Indus Valley Times

ବୌଦ୍ଧରେ ବାଲ୍ୟ ବିବାହ ନିରାକରଣ ପାଇଁ ଜିଲ୍ଲାସ୍ତରୀୟ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ବୌଦ୍ଧରେ ବାଲ୍ୟ ବିବାହ ନିରାକରଣ ପାଇଁ ଜିଲ୍ଲାସ୍ତରୀୟ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

July 31
22:28 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୩୧/୭ : ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରସ୍ଥ ସଦଭାବନା ସଭାଗୃହ ମଧ୍ୟରେ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ \”ଜିଲ୍ଲା ରଣନୀତିକ କାର୍ଯ୍ୟସୂଚୀ – ୨୦୨୬\” (District Strategic Action Plan – ୨୦୨୬) ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ଜିଲ୍ଲାପାଳ ବାଲ୍ୟବିବାହର ସମ୍ପୂର୍ଣ୍ଣ ନିରାକରଣ ପାଇଁ ଉଦ୍ଦିଷ୍ଟ \”ଜିଲ୍ଲା କାର‌୍ୟ୍ୟ ସୂଚୀ\”ର ଶୁଭ ଉଦ୍‌ଘାଟନ କରିଥିଲେ। ଏହି ମିଳିତ ସମାବେଶରେ ସମସ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ (DSWO) ଶ୍ରୀମତୀ ସାଗରିକା ଦତ୍ତ ଉପସ୍ଥିତ ସମସ୍ତ ଅତିଥି ତଥା ଅଧିକାରୀମାନଙ୍କୁ ଆନୁଷ୍ଠାନିକ ସ୍ୱାଗତ ଜଣାଇଥିଲେ।
ଏହି କାର‌୍ୟ୍ୟକ୍ରମରେ ଶ୍ରୀ ଘାସିରାମ ପଣ୍ଡା , ୟୁନି ସେଫ୍ ପରାମର୍ଶଦାତା
ରିସୋର୍ସ ପର୍ସନ ଭାବେ ଯୋଗଦେଇ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ରକ୍ଷା କରି କେମିତି ଜିଲ୍ଲା ରୁ ବାଲ୍ୟ ବିବାହ ସମ୍ପୂର୍ଣ୍ଣ ବିଲୁପ୍ତ ହେବ ଏହା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ।
ବାଲ୍ୟବିବାହ ଜିଲ୍ଲା ସଂଯୋଜକ ଅକ୍ଷୟ ସିଂହ ଏହି ସମଗ୍ର ବୈଠକକୁ ପରିଚାଳନା କରିଥିଲେ।
ବୌଦ୍ଧ \”ଜିଲ୍ଲା ମହିଳା ସଶକ୍ତିକରଣ କେନ୍ଦ୍ର\” (DHEW) ର ସକ୍ରିୟ ସମନ୍ୱୟ ଏବଂ ସହଯୋଗରେ ଏହି କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପନ୍ନ ହୋଇଛି।
ଜିଲ୍ଲାରୁ ବାଲ୍ୟବିବାହ ଭଳି ପ୍ରଥାକୁ ସମ୍ପୂର୍ଣ୍ଣ ରୂପେ ଦୂର କରିବା ପାଇଁ ସମସ୍ତ ଲାଇନ ଡିପାର୍ଟମେଣ୍ଟ ନିଜ ନିଜ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ଏହି ମିଳିତ ସଭାରେ ସ୍ଥିର କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ ଡିସିପିଓ ରାହୁଲ ପ୍ରଧାନ, ପୋଲିସ ଅଧିକାରୀ ବାସୁଦେବ ଭୋଇ, ଡିପିସି ମମତା ଆଶିଷ ମହାନ୍ତି, ସମସ୍ତ ସିଡିପିଓ, ସୁପରଭାଇଜର, ଅଧ୍ୟକ୍ଷ CWC ପ୍ରମୋଦ ସାହୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା, ଡିପିଓ ସୁଦାମ ଚରଣ ସାମଲ, ଡିସି ବାଲ୍ୟ ବିବାହ ଅକ୍ଷୟ କୁମାର ସିଂ, ଡିସି ହବ ସୁଜାତା ପାଣିଗ୍ରାହୀ, ଡିପିସି ମିଶନ ଶକ୍ତି ରଶ୍ମି ରଞ୍ଜନ ସେଠୀ,ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ,ବିଭିନ୍ନ ଉଚ୍ଚବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ ଯୋଗଦାନ କରିଥିଲା।
କାର୍ଯ୍ୟକ୍ରମ ଶେଷରେ ପ୍ରୋଗ୍ରାମ ଅଫିସର ଶ୍ରୀମତୀ ରୀନା ମହାନ୍ତି ଉପସ୍ଥିତ ସମସ୍ତ ଅତିଥି, ଅଧିକାରୀ ଏବଂ ଅଂଶଗ୍ରହଣକାରୀମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031