Indus Valley Times

ବୌଦ୍ଧ ଜିଲ୍ଲାସ୍ତରୀୟ ସୁଭଦ୍ରା ଯୋଜନା ଶୁଭାରମ୍ଭ

 Breaking News

ବୌଦ୍ଧ ଜିଲ୍ଲାସ୍ତରୀୟ ସୁଭଦ୍ରା ଯୋଜନା ଶୁଭାରମ୍ଭ

September 18
10:53 2024

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୮/୯: ବୌଦ୍ଧବ୍ଲକ ଅନ୍ତର୍ଗତ ମୁରୁଷୁଣ୍ଢି ଖେଳପଡିଆଠାରେ ଜିଲ୍ଲାସ୍ତରୀୟ ଓ ବ୍ଲକସ୍ତରୀୟ ସୁଭଦ୍ରା ଯୋଜନା ଶୁଭାରମ୍ଭ କରାଯାଇଛି । ପୂର୍ବାହ୍ନରେ ସୁଭଦ୍ରା ଯୋଜନା ଶୁଭାରମ୍ଭ କାର୍ଯ୍ୟକ୍ରମ ଅବସରରେ ମୁଖ୍ୟଅତିଥି ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା, ସମ୍ମାନିତ ଅତିଥି ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା କାର‌୍ୟ୍ୟନିର୍ବାହୀ ଅଧିକାରୀ ଅନିରୁଦ୍ଧ ପ୍ରଧାନ, ସାଂସଦଙ୍କ ପ୍ରତିନିଧି ସୌମିତ୍ରି କୁମାର ନାୟକ, ଜିଲ୍ଲା ପରିଷଦ ସଭ୍ୟ ରାକେଶ କୁମାର ତ୍ରିପାଠୀ,ଉପଧ୍ୟାକ୍ଷ ବୌଦ୍ଧ ବ୍ଲକ ପ୍ରାଣେଶ୍ୱରୀ ଦେହୁରୀ ପ୍ରମୁଖ ଯୋଗଦେଇ ମା ପାଇଁ ଗଛଟିଏ ପରିପ୍ରେକ୍ଷିରେ ମୁରୁଷୁଣ୍ଢି ଖେଳ ପଡିଆରେ ବୃକ୍ଷ ରୋପଣ କରିଥିଲେ ।
ପରେ ପରେ ସ୍ୱଛଭାରତ କାର୍ଯ୍ୟକ୍ରମରେ ବ୍ୟାଟେରୀ ଚାଳିତ ଯାନର ଶୁଭ ଉଦଘାଟନ କରିବାସହ ସ୍ୱଛତା ଉପରେ ଶପଥ ପାଠ କରିଥିଲେ । ଗୋଷ୍ଠୀ ଉନ୍ନୟନ ଅଧିକାରୀ ଯୁଧିଷ୍ଠିର ମେହେର ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ ସୁଭଦ୍ରା ଯୋଜନାର ଆଭିମୁଖ୍ୟ ବିଷୟରେ ସୂଚନା ପ୍ରଦାନ କରିଥିଲେ ।
ମୁଖ୍ୟଅତିଥି ଜିଲ୍ଲାପାଳ ଶ୍ରୀପଣ୍ଡା ସ୍ୱଛତା ହିଁ ସେବା ତେଣୁ ସମସ୍ତେ ନିଜ ନିଜ ସ୍ତରରେ ସ୍ୱଛତା କରିବା ବୋଲି ପ୍ରକାଶ କରିବା ସହିତ ସୁଭଦ୍ରା ଯୋଜନାରେ ଜିଲ୍ଲାରେ ବର୍ତମାନ ସୁଦ୍ଧା ୯୧ ହଜାର ଆବେଦନ ହୋଇ ସାରିଥିବା ବେଳେ ଯେଉଁମାନେ କରିନାହାନ୍ତି ଶିଘ୍ର ଆବେଦନ କରିବାକୁ ପରାମର୍ଶ ଦେଇଥିଲେ ।
