Indus Valley Times

ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା -୨୦୨୫

 Breaking News

ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା -୨୦୨୫

November 02
21:14 2025

ପ୍ରମୋଦ କୁମାର ସାହୁକାରଙ୍କ ରିପୋର୍ଟ
ମୁନିଗୁଡ଼ା , ୨/୧୧ : ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ ସ୍ନାତକ ମହାବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା -୨୦୨୫ ରାଜ୍ୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗ ସୌଜନ୍ୟ ଓ ମୁନିଗୁଡ଼ା ବ୍ଲକ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗ ଆୟୋଜନରେ ଅନୁଷ୍ଠିତ ହୋଇଯାଇଛି।
ଏହି ମେଳାର ଚେୟାରମେନ ତଥା ସ୍ଥାନୀୟ ବିଡ଼ିଓ କୃଷ୍ଣଚନ୍ଦ୍ର ଦଳପତିଙ୍କ ସଭାପତିତ୍ବ ଏବଂ କୃଷି ବୈଷୟିକ ସହାୟକ ଉତ୍ତମ କୁମାର ଦାସଙ୍କ ସଂଯୋଜିତ ଏହି ସଚେତନଧର୍ମୀ ମେଳାରେ ମୁଖ୍ୟ ଅତିଥିଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ଦୁଃଖିନୀ ନୁଣ୍ଡ୍ରୁକା,ମୁଖ୍ୟବକ୍ତା ଯୁଗ୍ମ ନିର୍ଦ୍ଦେଶକ,ଓଡ଼ିଶା ବାଇଲୋଜିକାଲ ପ୍ରଡକ୍ଟ,ଡ.ସୁନୀଲ କୁମାର ପ୍ରଧାନ, ଅନ୍ୟତମ ମୁଖ୍ୟବକ୍ତା ଜିଲ୍ଲା ଅତିରିକ୍ତ ପ୍ରାଣୀସମ୍ପଦ ଅଧିକାରୀଡ.ନରେଶ କୁମାର ଜେନା,ସମ୍ମାନିତ ଅତିଥି ଜିଲ୍ଲା ମତ୍ସ୍ୟ ଅଧିକାରୀ ସୁଶାନ୍ତ କୁମାର ଗୌଡ଼,କୃଷି ଜିଲ୍ଲା ଅଧିକାରୀ ପ୍ରକାଶ ଚନ୍ଦ୍ର ବେହେରା,
ଜିଲ୍ଲା ସହକାରୀ ମତ୍ସ୍ୟ ଅଧିକାରୀ ବିଭୁ ଭୂଷଣ ଜେନା,ଜିଲ୍ଲା ପରିଷଦ ସଦସ୍ୟା ମାଧବୀ କନ୍ଧପାଣି,ବ୍ଲକ ପ୍ରାଣୀସମ୍ପଦ ଅଧିକାରୀ ଡ.ଶଙ୍କର ହିଆଲ ପ୍ରମୁଖ ଉପସ୍ଥିତ ରହି ମେଳାର ଆନୁଷ୍ଠାନିକ ଶୁଭାରମ୍ଭ କରିଥିଲେ।
