତିକୁ ନେଇ ଗର୍ବ କରିବା ମାଆ, ମାଟି, ମାତୃଭୂମି ପାଇଁ ଗର୍ବ ଅନୁଭବ କରନ୍ତୁ ବୋଲି କହିଥିଲେ ।
କାର୍ଯ୍ୟକ୍ରମରେ ଶୁଭଙ୍କର ପାଇକରାୟ ମଂଚ ସଂଯୋଜନା କରିଥିବା ବେଳେ ବିଏଚପି ଜିଲା ସହ ସମ୍ପାଦକ ସନ୍ତୋଷ ଶ୍ରୀଚନ୍ଦନ, କୋଷାଧକ୍ଷ ଅଭିମନ୍ୟୁ ଘଟୁଆଳ, କିତେନ୍ଦ୍ର ବେହେରା, ରଶ୍ମିରଞ୍ଜନ ମିଶ୍ର, ବଚ୍ଚରଙ୍ଗ ଦଳର ଜିଲା ସଂଯୋଜକ ଉଦିତ ପ୍ରହରାଜ, ସହ ସଂଯୋଜକ ଏସଏମ ଦିବ୍ୟ ପ୍ରକାଶ, କେ ଆଦର୍ଶ ଅଂଶୁମାନ, ଜ୍ୟୋତିରଞ୍ଜନ ସାଇଁ, ଜ୍ୟୋତିପ୍ରକାଶ ବରାଳ, ବିଜାଶ ବରାଳ, ରାଧାମୋହ‌ନ ପ୍ରଧାନ, ଚନ୍ଦନ ମହାରଣା, କୌଶିକ ବରାଳ, ସତ୍ୟତିତ ବେହେରା ପ୍ରମୁଖ ପରିଚାଳନା କରିଥିଲେ ।
ଶେଷରେ ବିଜେବି ହାଇସ୍କୁଲର ଛାତ୍ର ମାନେ ସମରକଳା ପାଇକ ଆଖଡ଼ା ପରିବେଷଣ କରିଥିବା ବେଳେ କୁନି କୁନି କଳାକାର ମାନେ ଓଡିଶୀ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031