Indus Valley Times

ଜାଣନ୍ତି କି କାହିଁକି ଜୋର ଧରୁଛି ସଅଳ ବିଧାନସଭା ନିର୍ବାଚନ ପ୍ରସଙ୍ଗ?ପଢନ୍ତୁ ଏ ଷ୍ଟୋରୀ

 Breaking News

ଜାଣନ୍ତି କି କାହିଁକି ଜୋର ଧରୁଛି ସଅଳ ବିଧାନସଭା ନିର୍ବାଚନ ପ୍ରସଙ୍ଗ?ପଢନ୍ତୁ ଏ ଷ୍ଟୋରୀ

ଜାଣନ୍ତି କି କାହିଁକି ଜୋର ଧରୁଛି ସଅଳ ବିଧାନସଭା ନିର୍ବାଚନ ପ୍ରସଙ୍ଗ?ପଢନ୍ତୁ ଏ ଷ୍ଟୋରୀ
December 10
22:40 2022

ସ୍ୱାଗତିକା ଭୂତିଆ
ଭୁବନେଶ୍ୱର, ତା ୧୦/୧୨: ଓଡ଼ିଶାରେ ଖୁବ୍ ଶୀଘ୍ର ବିଧାନସଭା ହେବାର ସମ୍ଭାବନା ଜୋର ଧରିଛି । ଆଜି କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟରେ ସଅଳ ନିର୍ବାଚନ ହେବା ନେଇ ସେ ଶୁଣୁଥିବା କହିବା ପରେ ଏହି ଚର୍ଚ୍ଚା ଆହୁରି ଅଧିକ ଗତି ଧରିଛି ।
କାହିଁକି ସଅଳ ବିଧାସଭା ନିର୍ବାଚନ ହେବା ନେଇ ଆଲୋଚନା ହେଉଛି । ଏହି ସଅଳ ବିଧାନସଭା ନିର୍ବାଚନ ହେଲେ ରାଜ୍ୟର କେଉଁ ଦଳ କେତେ ଲାଭ ବାନ ହେବ ଓ କେଉଁ ଦଳ କେତେ କ୍ଷତି ସହିବ ସେନେଇ କି ଅଲୋଚନା ମଧ୍ୟ ଆରମ୍ଭ ହୋଇଯାଇଛି ।
ମିଳିଥିବା ସୂଚନା ଅନୁଶାରେ, ପଦ୍ମପୁର ବିଧାନସଭା ଉପନିର୍ବାଚନ ବିଜୟ ପରେ ବିଜେଡି କର୍ମି ଓ ନେତାମାନଙ୍କ ଭିତରେ ଉତ୍ସାହ ପରିଲିକ୍ଷିତ ହୋଇଛି । ଏହି ଉତ୍ସାହର ଜୁଆରକୁ ଆଧାର କରି ବିଜେଡି ଅନାୟସରରେ ନିର୍ବାଚନ ବୈଇତରଣି ପାର ହେବା ନେଇ ସମ୍ଭାବନା ଦେଖୁଛି । ଅତିତରେ ବିଜେଡି ଏହିଭଳି ସଅଳ ନିର୍ବାଚନକୁ ଯାଇ ବେଶ୍ ଲାଭ ବାନ ମଧ୍ୟ ହୋଇଛି ।
୨୦୦୪ମସିହାରେ ଶେଷ ବର୍ଷ ପୁର୍ବରୁ ବିଧାନସଭା କର୍ଯ୍ୟକାଳ ଆହୁରି ଏକ ବର୍ଷ ଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେତେବେଳେ ସରକାର ଭଙ୍ଗ କରି ସଅଳ ନିର୍ବାଚନକୁ ଯାଇଥିଲେ । ଏବଂ ସେତେବେଳେ ବିଜେଡି ଓ ବିଜେପି ମେଣ୍ଡକୁ ପୁଣି ଥରେ କ୍ଷମତାସିନ ହେବା ପାଇଁ ସେ ନିଷ୍ପତି ସଠିକ୍ ସବ୍ୟସ୍ତ ହୋଇଥିଲା ।ସେତେବେଳେର ପ୍ରଧାମନ୍ତ୍ରୀ ଅଟ୍ଟଳ ବିହାରୀ ବାଜେପେଇଙ୍କର ଅଭୁତ ପୁର୍ବ ଲୋକପ୍ରିୟତାକୁ ପାର୍ଥେୟ କରି ବିଜେଡି ବିଜେପି ମେଣ୍ଟ ତୃତୀୟ ଥର କ୍ଷମତାକୁ ଆସିବା ପାଇଁ ସକ୍ଷମ ହୋଇଥିଲେ ।