ମହିଳାମାନେ ଆର୍ଥିକ ସ୍ୱାବଲମ୍ବି ହେବା ସହିତ ଅନୁଶାସନ,ସମୟାନୁବର୍ତ୍ତିତା ହୋଇ ଅର୍ଥକୁ ବିନିଯୋଗ କରିବାକୁ ପରାମର୍ଶ ଦେଇଥିଲେ । ବ୍ଲକ ଅଧ୍ୟକ୍ଷ ଶ୍ରୀରଥଙ୍କ ସମେତ ଅନ୍ୟାନ୍ୟ ଅତିଥିମାନେ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ ହେବାଫଳରେ ମହିଳାମାନେ ହାତଖର୍ଚ୍ଚ ପାଇଁ ସ୍ୱାଧୀନତା ପାଇବା ସହ ସ୍ୱାବଲମ୍ବି ହୋଇପାରିବେ ବୋଲି ମତ ରଖିଥିଲେ । ଏହି ଅବସରରେ ବଲାସିଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ମୁରୁଷୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀମାନେ ସୁଭଦ୍ରା ଯୋଜନା ଆଧାରିତ ସାଂସ୍କୃତିକ କାର‌୍ୟ୍ୟକ୍ରମ ପରିବେଶଣ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ଗ୍ରାମୀଣ ଆବାସ ଯୋଜନାରେ ୧୯ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯିବା ସହିତ ସେପ୍ଟେମ୍ବର ମାସ ମଧ୍ୟରେ ଗୃହ ସଂପୁର୍ଣ୍ଣ କରିଥିବା ହିତାଧିକାରୀମାନଙ୍କୁ ନୂତନ ଗୃହ ପ୍ରବେଶ କରାଯାଇଥିଲା ।
ମେଣ୍ଡିମାଳ ଉଚ୍ଚ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ପ୍ରମୋଦ କୁମାର ପ୍ରଧାନ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବାବେଳେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଦାମ ଚରଣ ସାମଲ ଧନ୍ୟବାଦ ପ୍ରଦାନ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ବିଭିନ୍ନ ପଞ୍ଚାୟତର ସରପଞ୍ଚ,ସମିତି ସଭ୍ୟ, ଜିଲ୍ଲା ସ୍ତରୀୟ ତଥା ବ୍ଲକସ୍ତରୀୟ ଅଧିକାରୀ ଏବଂ କର୍ମଚାରୀ, ସ୍ୱୟଂସହାୟକ ଗୋଷ୍ଠୀ ଏବଂ ଅଙ୍ଗନବାଡି କର୍ମୀମାନେ ଉପସ୍ଥିତ ଥିଲେ । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଲୋଚନ ପୃଷ୍ଟି. ଡିପିସି ମିଶନ ଶକ୍ତି ରଶ୍ମି ରଂଜନ ସେଠୀ,ସମସ୍ତ ସୁପରଭାଇଜର, ବ୍ଲକ ଏବଂ ଜିଲ୍ଲା ପରିଷଦ କାର‌୍ୟ୍ୟାଳୟର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ପ୍ରାରମ୍ଭିକ ବର୍ଗ ଅନୁଷ୍ଠିତ

