Indus Valley Times

ବୌଦ୍ଧ ଆଦର୍ଶ କୃଷକ ବଜାର ଠାରେ ଜିଲ୍ଲା ସ୍ତରୀୟ ସମବାୟ ଉତ୍ସବ ମହାସମାରୋହ ରେ ପାଳିତ

 Breaking News

ବୌଦ୍ଧ ଆଦର୍ଶ କୃଷକ ବଜାର ଠାରେ ଜିଲ୍ଲା ସ୍ତରୀୟ ସମବାୟ ଉତ୍ସବ ମହାସମାରୋହ ରେ ପାଳିତ

March 25
22:42 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୫/୩ : (ମଙ୍ଗଳବାର) ସନ୍ଧ୍ୟା ୬ ଘଟିକା ସମୟରେ ବୌଦ୍ଧ ଆଦର୍ଶ କୃଷକ ବଜାର ଠାରେ ଆନ୍ତର୍ଜାତୀୟ ସମବାୟ ବର୍ଷ,୨୦୨୫ ଅବସରରେ ଜିଲ୍ଲା ସ୍ତରୀୟ ସମବାୟ ଉତ୍ସବ ପାଳିତ ହୋଇଯାଇଛି ।
ଉକ୍ତ କାର‌୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ଶ୍ରୀଯୁକ୍ତ ସୁବ୍ରତ କୁମାର ପଣ୍ଡା ଯୋଗ ଦେଇ ଆନୁଷ୍ଠାନିକ ଭାବରେ ଏହି କାର୍ଯ୍ୟକ୍ରମ ର ଶୁଭ ଉଦଘାଟନ କରିଥିଲେ ।
ସମବାୟ ସମିତି ସମୂହର ଉପ ନିବନ୍ଧକ ହାଡ଼ିବନ୍ଧୁ ମହାଖୁଡଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଉପ -ଜିଲ୍ଲାପାଳ ପ୍ରବୀଣ କୁମାର ବାଣୁଆ, ବୌଦ୍ଧ ସମବାୟ କେନ୍ଦ୍ର ବ୍ୟାଙ୍କ ସଭାପତି ଅରୁଣ କୁମାର ପ୍ରଧାନ, କନ୍ଧମାଳ ସାଂସଦଙ୍କ ପ୍ରତିନିଧି ଯୁଗଳ କିଶୋର ସାମଲ, ସହକାରୀ ନିର୍ଦ୍ଦେଶକ ବୟନ ଶିଳ୍ପ ବିନାୟକ ପୃଷ୍ଟି, ସଭାପତି, ବୌଦ୍ଧ ସମବାୟ ସଂଘ ପୟୋଧର ମହାକୁଡ଼, ସମ୍ପାଦକ, ବୌଦ୍ଧ ସମବାୟ ସଂଘ ସତ୍ୟଜିତ ପଣ୍ଡା, ଯୋଗ ଦେଇଥିଲେ । ପ୍ରାରମ୍ଭରେ ବୌଦ୍ଧ ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ଭାସ୍କର ଚନ୍ଦ୍ର ପାଣିଗ୍ରାହୀ ସ୍ବାଗତ ଭାଷଣ ଦେଇଥିଲେ ।
କାର୍ଯ୍ୟକ୍ରମରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ପ୍ରାଥମିକ ସମବାୟ ସମିତିର କର୍ମକର୍ତ୍ତା ଓ ସଦସ୍ୟ ମାନେ ଅଂଶଗ୍ରହଣ କରିଥିଲେ ।
ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ,ବ୍ୟକ୍ତିଗତ ହିତାଧିକାରୀ, ଯେ.ଏ ଲ. ଜି, ବଳରାମ ମାନଙ୍କୁ ଋଣ ଚେକ ମାଧ୍ୟମ ରେ ବଣ୍ଟନ କରାଯାଇଥିଲା ।
ମନୁପାଲି ଧରିତ୍ରୀ ପନିପରିବା ଉତ୍ପାଦନ ସମବାୟ ସମିତି ଲିଃ, ମନମୁଣ୍ଡା, ହରଭଙ୍ଗା ଓ ବୌଦ୍ଧ ପ୍ରାଥମିକ କୃଷି ସମବାୟ ସମିତି ଲିଃ ଙ୍କୁ ଉଲ୍ଲେଖନୀୟ କାର୍ଯ୍ୟ ତଥା ଉତ୍କୃଷ୍ଟ ସମବାୟ ସମିତି ଭାବରେ ସମ୍ବର୍ଦ୍ଧିତ କରା ଯାଇଥିଲା । ଶେଷରେ ନିରୀକ୍ଷକ ଅରୁପା ନନ୍ଦ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031