ଏବେ ପରିସ୍ଥିତି ସମ୍ପୃର୍ଣ୍ଣ ଭିନ୍ନ । ୨୦୦୯ ପରଠାରୁ ବିଜେଡି ଓ ବିଜେପି ପରସ୍ପରର ସଂପୃର୍ଣ୍ଣ ଶତ୍ରୁ ପଲଟି ଯାଇଛନ୍ତି । ଧାମନଗର ବିଜୟ ପରେ ବିଜେପି କ୍ୟାମ୍ପ ଯେଉଁ ଉତ୍ସହିତ ଥିଲା ବିଜେଡିର ପଦ୍ମପୁର ଉପନିର୍ବାଚନ ବିଜୟ ସେଥିରେ ପାଣି ପକେଇ ଦେଇଛି । ବର୍ତ୍ତମାନ ପରିସ୍ଥିତିରେ ବିଜେପି ନେତୃବୃନ୍ଦ ନିଜର କାର୍ଯ୍ୟକର୍ତ୍ତାଙ୍କୁ ଉତ୍ସାହିତ କରି ୨୦୨୪ ନିର୍ବାଚନ ଲାଗି କିଭଳି ପ୍ରସୃତି କରୁଛନ୍ତି ତାହା ଦେଖିବାର କଥା ।
ଆଜି ଧର୍ମେନ୍ଦ୍ର ପ୍ରଧାନ ଗଣମାଧ୍ୟମ ଆଗରେ ଯେଉଁଭଳି ଭାବେ ନିଜର ପ୍ରତିକ୍ରିୟା ରଖିଛନ୍ତି ସେଥିରୁ ପ୍ରତିପାଦିତ ହେଉଛି ଯେ ଆଗାମୀ ଦିନରେ ବିଜେପି ଏକ ବଡ଼ ଷ୍ଟ୍ରାଟେଜି ତିଆରି କରୁଛି ବିଜେଡି ସରକାରକୁ ଅଡୁଆରେ ପକାଇବା ପାଇଁ ।
୨୦୨୪ ନିର୍ବାଚନ ପାଇଁ ବିଜେପି ଏବେ ଠାରୁ ପ୍ଲାନ୍ ପ୍ରସ୍ତୁତ କରୁଥିବା ସଂକେତ ଦେଇଛି ।
ସମୀକ୍ଷକମାନେ ସମୀକ୍ଷା କରୁଛନ୍ତି ଯେ ବିଜେପି ଆଗାମୀ ଦିନମାନଙ୍କରେ ଅନେକ କିଛି ଘଟଣା ଘଟାଇବ । ଯେଉଁଥିରେ ସରକାରଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇପାରେ । ରାଜ୍ୟରେ କଂଗ୍ରେସ ସ୍ଥତି ଦିନକୁ ଦିନ ରସାତଳଗାମୀ ହେବାରେ ଲାଗିଛି । ପ୍ରତିଟି ନିର୍ବାଚନରେ କଂଗ୍ରେସର ନୈରାଶ୍ୟଜନକ ଫଳାଫଳ ଏବଂ ଭୋଟ ପ୍ରତିଶତ ଅତି ଦୟନୀୟ ଭାବେ ହ୍ରାସ ହେଉଛି ।
ରାଜ୍ୟରେ କଂଗ୍ରେସ ଏକ ପ୍ରକାର ନିଶ୍ଚିହ୍ନ ହୋଇସାରିଲାଣ । ଏଭଳି ସ୍ଥିତିରେ କଂଗ୍ରେସ ଆଗାମୀ ନିର୍ବାଚନରେ ପ୍ରତିଦ୍ୱନ୍ଦିତା ଦମ ଲଗାଇ ଲଢ଼ିବାର ୁବାଦ୍ ପଡିବା ଆକଳନ କରାଯାଉଛି ।
ଫଳରେ ରାଜ୍ୟରେ ଦୁଇ ପ୍ରମୁଖ ଦଳ ଭାବେ ବିଜେଡି ଓ ବିଜେପି ନିର୍ବାଚନ ମଇଦାନକୁ ଓଲ୍ଲାଇବା ପ୍ରତିପାଦିତ ହେଉଛି ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031