ବୌଦ୍ଧ, ୧୮/୯: ବୌଦ୍ଧ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପରିସରରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ର ପ୍ରାରମ୍ଭିକ ବର୍ଗ ଅନୁଷ୍ଠିତ ହୋଇଯାଇଛି । ବ୍ୟକ୍ତି ନିର୍ମାଣ ପାଇଁ ସମୟର ଉପଯୁକ୍ତ ବ୍ୟବହାର କରି ସୂର୍ଯ୍ୟ ନମସ୍କାର,ଆସନ, ନିୟୁଦ୍ଧ, ଦଣ୍ଡଚଳନା,ଖେଳ, ବ୍ୟୟାମଯୋଗ, ଅଭ୍ୟାସ ସହ, ବୌଦ୍ଧିକ ବିକାଶ ପାଇଁ ଦଳଗତ ଆଲୋଚନା ସହ ଦେଶ ପାଇଁ ସମର୍ପିତ ଭାବନା ନିର୍ମାଣ ପାଇଁ ବିଭିନ୍ନ ବିଷୟରେ ବୌଦ୍ଧିକ ପ୍ରଦାନ କରାଯାଇଥିଲା ।
ବର୍ଗ ପରିଚାଳନା ପାଇଁ ମୁଖ୍ୟ ଶିକ୍ଷକ ଭାବେ ବିଜୟ କୁମାର ସାହୁ, କାର୍ଯ୍ୟବାହ ଭାବେ ପଦ୍ମ ଚରଣ ମେହେର, ଦିଲ୍ଲୀପ କୁମାର ସାହୁ ବ୍ୟବସ୍ଥା ପ୍ରମୁଖ ଭାବେ ଦାୟିତ୍ଵ ତୁଲାଇଥିଲା ବେଳେ ପ୍ରାନ୍ତ ଗୋ ସେବା ପ୍ରମୁଖ ଲକ୍ଷ୍ମଣ ନାଏକ,ନିରଞ୍ଜନ ମେହେର, ଶିବ ରମଣ ସାହୁ,ପ୍ରେମ ଭଞ୍ଜନ ମହାକୁଡ, ଲକ୍ଷ୍ମୀକାନ୍ତ ଜାନି, କାହ୍ନା ଚାଉଳିଆ, ପ୍ରମୁଖ ଶିକ୍ଷକ ଭାବେ ଦାୟିତ୍ଵ ତୁଲାଇ ବର୍ଗ ପରିଚାଳନା କରିଥିଲେ ।
ବର୍ଗରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ବିଦ୍ୟାର୍ଥୀ,ଶିକ୍ଷକ,ସାମ୍ବାଦିକ,କୃଷକ, ବ୍ୟବସାୟୀ ଭଳି ବିଭିନ୍ନ ବୃତ୍ତିଧାରି ବ୍ୟକ୍ତି ୮୪ ଜଣ ପ୍ରଶିକ୍ଷଣ ଗ୍ରହଣ କରିଥିଲେ । ସମାପନ ଉତ୍ସବ ରେ ବଲାଙ୍ଗିର ବିଭାଗ ପ୍ରଚାରକ ପ୍ରଣବ କୁମାର ନାଏକ ନିଜର ଚରିତ୍ର ନିର୍ମାଣ କରି ଦେଶ ପାଇଁ କାର‌୍ୟ୍ୟ କରିବାକୁ ମାର୍ଗଦର୍ଶନ କରିଥିଲେ । ବର୍ଗର ସଫଳତା ଦୃଷ୍ଟିରୁ ସତ୍ୟାନନ୍ଦ ପାଣ୍ଡେ,ନବୀନ କୁମାର ସାହୁ,ପ୍ରଧାନ ଆଚାର୍ଯ୍ୟ ଶ୍ରୀବତ୍ସ ମିଶ୍ର,ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ ।
ବୌଦ୍ଧ ପୁଲିସକୁ ବଡ ସଫଳତା,୧୨ ବାଇକ ଜବତ ୪ ଗିରଫ
ବୌଦ୍ଧ,୧୮/୯: ବୌଦ୍ଧ ପୁଲିସକୁ ଆଜି ଏକ ବଡ ସଫଳତା ମିଳିଛି । ଏକ ବାଇକ ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି । ଏହି ଲୁଟେରା ଗ୍ୟାଙ୍ଗର ୪ ଜଣ ସଦସ୍ୟକୁ ଗିରଫ କରିଥିବା ବେଳେ ୧୨ ଗୋଟି ମଟରସାଇକେଲକୁ ଉଦ୍ଧାର କରିବା ସହ ଜବତ କରିଛି । ସୂଚନା ମତେ, ବୌଦ୍ଧଜିଲ୍ଲାର ବିଭିନ୍ନ ଥାନା ଅଂଚଳରୁ ବଭିନ୍ନ ସମୟରେ ମୋଟରସାଇକେଲ ଚୋରୀ ହୋଇଥିବା ନେଇ ବିଭିନ୍ନ ସମୟରେ ବିଭିନ୍ନ ଥାନା ଗୁଡିକରେ ଅଭିଯୋଗ ହୋଇଥିଲା ।
