Indus Valley Times

ବୌଦ୍ଧରେ “କାର୍ଯ୍ୟସ୍ଥଳୀରେ ମହିଳାଙ୍କ ଉପରେ ଯୌନ ନିର୍ଯାତନା ” ସମ୍ବନ୍ଧୀୟ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ

 Breaking News

ବୌଦ୍ଧରେ “କାର୍ଯ୍ୟସ୍ଥଳୀରେ ମହିଳାଙ୍କ ଉପରେ ଯୌନ ନିର୍ଯାତନା ” ସମ୍ବନ୍ଧୀୟ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ

ବୌଦ୍ଧରେ “କାର୍ଯ୍ୟସ୍ଥଳୀରେ ମହିଳାଙ୍କ ଉପରେ ଯୌନ ନିର୍ଯାତନା ” ସମ୍ବନ୍ଧୀୟ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ
September 09
09:19 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୯/୯ : ବୌଦ୍ଧ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ସମାଜ ମଙ୍ଗଳ ବିଭାଗର ମିଳିତ ଆନୁକୂଲ୍ୟରେ ଆଜି ମୁଖ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ \”କାର୍ଯ୍ୟସ୍ଥଳୀରେ ମହିଳାଙ୍କ ଯୌନ ନିର୍ଯାତନା (ନିଷେଧ, ପ୍ରତିରୋଧ ଓ ପ୍ରତିକାର) ଆଇନ, ୨୦୧୩\” (POSH Act) ଉପରେ ଏକ ଦିବସୀୟ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।
ଏହି ଗୁରୁତ୍ୱପୂର୍ଣ୍ଣ ପ୍ରଶିକ୍ଷଣ ଶିବିର ବୌଦ୍ଧ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ସମ୍ପନ୍ନ ହୋଇଥିଲା। ଏଥିରେ ସମ୍ମାନିତ ଅତିଥି ଭାବେ ବୌଦ୍ଧ ଉପ-ଜିଲ୍ଲାପାଳଙ୍କ ସମେତ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି କାର୍ଯ୍ୟସ୍ଥଳୀରେ ମହିଳାମାନଙ୍କ ପାଇଁ ଏକ ସୁରକ୍ଷିତ, ସୁସ୍ଥ ଓ ସମ୍ମାନଜନକ ପରିବେଶ ସୃଷ୍ଟି କରିବା ଉପରେ ନିଜ ନିଜର ବହୁମୂଲ୍ୟ ମତ ରଖିଥିଲେ।
କାର୍ଯ୍ୟକ୍ରମର ପ୍ରାରମ୍ଭରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ସାଗରିକା ଦତ୍ତ ଉପସ୍ଥିତ ସମସ୍ତ ଅତିଥି ଓ ପ୍ରଶିକ୍ଷାର୍ଥୀମାନଙ୍କୁ ଆନୁଷ୍ଠାନିକ ଭାବେ ସ୍ୱାଗତ କରିବା ସହ ବୈଠକର ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ।
ଏହି ପ୍ରଶିକ୍ଷଣ ଶିବିରରେ ଆଡଭୋକେଟ୍ ଅଙ୍କିତା ଶତପଥୀ ମୁଖ୍ୟ ରିସୋର୍ସ ପର୍ସନ ଭାବେ ଯୋଗଦେଇ ଉପସ୍ଥିତ କର୍ମଚାରୀ ଓ ଅଧିକାରୀମାନଙ୍କୁ ପୋଶ POSH ଆଇନର ବିଭିନ୍ନ ଧାରା, ଅଭିଯୋଗ ପ୍ରକ୍ରିୟା ଏବଂ ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ICC) ର ଗଠନ ଓ ଦାୟିତ୍ୱ ବିଷୟରେ ବିସ୍ତୃତ ଭାବେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।
ବୌଦ୍ଧ ଜିଲ୍ଲାର କାର୍ଯ୍ୟକ୍ରମ- ତଥା- ସୁରକ୍ଷା ଅଧିକାରୀ ଏହି ସମ୍ପୂର୍ଣ୍ଣ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ସୁଚାରୁରୂପେ ସଂଯୋଜନା ଓ ପରିଚାଳନା କରିଥିଲେ।
ଏଥିରେ ଜିଲ୍ଲାର ବିଭିନ୍ନ ବିଭାଗର ମହିଳା ଅଧିକାରୀ ତଥା କର୍ମଚାରୀ ଯୋଗ ଦେଇଥିଲେ । ଶେଷରେ \’ଡିଷ୍ଟ୍ରିକ୍ଟ ହବ୍ ଫର୍ ଏମପାୱାରମେଣ୍ଟ ଅଫ୍ ୱିମେନ୍\’ (DHEW) ର ଜିଲ୍ଲା ସଂଯୋଜିକା ସୁଜାତା ପାଣିଗ୍ରାହୀ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଅନୁଷ୍ଠାନ ସମସ୍ତ ସଦସ୍ୟ କାର‌୍ୟ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930