Indus Valley Times

ବୌଦ୍ଧ ମହୋତ୍ସବ ପଲ୍ଲି ଶ୍ରୀମେଳା ଓ ବୟନିକା ହସ୍ତତନ୍ତ୍ର ପ୍ରଦର୍ଶନୀ ଉଦଘାଟିତ : ବିଭିନ୍ନ ବ୍ଲକରୁ ଆସିଲା ସାଂସ୍କୃତିକ ଶୋଭାଯାତ୍ରା, ନିନାଦରେ କମ୍ପିଲା ବୌଦ୍ଧ ସହର

 Breaking News

ବୌଦ୍ଧ ମହୋତ୍ସବ ପଲ୍ଲି ଶ୍ରୀମେଳା ଓ ବୟନିକା ହସ୍ତତନ୍ତ୍ର ପ୍ରଦର୍ଶନୀ ଉଦଘାଟିତ : ବିଭିନ୍ନ ବ୍ଲକରୁ ଆସିଲା ସାଂସ୍କୃତିକ ଶୋଭାଯାତ୍ରା, ନିନାଦରେ କମ୍ପିଲା ବୌଦ୍ଧ ସହର

January 03
20:08 2024

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୩/୧: ବୌଦ୍ଧ ପ୍ୟାରେଡ ପଡିଆ ଠାରେ ଆଜି ସନ୍ଧ୍ୟାରେ ବୌଦ୍ଧ ମହୋତ୍ସବ, ପଲ୍ଲିଶ୍ରୀମେଳା ଓ ବୟନିକା ହସ୍ତତନ୍ତ ପ୍ରଦର୍ଶନୀ ଉଦଘାଟିତ ହୋଇଯାଇଛି ।
ଉଦଘାଟନି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଜଙ୍ଗଲ ଓ ପରିବେଶ, ପଂଚାୟତରାଜ, ପାନୀୟ ଜଳ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରଦିପ କୁମାର ଅମାତ ଯୋଗଦେଇ ଆନୁଷ୍ଠାନିକ ଭାବରେ ଉଦଘାଟନ କରିବା ସହିତ ବୌଦ୍ଧଜିଲ୍ଲାର ଅତୀତ ଇତିହାସ ବହୁ ପୁରାତନ ଗୌରବମୟ ଏବଂ ତାକୁ ଅନୁଧ୍ୟାନ କରିବାର ସମୟ ଆସିଛି ବୋଲି କହିଥିଲେ ।
ସମ୍ମାନୀତ ଅତିଥି ଭାବରେ କଣ୍ଟାମାଳ ବିଧାୟକ ମହିଧର ରଣା ଯୋଗଦେଇ ଜିଲ୍ଲାର ବିକାଶକୁ ନେଇ ବୋଲି ପ୍ରକାଶ କରିଥିଲି । ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅନ୍ୟତମ ଅତିଥି ଭାବରେ ଏସପି ରାଜ ପ୍ରସାଦ ଯୋଗଦେଇଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରାଯାଇଥିଲା ।
ଅବସରରେ ତିନି ବ୍ଲକରୁ ସାଂସ୍କୃତିକ ଓ ମଶାଲ ଶୋଭାଯାତ୍ରା ବାହାରି ବୌଦ୍ଧ ସହରର ବୁଦ୍ଧ ମନ୍ଦିର ଠାରେ ପହଂଚି ଥିଲା ସାଂସ୍କୃତିକ ନିନାଦରେ କମ୍ପିଉଠିଥିଲା ବୌଦ୍ଧ ସହର । ଏଥିରେ ମନ୍ତ୍ରୀ ଶ୍ରୀ ଅମାତ, ଜିଲ୍ଲାପାଳ ଶ୍ରୀ ସ୍ୱାଇଁ, ଏସପି ଶ୍ରୀ ପ୍ରସାଦ, ଏନଏସି ଅଧ୍ୟକ୍ଷ ମୃତ୍ୟୁଂଜୟ ମିଶ୍ର, ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ରଥ, କଣ୍ଟାମାଳ ବ୍ଲକ ଅଧ୍ୟକ୍ଷା ସସ୍ମିତା ସେନାପତି, ହରଭଙ୍ଗା ବ୍ଲକ ଅଧ୍ୟକ୍ଷା/ଉପାଧ୍ୟକ୍ଷ ସରୋଜ ପ୍ରମୁଖ ଯୋଗଦେଇଥିଲେ । ସନ୍ଧ୍ୟାରେ ରଙ୍ଗାରଙ୍ଗ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ମହୋତ୍ସବରେ ସାଂସ୍କୃତିକ ଦଳ ମଧ୍ୟରେ ନୃତ୍ୟ ପ୍ରଦର୍ଶିତ ହୋଇଥିଲା । ମହୋତ୍ସବରେ ଏଥର ୧୬୦ଗୋଟି ଷ୍ଟଲ ଖୋଲାଯାଇଛି । ଆଜି ପୂର୍ବାହ୍ନରେ ପ୍ୟାରେଡ ପଡିଆ ଠାରେ ସାଂସ୍କୃତିକ ପତାକା ଉତ୍ତଳନ କରାଯାଇଥିଲା ।
ମହୋତ୍ସବ କମିଟିର ମୁଖ୍ୟ ତଥା ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସାଂସ୍କତିକ ପତାକାକୁ ଉତ୍ତଳନ କରିଥିଲେ । ଏହି ମହୋତ୍ସବରେ ବୌଦ୍ଧ, ହରଭଙ୍ଗା, କଣ୍ଟାମାଳ ବ୍ଲକରୁ ସାଂସ୍କୃତିକ ଓ ମଶାଲ ଶୋଭାଯାତ୍ରା ବୌଦ୍ଧ ସହରସ୍ଥିତ ବୁଦ୍ଧ ମନ୍ଦିର ଠାର ପଂହଚି ଥିଲା । ସେଠାରୁ ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ, ହରଭଙ୍ଗା ବ୍ଲକ ଉପାଧ୍ୟକ୍ଷ ସରୋଜ ପ୍ରଧାନ, କଣ୍ଟାମାଳ ବ୍ଲକ ଅଧ୍ୟକ୍ଷା ସସ୍ମିତା ସେନାପତି ମଶାଲ ଧରି ଏକ ବିରାଟ ସାଂସ୍କୃତିକ ଶୋଭାଯାତ୍ରାରେ ବୌଦ୍ଧ ମହୋତ୍ସବ ପଡିଆ ପର୍ଯ୍ୟନ୍ତ ଯାଇଥିଲା ।
ସେଠାରେ ମନ୍ତ୍ରୀ ପ୍ରଦିପ ଅମାତ ଫିତା କାଟି ମହୋତ୍ସବର ଉଦଘାଟନ କରିଥିôଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ସୁଚନା ଓ ଲୋକ ସଂପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂ ସଂଯୋଜନା କରିଥିଲେ ।

About Author

indadmin

indadmin

Related Articles

Archives

Calendar

April 2024
M T W T F S S
1234567
891011121314
15161718192021
22232425262728
2930