ଏହି ବାଇକ ଗୁଡିକର ଚିହ୍ନଟ କରାଯାଇ ସେଗୁଡିକୁ ଉଦ୍ଧାର କରିବା ପାଇଁ ଥାନାରେ ସ୍ୱତନ୍ତ୍ର ଦଳ ଗଠନ କରାଯାଇଥିଲା । ସେହି ଅନୁସାରେ ବୌଦ୍ଧ ଆଦର୍ଶ ଥାନା ପୁଲିସ ଟିମ ପୁରୁଣାକଟକ ଥାନା ତିଲେଶ୍ୱର ପଂଚାୟତ ଅଂଚଳର ଅଭିଯୁକ୍ତମାନଙ୍କ ଠାରୁ ୧୨ଟି ବାଇକକୁ ଉଦ୍ଧାର କରି ଜବତ କରିଥିବା ବେଳେ ତଦନ୍ତ ସମୟରେ ଅଭିଯୁକ୍ତମାନେ ଦୋଷ ସ୍ୱୀକାର କରିଛନ୍ତି ।
ସେମାନେ ବୌଦ୍ଧ, କନ୍ଧମାଳ, ଅନୁଗୁଳ ଓ ସମ୍ବଲପୁର ଜିଲ୍ଲାର ବିଭିନ୍ନ ଅଂଚଳରୁ ବାଇକ ଗୁଡିକ ଚୋରୀ କରିଥିବା ନେଇ ପୁଲିସ ସୂଚନା ଦେଇଛି । ଏହି ଘଟଣାରେ ପୁଲିସ ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ତିଲେଶ୍ୱର ପଂଚାୟତର ୩ ଜଣ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ହରଭଙ୍ଗା ଥାନା ବୁଢିକନ ଗ୍ରାମର ଜଣକୁ ଗିରଫ କରିଛି । । ଏହି ଅଭିଯୁକ୍ତ ମାନେ ହେଲେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକର ପୁରୁଣାକଟକ ଥାନା ତିଲେଶ୍ୱର ଗ୍ରାମର ବିଜୟ ନାୟକ ( ୩୨) , ଅନିଲ କୁମାର ସାହୁ (୩୫), ଟେଭାପଦର, ବାଦିକଟା ଗ୍ରାମର ସୁରେନ୍ଦ୍ର ଜଗଦଲା (୪୫) ଓ ହରଭଙ୍ଗା ଥାନା ବୁଢିକନ ଗ୍ରାମର ଅରିନ ନାଏକ ( ୩୨)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତମାନେ ବୌଦ୍ଧ ଥାନା କେସନଂ ୧୫୫/୨୪ ଓ ବୌଦ୍ଧ ଥାନା କେସନଂ ୩୧୧/୨୪ରେ ସଂପୃକ୍ତ ଥିବା ନେଇ ପୁଲିସ ୂୁଚନା ଦେଇଛି ।
ପୁଲିସ ଅଭିଯୁକ୍ତମାନଙ୍କ ପାଖରୁ ହିରୋ ଗ୍ଳାମର୨ ଗୋଟି , ହିରୋ ସ୍ପେଣ୍ଡର, ହୋଣ୍ଡା ଆକ୍ଟିଭା ସ୍କୁଟି, ବଜାଜ ଡିସକଭର ୨ ଗୋଟି, ହିରୋ ପାସନପ୍ରୋ, ହୋଣ୍ଡା ଡ୍ରିମ ଯୋଗ, ବଜାଜ ପ୍ଳାଟିନା ୨ ଗୋଟି, ହୋଣ୍ଡା ମଟର ସାଇକେଲ, ଓ ଟିଭିଏସ ଷ୍ଟାର ମଟର ସାଇକେଲ ଜବତ କରିଥିଲା ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930