Indus Valley Times

ବୌଦ୍ଧ ଆଦର୍ଶ କୃଷକ ବଜାର ଠାରେ ଆନ୍ତର୍ଜାତିକ ସମବାୟ ବର୍ଷ ୨୦୨୫ ଉପଲକ୍ଷେ ଜ଼ିଲ୍ଲା ସ୍ତରୀୟ ସମବାୟ ଉତ୍ସବ ଅନୁଷ୍ଠିତ

 Breaking News

ବୌଦ୍ଧ ଆଦର୍ଶ କୃଷକ ବଜାର ଠାରେ ଆନ୍ତର୍ଜାତିକ ସମବାୟ ବର୍ଷ ୨୦୨୫ ଉପଲକ୍ଷେ ଜ଼ିଲ୍ଲା ସ୍ତରୀୟ ସମବାୟ ଉତ୍ସବ ଅନୁଷ୍ଠିତ

ବୌଦ୍ଧ ଆଦର୍ଶ କୃଷକ ବଜାର ଠାରେ ଆନ୍ତର୍ଜାତିକ ସମବାୟ ବର୍ଷ ୨୦୨୫ ଉପଲକ୍ଷେ ଜ଼ିଲ୍ଲା ସ୍ତରୀୟ ସମବାୟ ଉତ୍ସବ ଅନୁଷ୍ଠିତ
May 17
09:34 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୭/୫ : ଶୁକ୍ରବାର ଦିନ ସନ୍ଧ୍ୟା ୭ ଘଟିକା ସମୟରେ ଆଦର୍ଶ କୃଷକ ବଜାର ଠାରେ ଆନ୍ତର୍ଜାତିକ ସମବାୟ ବର୍ଷ ୨୦୨୫ ଉପଲକ୍ଷେ ଜ଼ିଲ୍ଲା ସ୍ତରୀୟ ସମବାୟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।
ସଶକ୍ତ ସମବାୟ, ସୁଦୃଢ ସମାଜ ଏବଂ ସମୃଦ୍ଧ ଜୀବନ ଗଠନ ଏହି ସମବାୟ ଉତ୍ସବ ର ଲକ୍ଷ ବୋଲି ଅତିଥି ବୃନ୍ଦ ମତବ୍ୟକ୍ତ କରିଥିଲେ ।
ଏହି ଉତ୍ସବ ଉପଲକ୍ଷେ ମହାବୀର ଦାସକାଠିଆ ଦଳ, ବଡ଼ମାଲ, ବୌଦ୍ଧ ବ୍ଲକ ଦାସକାଠିଆ ପରିବେଷଣ କରିଥିଲେ ।
ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଜ଼ିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା, ଅତିରିକ୍ତ ଜ଼ିଲ୍ଲାପାଳ ଅନିରୁଦ୍ଧ ପଧାନ, ଉପ – ଜ଼ିଲ୍ଲାପାଳ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ସଭାପତି, ବୌଦ୍ଧ କେନ୍ଦ୍ର ସମବାୟ ବ୍ୟାଙ୍କ ଅରୁଣ କୁମାର ପ୍ରଧାନ, ଏସ. ଡି. ଭି. ଓ. ଡ. ତପନ କୁମାର ଦ୍ବିବେଦୀ ଯୋଗ ଦେଇ ସମବାୟ ମାଧ୍ୟମରେ ସମସ୍ତ ଙ୍କ ଆର୍ଥିକ ଓ ସାମାଜିକ ଉନ୍ନତି ହେବ, ସମସ୍ତେ ମିଳିମିଶି ଉଦ୍ୟମ କଲେ ଏବଂ ଏଥିରେ ଅଧିକରୁ ଅଧିକ ନାରୀଙ୍କୁ ସାମିଲ କଲେ ସଶକ୍ତ ସମବାୟ, ସୁଦୃଢ ସମାଜ ଏବଂ ସମୃଦ୍ଧ ଜୀବନ ସମ୍ଭବ ହେବ ବୋଲି ଅତିଥି ବୃନ୍ଦ ମତବ୍ୟକ୍ତ କରିଥିଲେ ।
ସମ୍ପାଦକ, ନିୟନ୍ତ୍ରିତ ବଜାର କମିଟି, ବୌଦ୍ଧ ଭାସ୍କର ଚନ୍ଦ୍ର ପାଣିଗ୍ରାହୀ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ କ୍ଷ ଉପ ନିବନ୍ଧକ, ସମବାୟ ସମିତି ସମୁହ, ବୌଦ୍ଧ ହାଡିବନ୍ଧୁ ମହାକୁଡ଼ କାର‌୍ୟ୍ୟକ୍ରମ କୁ ସଂଯୋଜନା କରିଥିବା ବେଳେ ସମବାୟ ନିରୀକ୍ଷକ ଅରୂପାନନ୍ଦ ପଣ୍ଡା ସମସ୍ତ ଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ କ୍ଷ ଏହି କାର‌୍ୟ୍ୟକ୍ରମ ରେ ସମସ୍ତ ୪୬ ଗୋଟି ପ୍ରାଥମିକ କୃଷି ସମ ବାୟ ସମିତି ର କର୍ମଚାରୀ ଏବଂ ସଦସ୍ୟ ବୃନ୍ଦ, ସମବାୟ ପରିଚାଳନା ର ସଦସ୍ୟ, ସଦସ୍ୟା, ଉପ ନିବନ୍ଧକ, ସହକାରୀ ନିବନ୍ଧକ କାର‌୍ୟ୍ୟଳୟ, ବୌଦ୍ଧ କେନ୍ଦ୍ର ସମବାୟ ବ୍ୟାଙ୍କ ର କର୍ମଚାରୀ ବୃନ୍ଦ, ଗଣମାଧ୍ୟମ ପ୍ରତିନିଧି, ଜନସାଧାରଣ ଉପସ୍ଥିତ ରହି କାର‌୍ୟ୍ୟକ୍ରମ ରେ ସହଯୋଗ କରିଥିଲେ କ୍ଷ ଏହି ଅବସରରେ ଅତିଥି ବୃନ୍ଦ ସମବାୟ ରକ ଡେଲ ରୁ ବୌଦ୍ଧ ନାମକ ପୁସ୍ତକ ର ଉନ୍ମୋଚନ କରିଥିଲେ କ୍ଷ

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031