ପରେ ରାଜ୍ୟ ସରକାରଙ୍କ ବିଭାଗୀୟ ମନ୍ତ୍ରୀ ଗୋକୁଳାନନ୍ଦ ମହାପାତ୍ରଙ୍କ ଚାଷୀ ମାନଙ୍କ ଉଦ୍ଧେଶ୍ୟରେ ବାର୍ତ୍ତା ଏଲଇଡି ମାଧ୍ୟମରେ ପ୍ରଦର୍ଶନ କରାଯାଇଥିଲା।ଅତିଥି ଓ ବିଭାଗୀୟ ଅଧିକାରୀମାନେ ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗୀ ଯୋଜନା ଉପରେ ଆଲୋକପାତ କରିବା ସହ ପାରମ୍ପାରିକ ଗୋଟିଏ ଚାଷ ବଦଳରେ ସମନ୍ୱିତ ଚାଷ,କମ୍ ସମୟରେ ଉନ୍ନତ ଜ୍ଞାନ କୌଶଳ ଉପଯୋଗ କରି ଅଧିକା ଉତ୍ପାଦନ ଏବଂ ମତ୍ସ୍ୟ ଚାଷ,ଗୋପାଳନ,ଗୃହ ପାଳିତ ପଶୁ,ଉଦ୍ୟାନ କୃଷି ଓ ସାଧାରଣ କୃଷିକୁ ଉପଯୋଗ କରିବାକୁ ଆହ୍ଵାନ ଦେଇଥିଲେ।
ଏହା କରିପାରିଲେ ବେକାର ସମସ୍ୟା ରହିବନାହିଁ,ଏଣୁ ଆମ ଅଞ୍ଚଳର ଯୁବାବାର୍ଗ ଉଦ୍ୱମି ହେବା ସହ ଉଦ୍ୟୋଗୀ ହୋଇ ସ୍ୱାବଲମ୍ବୀ ହେବାକୁ ବକ୍ତାମାନେ ଆହ୍ଵାନ ଦେଇଥିଲେ।
ଜିଲ୍ଲା ସହକାରୀ ମତ୍ସ୍ୟ ଅଧିକାରୀ ବିଭୁ ଭୂଷଣ ଜେନା ଓ ପ୍ରିତିନନ୍ଦା ପଟ୍ଟନାୟକ ଚାଷୀମାନଙ୍କୁ ଆତ୍ମ ନିର୍ଭର ଭାରତ ନିର୍ମାଣ କରିବା ପାଇଁ କୃଷିକୁ ଅତି ଗୁରୁତ୍ବ ଦେବାକୁ ପରାମର୍ଶ ଦେଇଥିଲେ।
ଏଥିପାଇଁ କୃଷି,ଉଦ୍ୟାନ କୃଷି ସହିତ ପ୍ରାଣୀ ସମ୍ପଦକୁ ଉପାର୍ଜନର ମାଧ୍ୟମ କରିବା ନିହାତି ଆବଶ୍ୟକ।
ଦୈବ ଦୁର୍ବିପାକରେ ଚାଷ କ୍ଷୟକ୍ଷତି ହେଲେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମାଧ୍ୟମରେ ତାହାର ଭରଣ ହୋଇ ପାରିବ ବୋଲି କହିଥିଲେ।
ପରେ କୃଷି,ପଶୁପାଳନ,କୁକୁଡ଼ା,ଛେଳି ଚାଷ, ଉଦ୍ୟାନ କୃଷି,ମତ୍ସ୍ୟ ଚାଷ,ଜାଆଁଳ ଚାଷ ଆଦି କ୍ଷେତ୍ରରେ ଆତ୍ମନିର୍ଭର ଚାଷୀମାନଙ୍କୁ ସମ୍ମାନିତ କରାଯାଇଥିଲା।ନିମନ୍ତ୍ରିତ ଅତିଥିଭାବେ କଳାହାଣ୍ଡି ଜିଲ୍ଲା ମତ୍ସ୍ୟ ଅଧିକାରୀ ଜ୍ଞାନରଞ୍ଜନ ସେଠୀ,ବୌଦ୍ଧ ଜିଲ୍ଲା ସହକାରୀ ମତ୍ସ୍ୟ ଅଧିକାରୀ ଦ୍ରୌପଦୀମାଲି, ଡ.ସୌଦାମିନୀ ନାୟକ,ଡ.ସୁନୀଲ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
ଅପରାହ୍ନରେ କୃଷି ବିଜ୍ଞାନୀ ମାନଙ୍କ ସହିତ ଅଗ୍ରଣୀ ଚାଷୀ ମାନଙ୍କ ବିଭିନ୍ନ କୃଷି ଅଭିବୃଦ୍ଧି ଉପରେ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା।
ସମନ୍ୱିତ କୃଷି ସମ୍ବନ୍ଧୀୟ ପ୍ରଦର୍ଶନୀ ଓ ଷ୍ଟଲ ବ୍ୟବସ୍ଥା ମେଳାରେ ହୋଇଥିଲା।
କାର୍ଯ୍ୟକ୍ରମ ଶେଷରେ ମତ୍ସ୍ୟ ଅଧିକାରୀ ସୁଶାନ୍ତ କୁମାର ର୍ଗୌଡ ଧନ୍ୟବାଦ ଅର୍ପଣ କରିଥିଲେ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031