Indus Valley Times

ବୌଦ୍ଧ ପକ୍ଷରୁ ବରିଷ୍ଠ ନାଗରିକ ଓ ପେନସନ ଉପଭୋକ୍ତାଙ୍କ ନିମନ୍ତେ ଆର୍ଥିକ ସାକ୍ଷରତା ଏବଂ ସାଇବର ଠକେଇର ସଚେତନତା ଶିବିର ଆୟୋଜିତ

 Breaking News

ବୌଦ୍ଧ ପକ୍ଷରୁ ବରିଷ୍ଠ ନାଗରିକ ଓ ପେନସନ ଉପଭୋକ୍ତାଙ୍କ ନିମନ୍ତେ ଆର୍ଥିକ ସାକ୍ଷରତା ଏବଂ ସାଇବର ଠକେଇର ସଚେତନତା ଶିବିର ଆୟୋଜିତ

November 18
21:58 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୮/୧୧ : ସଞ୍ଚୟ ପକ୍ଷ ଉପଲକ୍ଷେ ଆର୍ଥିକ ସେବା ଓ ସଞ୍ଚୟ ବିଭାଗ,ବୌଦ୍ଧ ପକ୍ଷରୁ ବରିଷ୍ଠ ନାଗରିକ ଓ ପେନସନ ଉପଭୋକ୍ତା ଙ୍କ ନିମନ୍ତେ ଆର୍ଥିକ ସାକ୍ଷରତା ଏବଂ ସାଇବର ଠକେଇ ର ସଚେତନତା ଶିବିର ଆୟୋଜିତ ହୋଇଛି।
ଶ୍ରୀଯୁକ୍ତ ଜଗନ୍ନାଥ ଦାଶ, ଜିଲ୍ଲା କୋଷଦ୍ଦକ୍ଷ ବୌଦ୍ଧ ଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି। କାର୍ଯ୍ୟକ୍ରମରେ ଡାକଘର ଅଧିକାରୀ ଶ୍ରୀଯୁକ୍ତ ସନ୍ତୋଷ ପାତ୍ର ଏବଂ ଅତିଥି ଶ୍ରୀଯୁକ୍ତ ଶିବ ପ୍ରସାଦ ମିଶ୍ର, ସଭାପତି, ବରିଷ୍ଠ ନାଗରିକ ସଂଘ, ଯୋଗଦେଇଥିଲେ ।
ଆର୍ଥିକ ସେବା ଓ ସଞ୍ଚୟ ଅଧିକାରି ଧରିତ୍ରୀ ପ୍ରଧାନ ପ୍ରାକ୍ ସୂଚନା ପ୍ରଦାନ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ ସଞ୍ଚୟ ଓ ଅନ୍ତର୍ଭୂକ୍ତିକରଣ ବିଷୟର ଆଲୋକପାତ କରିଥିଲେ । ଶ୍ରୀଯୁକ୍ତ ପାତ୍ର ସ୍ୱଳ୍ପ ସଞ୍ଚୟ ଯୋଜନା ଯେପରି SCSS, POMIS, RD, NSC ଉପରେ ଆଲୋକପାତ କରିଥିଲେ । ଶ୍ରୀଯୁକ୍ତ ମିଶ୍ର ବିଭିନ୍ନ ଯୋଜନା ଏବଂ ସାଇବର୍ ଠକେଇ ଉପରେ ଆଲୋକପାତ କରିଥିଲେ ଏବଂ ସଚେତନତା ପଦକ୍ଷେପ ଅବଲମ୍ବନ ନିମନ୍ତେ ଅନୁରୋଧ କରିଥିଲେ ।
ଶ୍ରୀଯୁକ୍ତ ଦାଶ ପେନସନ ର ଉପୋଭୋକ୍ତ ଙ୍କୁ ଲାଇଫ ସର୍ଟିଫିକେଟ ଏବଂ ସୁରକ୍ଷିତ ଓ ଅଧିକ ସୁଧ ମିଳୁଥିବା ଯୋଜନା ରେ କିପରି ନିବେଶ କରିବା ବିଷୟରେ ଆଲୋକପାତ କରିଥିଲେ । ଶେଷରେ କୁମାରୀ ପ୍ରଧାନ ଧନ୍ୟବାଦ ଜ୍ଞାପନ କରି କାର୍ଯ୍ୟକ୍ରମ କୁ ସମାପ୍ତ କରିଥିଲେ ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031