Indus Valley Times

ବୌଦ୍ଧ: ସଡ଼କ ଦୁର୍ଘଟଣା ରେ ଜଣେ ମୃତ

 Breaking News

ବୌଦ୍ଧ: ସଡ଼କ ଦୁର୍ଘଟଣା ରେ ଜଣେ ମୃତ

April 12
22:07 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୨/୪: ବୌଦ୍ଧ- କିଆକଟା ମହାନଦୀ ପୋଲ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଟ୍ରକ ମାଡିଯିବାରୁ ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ଘଟିଛି, ମୃତକ ଜଣକ ହେଲେ ବୌଦ୍ଧ ମୁଷୁଣ୍ଢି ଗ୍ରାମର କୃପାସିନ୍ଧୁ ବାରିକ ବୋଲି ଜଣାପଡିଛି ।ଦୁର୍ଘଟଣା ଘଟାଇବା ପରେ ଟ୍ରକ ଚାଳକ ଟ୍ରକ ଧରି ଫେରାର ହୋଇଯାଇଥିବା ଜଣାପଡିଛି ।
ବୌଦ୍ଧ ମହାନଦୀ ପୋଲ ନିକଟ ଦେଇ କୃପାସିନ୍ଧୁ ନିଜ ଘରକୁ ଫେରୁଥିବା ବେଳେ ପଛରୁ ଆସୁଥିବା ଏକ ଟ୍ରକ ମାଡିଯାଇଥିଲା । ଟ୍ରକଟି ରେଢ଼ାଖୋଲ ପଟୁ ବୌଦ୍ଧ ଆଡକୁ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି ।
ଟ୍ରକ ମାଡିଯିବାରୁ ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ହୋଇଛି । ଖବର ପାଇ ଅନୁଗୁଳ ଜିଲ୍ଲା କିଆକଟା ପୁଲିସ ଘଟଣାସ୍ଥଳରେ ପହଁଚି ମୃତକଙ୍କ ଶବ ଜବତ କରିବା ସହ ଏହି ଘଟଣାରେ ଏକ କେଶ ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।
ଜିଲ୍ଲା ଜର୍ଣ୍ଣାଲିଷ୍ଟ ଫୋରମ ତରଫରୁ ଛେନାପୋଡ ଦିବସ ପାଳିତ
ବୌଦ୍ଧ,୧୨/୪: ବୌଦ୍ଧ ଜିଲ୍ଲା ଜର୍ଣ୍ଣାଲିଷ୍ଟ ଫୋରମ କାର୍ଯ୍ୟାଳୟ ଠାରେ ଜିଲ୍ଲା ଜର୍ଣ୍ଣାଲିଷ୍ଟ ଫୋରମ ତରଫରୁ ଆଜି ଛେନାପୋଡ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ଜର୍ଣ୍ଣାଲିଷ୍ଟ ଫୋରମ ସାଧାରଣ ସମ୍ପାଦକ ଯୁଗଳ କିଶୋର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବରିଷ୍ଠ ସାମ୍ବାଦିକମାନେ ଯୋଗ ଦେଇଥିଲେ । ଛେନାପୋଡ ଓଡିଆ ମାନଙ୍କ ଏକ ମୁଖ୍ୟ ମିଷ୍ଟାନ୍ନ ହୋଇଥିବାବେଳେ ଓଡିଶାର ନିଜସ୍ୱ ଖାଦ୍ୟ ବୋଲି ସମସ୍ତେ ପ୍ରକାଶ କରିଥିଲେ ।
ଏହି ଦିବସ ଅବସରରେ ଛେନାପୋଡକୁ କଟାଯାଇ ସମସ୍ତେ ଖାଇଥିଲେ ଓ ପରସ୍ପରକୁ ଛେନାପୋଡ ଦିବସର ଅଭିନନ୍ଦନ ଜଣାଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ପ୍ରଦୋଷ କୁମାର ମିଶ୍ର, ଜିଲ୍ଲା ପ୍ରେସ୍ କ୍ଲବ୍‌ର ସାଧାରଣ ସମ୍ପାଦକ ରଘୁନାଥ ଷଡଙ୍ଗୀ, ରଞ୍ଜନ କୁମାର ଦାଶ, ଜିଲ୍ଲା ଜର୍ଣ୍ଣାଲିଷ୍ଟ ଫୋରମର ସଦସ୍ୟ ଦେବାନନ୍ଦ ସାହୁ, ସତ୍ୟଜିତ କୁମାର ପଣ୍ଡା, ସତ୍ୟ ନାରାୟଣ ପାଣି, ସୁଧାଂଶୁ ଶେଖର ମିଶ୍ର, ଦିବ୍ୟ ରଂଜନ ପଟ୍ଟନାୟକ, ସଂଜିବ କୁମାର ମହାକୁଡ, ଦୀପକ କୁମାର ଅଦର, ଅବଦୁଲ ମହସିନ ଖାନ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।
ବୌଦ୍ଧ : ବାଇକ ଦୁର୍ଘଟଣାରେ ଜଣେ ମୃତ
ବୌଦ୍ଧ,୧୨/୪:ବୌଦ୍ଧ ଥାନା ଅନ୍ତର୍ଗତ ହରଭଙ୍ଗା ବ୍ଲକର ୫୭ ନମ୍ବର ଜାତୀୟ ରାଜପଥ ସୁନାଖାଇ ପୋଲ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି । ସୂଚନା ମତେ, ବୌଦ୍ଧ ଥାନା ଅନ୍ତର୍ଗତ କଟାତଳ ଗ୍ରାମର ବିରେନ୍ଦ୍ର ପ୍ରଧାନ ଆଜି ସନ୍ଧ୍ୟାରେ ଏକ ବାଇକ ଯୋଗେ ଜାତୀୟ ରାଜପଥରେ ବୌଦ୍ଧ ପଟୁ ନିଜ ଘରକୁ ଫେରୁଥିବା ବେଳେ ସୁନାଖାଇ ପୋଲ ନିକଟରେ ସାଇକେଲ ସହିତ ଧକ୍କା ହୋଇଥିଲା । ଫଳରେ ତାଙ୍କୁ ଗୁରୁତର ଅବସ୍ଥାରେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇ ଥିଲା । ସେଠାରେ ଡାକ୍ତର ମୃତ ଘୋଷଣ କରିଥିଲେ । ଖବର ପାଇ ବୌଦ୍ଧ ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଚଳାଇଛି ।

