Indus Valley Times

ବୌଦ୍ଧ : ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ନବନିଯୁକ୍ତ ସରକାରୀ ଓକିଲମାନଙ୍କ ପାଇଁ ଏକ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ବୌଦ୍ଧ : ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ନବନିଯୁକ୍ତ ସରକାରୀ ଓକିଲମାନଙ୍କ ପାଇଁ ଏକ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ

ବୌଦ୍ଧ : ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ନବନିଯୁକ୍ତ ସରକାରୀ ଓକିଲମାନଙ୍କ ପାଇଁ ଏକ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ
June 18
20:06 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୮/୬ : ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ବୌଦ୍ଧ ଜିଲ୍ଲାର ନବନିଯୁକ୍ତ ସରକାରୀ ଓକିଲମାନଙ୍କ ପାଇଁ ଏକ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ବୌଦ୍ଧ ଭାରତୀୟ ଜନତା ପାର୍ଟି ଜିଲ୍ଲା ସଭାପତି ପ୍ରେମାନନ୍ଦ ମିଶ୍ରଙ୍କ ସଭାପତିତ୍ଵରେ ଜିଲ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମର ଗୌରବମୟ ମୁହୂର୍ତ୍ତରେ ମୁଖ୍ୟ ଅତିଥି ଭାବେ କଣ୍ଟାମାଳ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧକ୍ଷ ଶ୍ରୀଯୁକ୍ତ କହ୍ନାଇ ଚରଣ ଡାଙ୍ଗ ଉପସ୍ଥିତ ରହି ନବନିଯୁକ୍ତ ଆଇନଜୀବୀମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ସେମାନଙ୍କ ସଫଳ କାର୍ଯ୍ୟକାଳ ପାଇଁ ଶୁଭକାମନା ଏବଂ ଅଭିନନ୍ଦନ ଜଣାଇଲେ ।
ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିପ୍ରଚରଣ ମହାନ୍ତି, ଜିଲ୍ଲା ସଭାପତି ପ୍ରେମାନନ୍ଦ ମିଶ୍ର, ଉପ ସଭାପତି ଶ୍ୟାମସୁନ୍ଦର ପୁରୋହିତ, ଜିଲ୍ଲା ସାଧାରଣ ସମ୍ପାଦକ ପିନାକଧର ରଣା ଏବଂ ସତ୍ୟାନନ୍ଦ ପାଣ୍ଡେ ସମସ୍ତ ନୂତନ ସରକାରୀ ଓକିଲ ମାନଙ୍କୁ ଉପଢୌକନ ଏବଂ ପୁଷ୍ପଗୁଛ ପ୍ରଦାନ କରି ଅଭିବାଦନ ଜଣାଇଥିଲେ ।
ପୂର୍ବତନ ବରିଷ୍ଠ ସରକାରୀ ଓକିଲ ପୃଥିରାଜ୍ ମେହେର ଉପସ୍ଥିତ ରହି ନୂତନ ସରକାରୀ ଓକିଲ ମାନଙ୍କୁ ମିଠା ଖୁଆଇ ଅଭିବାଦନ ଜଣାଇଥିଲେ ।
ଏହାସହ ଦଳର ଅନ୍ୟାନ୍ୟ ବରିଷ୍ଠ ନେତୃବୃନ୍ଦ ଓ କାର୍ଯ୍ୟକର୍ତ୍ତାମାନେ ମଧ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଆଶା, ସମସ୍ତ ନବନିଯୁକ୍ତ ସରକାରୀ ଓକିଲ ଜିଲ୍ଲାରେ ନ୍ୟାୟ ପ୍ରଦାନ ପ୍ରକ୍ରିୟାକୁ ଆହୁରି ସଦୃଢ଼ କରିବେ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31