Indus Valley Times

ବୌଦ୍ଧପଞ୍ଚାୟତ ମହାବିଦ୍ୟାଳୟରେ ଗଣତନ୍ତ୍ରକୁ ହତ୍ୟାକୁ ବିଜୁ ଜନତାଦଳର ନିନ୍ଦା : ନିର୍ବାଚିତ ପ୍ରାର୍ଥୀଙ୍କୁ ଅଭିନନ୍ଦନ ଜଣାଇଲେ ପୁର୍ବତନ ମନ୍ତ୍ରୀ ପ୍ରଦୀପ କୁମାର ଅମାତ

 Breaking News

October 09
21:50 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୯/୧୦ : ବୌଦ୍ଧ ଦୀର୍ଘଦିନର ପ୍ରତୀକ୍ଷାପରେ ରାଜ୍ୟସରକାର ଛାତ୍ରସଂସଦ ନିର୍ବାଚନ ଘୋଷଣା କରିଥିବା ବେଳେ ପୂର୍ବରୁ ବିଜୁ ଜନତା ଦଳ ଯାହା ଆକଳନ କରିଥିଲା
ଆଜି ତାହା ସତ୍ୟରେ ପ୍ରମାଣିତ ହୋଇଛି । ସମ୍ଭାବ୍ୟ ପରାଜୟ ଭୟରେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ରେ ଶାସକ ଦଳର ଚାପରେ କଲେଜ କର୍ତ୍ତ୍ତୃପକ୍ଷ ଅନୈତିକ ଭାବେ ସମସ୍ତ ପ୍ରତୀଦ୍ୱନ୍ଦୀଙ୍କ ନାମାଙ୍କନ ପତ୍ରକୁ ଖାରଜ କରିଛନ୍ତି ଏହାକୁ ବିଜୁ ଛାତ୍ର ଜନତାଦଳ ପକ୍ଷରୁ ଅଂଶୁମାନ ହୋତା ଆୟୁଷ କୁମାର ସ୍ୱାଇଁ ଅର୍ପିତ ମହାପାତ୍ର ପୃଥ୍ୱୀରାଜ ମିର୍ଦ୍ଧା ବବୁନ ମେହେର ଉର୍ବଶୀ ମେହେର ଅନିମେଷ ବେହେରା ସାହିଲ ପ୍ରଧାନ ପ୍ରମୁଖ ନିନ୍ଦା କରିବା ସହ ଆଗାମୀ ଦିନରେ ଏହାର ଦୃଢ଼ ଜବାବ ଦିଆଯିବ ବୋଲି କହିଛନ୍ତି ।
. ବିଜୁ ଛାତ୍ରଜନତାଦଳର ଲଢୁଆ ନେତା ପ୍ରଭାତ ଜେନା ସାଧାରଣସମ୍ପାଦକ ଭାବେ ଏବଂ ଡ୍ରାମାଟିକସମ୍ପାଦକ ଭାବେ ବିଜୁ ଛାତ୍ର ଜନତାଦଳର ଆକାଶ ପରିଡା ଏକମାତ୍ର ପ୍ରାର୍ଥୀ ଭାବେ ମନୋନୀତ ହେବାପରେ ପୂର୍ବତନ ବାଚସ୍ପତି ତଥା ବିଜୁ ଜନତାଦଳର ସଭାପତି ଶ୍ରୀଯୁକ୍ତ ପ୍ରଦୀପ କୁମାର ଅମାତଙ୍କ ପାଖରେ ପହଞ୍ଚି ସାକ୍ଷାତ କରିବା ସହ ଆଶୀର୍ବାଦ କାମନା କରିଛନ୍ତି ।
ଉଭୟ ପ୍ରାର୍ଥୀଙ୍କୁ ବିଜୁ ଜନତାଦଳର ନେତା ଅଶୋକ ସାହୁ ବିଶ୍ୱଜିତ ମିଶ୍ର ଅବକାଶ ସାହୁ ବସନ୍ତ ସ୍ୱାଇଁ ପ୍ରମୁଖ ଅଭିନନ୍ଦନ ଜ୍ଞାପନ କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031