ବୌଦ୍ଧ ଜିଲ୍ଲା ତୀରନ୍ଦାଜ ସଂଘର କର୍ମକର୍ତ୍ତା ଚୟନ
ବୌଦ୍ଧ,୧୨/୪: ବୌଦ୍ଧ ଜିଲ୍ଲା ଷ୍ଟାଡିୟମ ଠାରେ ବୌଦ୍ଧ ଜିଲ୍ଲା ତୀରନ୍ଦାଜ ସଂଘ ପକ୍ଷରୁ କର୍ମକର୍ତ୍ତା ଚୟନ ହୋଇଯାଇଛି, ସଭାପତି ଭାବେ ରାଷ୍ଟ୍ରପତି ପୁରସ୍କାରା ପ୍ରାପ୍ତ ଶିକ୍ଷକ ବସନ୍ତ କୁମାର ସାହୁ, ଉପସଭାପତି ଭାବେ ବିଶ୍ୱପ୍ରକାଶ ସାହୁ, ସମ୍ପାଦକ ଅର୍ଜୁନ କଅଁର,ସହ ସମ୍ପାଦକ ମମତା ଦାଶ, କୋଷାଧକ୍ଷ ନିରଞ୍ଜନ ମେହେର ଓ ଇନ୍ଦ୍ରମଣୀ ମେହେର , ଅମିତା ପଟନାୟକ, ଗାୟତ୍ରୀ ବେହେରା, ସିଦ୍ଧାର୍ଥ ଅଗ୍ରୱାଲା, ପ୍ରେମାନନ୍ଦ ମିଶ୍ର, ଶିବଶଙ୍କର ଶତପଥି, ନିତିନ ମେହେଟା କାର୍ଯ୍ୟକାରୀ ସଭ୍ୟ ଭାବେ ମନୋନୀତ ହୋଇଥିଲେ ।
ଉପଦେଷ୍ଟା ଭାବେ ବରିଷ୍ଠ ଆଇନଜୀବୀ ନବକୁମାର ମିଶ୍ର, ବରିଷ୍ଠ କ୍ରୀଡାବିତ ରବିନ୍ଦ୍ର କୁମାର ରାଉତ, ସୁର‌୍ୟ୍ୟକାନ୍ତ ଦଳବେହେରା, ଦିଲିପ କୁମାର ସାହୁ ମନୋନିତ ହୋଇଛନ୍ତି ।
ବୌଦ୍ଧ :ଭେଣେଇର ଟାଙ୍ଗିଆ ଚୋଟ ଶଳାର ମୃତ୍ୟୁ
ବୌଦ୍ଧ,୧୨/୪:ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଗୋପାଳପୁର ଗ୍ରାମ ଡାଙ୍ଗସାହିରେ ଅଭାବନୀୟ ଘଟଣା।ଭିଣୋଇର ଟାଙ୍ଗିଆ ଚୋଟରେ ଶଳାର ମୃତ୍ୟୁ।ମୃତକ ହେଲେ ବୌଦ୍ଧ ଜିଲ୍ଲା ଦପଳା ପଂଚାୟତର ଲଇଡା ଗ୍ରାମର ଶ୍ରୀକାନ୍ତ ସେଠୀ।କୌଣସି କାରଣରୁ ଉଭୟ ଶଳା ଭିଣୋଇ ମଧ୍ୟରେ ବଚସା ହୋଇଥିଲା।ଏହା ଉଗ୍ରରୂପ ନେଇ ଭିଣୋଇ ଟାଙ୍କିଆରେ ଆକ୍ରମଣ କରିବାରୁ ଶଳାର ମୃତ୍ୟୁ ହୋଇଥିଲା।ଫଳରେ ପାରିବାରିକ ଗଣ୍ଡଗୋଳରୁ ଘଟିଛି ହତ୍ୟାକାଣ୍ଡ। ଘଟଣା ସ୍ଥଳରେ ମନମୁଣ୍ଡା ପୁଲିସ ପହଞ୍ଚି ତଦନ୍ତ ଆରମ୍ବ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031