Legatus

ବୌଦ୍ଧ : ଦମ୍ବରୁଗାର୍ଡ ନୀସର୍ଗ ଶିବିର ଉଘାଟିତ

 Breaking News

ବୌଦ୍ଧ : ଦମ୍ବରୁଗାର୍ଡ ନୀସର୍ଗ ଶିବିର ଉଘାଟିତ

November 10
11:38 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୦/୧୧: ସାହାଜପାଲ – ବୌଦ୍ଧ ବ୍ଲକ ତାଳସରଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦମ୍ବରୁଗର୍ଡ ସିଦ୍ଧଗୁରୁ ମଠଠାରେ ଜଙ୍ଗଲ ବିଭାଗ ପକ୍ଷରୁ ନିର୍ମିତ ନିସର୍ଗ ଶିବିର ଓ ୱାଚ ଟାୱାର ଉଦ୍ଘାଟିତ ହୋଯାଇଅଛି।
ଉକ୍ତ ଉଦ୍ଘାଟନୀ କାର‌୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜଙ୍ଗଲ ଓ ପରିବେଶ ପାନୀୟ ଜଳ ଓ ପଞ୍ଚାୟତରାଜ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ଅମାତ , କଣ୍ଟାମାଳ ବିଧାୟକ ଓ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀଯୁକ୍ତ ମହିଧର ରଣା,ଜିଲ୍ଲାପାଳ ବୌଦ୍ଧ ଶ୍ରୀଯୁକ୍ତ ନୃସିହଚରଣ ସ୍ୱାଇଁ, ଆରକ୍ଷୀ ଅଧିକ୍ଷକ ବୌଦ୍ଧ ଶ୍ରୀଯୁକ୍ତ ରାଜ ପ୍ରାସାଦ, ଜିଲ୍ଲା ଜଙ୍ଗଲ ଅଧିକାରୀ ଶ୍ରୀଯୁକ୍ତ ଦେବପ୍ରିୟ କମ୍ପ ପ୍ରମୁଖ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମରେ ଜିଲ୍ଳାର ଅଗ୍ରଣୀ ସ୍ଵୟଂ ସହାୟକ ଗୋଷ୍ଟୀ ଓ ବନସମିତି ଦ୍ଵାରା ପ୍ରସ୍ତୁତ ଜିଆ ଖତ, ବାଉଁଶରେ ପ୍ରସ୍ତୁତ ବିଭିନ୍ନ ଘର କରନା ସାମଗ୍ରି, ବିଭିନ୍ନ ପ୍ରକାର ଡାଲି, ହରିଡା ବାହାଡା ଅଁଳା, ପତ୍ର ଖଲି ଦନା ଆଦି ଜଙ୍ଗଲ ଜାତ ଦ୍ରବ୍ୟ, ଫିନାଇଲ ଆଦିର ଷ୍ଟଲ୍ ଲାଗିଥିଲା।କାର୍ଯ୍ୟକ୍ରମ କୁ ସଫଳ କରିଥଲେ ବନପାଲ ଅଜିତ ଆଚାର୍ଯ୍ୟ , ଫରେଷ୍ଟ ଗାର୍ଡ ପ୍ରଦୀପ ସାହୁ ଓ ଅନ୍ୟାନ୍ୟ କର୍ମଚାରୀ ସହଯୋଗ କରିଥିଲେ।

About Author

indadmin

indadmin

Related Articles

Archives

Calendar

April 2025
M T W T F S S
 123456
78910111213
14151617181920
21222324252627
282930