Indus Valley Times

ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ଅଧିନ ୬ ଲେନ ଓଡ଼ିଶା ରାଜଧାନୀ ଅଞ୍ଚଳ ରିଂ ରୋଡ଼ ପ୍ରକଳ୍ପ ଜନଶୁଣାଣୀ ଅନୁଷ୍ଠିତ

 Breaking News

ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ଅଧିନ ୬ ଲେନ ଓଡ଼ିଶା ରାଜଧାନୀ ଅଞ୍ଚଳ ରିଂ ରୋଡ଼ ପ୍ରକଳ୍ପ ଜନଶୁଣାଣୀ ଅନୁଷ୍ଠିତ

April 05
20:42 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା , ୫/୪- ସ୍ଥାନୀୟ ଜିଲ୍ଲା ସଦର ମହକୁମା ହାବେଳୀ ପଡିଆ ଠାରେ ଭାରତୀୟ ଜାତୀୟ ରାଜମାର୍ଗ ପ୍ରାଧିକରଣ ଅଧୀନ ୬-ଲେନ ଓଡିଶା ରାଜଧାନୀ ଅଞ୍ଚଳ ରିଂ ରୋଡ଼ କଟକ, ଖୋର୍ଦ୍ଧା ଏବଂ ଢେଙ୍କାନାଳ ଜିଲା ମଧ୍ୟଦେଇ (ସି ଆର ଆର ଆର ଆର -୧)ରାମେଶ୍ୱର ଜାତୀୟ ରାଜପଥ -୧୬ ରୁ ଗୋବିନ୍ଦପୁର ଜାତୀୟ ରାଜପଥ- ୫୫ ପର୍ଯ୍ୟନ୍ତ ପ୍ରାୟ ୭୦.୯୯୫ କି. ମି ଖୋର୍ଦ୍ଧା ଜିଲ୍ଲା ମଧ୍ୟ ଦେଇ ଯାଉଥିବା ଜାତୀୟ ସଡକ ପଥ ପ୍ରକଳ୍ପର ଜଣାଶୁଣାଣି ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ )ଶ୍ରୀ ସାଫଲ୍ୟ ମଣ୍ଡିତ ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଅଛି ।
ଏହି ପ୍ରକଳ୍ପରେ ପରିବେଶକୁ ପ୍ରଭାବିତ କରୁଥିବା ବିଷୟ ଗୁଡିକଉପରେ ଆସିଥିବା ଅଭିଯୋଗ ଗୁଡିକ ଉପରେ ଜଣ ଶୁଣାଣି କରାଯାଇଥିଲା ।
ଅଭିଯୋଗ ଶିବିରରେ ଉପଜିଲ୍ଲାପାଳ ଖୋର୍ଦ୍ଧା ଶ୍ରୀ କିଶୋର କୁମାର ପଣ୍ଡା,, ତହସିଲଦାର, ଖୋର୍ଦ୍ଧା ନିବେଦିତା ପରିଡା, ତହସିଲଦାର ଟାଙ୍ଗୀ, ମିତାଲି ପାତ୍ର, ତହସିଲଦାର, ବେଗୁନିଆ ବିଜୟ କୁମାର ସେଠୀ , ରାଜ୍ୟ ପ୍ରଦ୍ୟୁଷଣ ନିୟନ୍ତ୍ରଣ କର୍ତୃପକ୍ଷ ଆଞ୍ଚଳିକ ଅଧିକାରୀ ସୌମେନ୍ଦ୍ର ମହାନ୍ତି, ପରିଚାଳକ, ରାଜୀବ କୁମାର, ପରାମର୍ଶଦାତା, ଉମାକାନ୍ତ ପାଣି ପ୍ରମୁଖ ଯୋଗଦେଇ ଜନ ଶୁଣାଣିରେ ସହଯୋଗ ପ୍ରଦାନ କରିଥିଲେ ।
ଅଭିଯୋଗ ଶିବିରରେ ସମ୍ପୃକ୍ତ ଅଂଚଳର ସରପଞ୍ଚ, ଜନପ୍ରତିନିଧି ସମେତ ୧୫୦ ଗ୍ରାମବାସୀ ଯୋଗଦେଇ ପରିବେଶକୁ ପ୍ରଭାବିତ କରୁଥିବା ବିଭିନ୍ନ ସମସ୍ୟା ଗୁଡିକ ଉପରେ ଆପତ୍ତି ଆଣିଥିଲେ ।
ପ୍ରକଳ୍ପ ନିର୍ମାଣରେ କେତେ ବୃକ୍ଷ କଟାଯିବ, କେତେ ପ୍ରାକୃତିକ ଜଳ ଉତ୍ସ ପ୍ରଭାବିତ ହେବ ସେ ସମ୍ପର୍କରେ ଅବଗତ କରାଇବାସହ ଏହାର ସମାଧାନ ନିମନ୍ତେ ବ୍ୟାପକ ବୃକ୍ଷରୋପଣ କାର‌୍ୟ୍ୟକ୍ରମ, ପଶୁ ପକ୍ଷୀ ମାନଙ୍କ ବାସସ୍ଥଳୀ ନିମନ୍ତେ ଜଙ୍ଗଲ ସୃଷ୍ଟି, ହାତୀ ରହଣି ଏବଂ ସେମାନଙ୍କ ଯିବା ଆସିବା ରାସ୍ତା (ପ୍ୟାସେଜ ), ପ୍ରକଳ୍ପ ନିର୍ମାଣ ସମୟରେ ଆଧୁନିକ ପଦ୍ଧତିରେ ବାୟୁ ପ୍ରଦ୍ୟୁଷଣ, ଜଳ ପ୍ରଦ୍ୟୁଷଣ ରୋକିବା ଦିଗରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଧାନ ଆପତ୍ତିକାରିଙ୍କୁ ବୁଝାଇଥିଲେ ।
ସର୍ବୋପରି ପରିବେଶ ଉପରେ ଯେଭଳି କୌଣସି କ୍ଷତିକାରକ ପ୍ରଭାବ ନ ପଡେ ସେଥିପ୍ରତି ରାଜ୍ୟସରକାର, ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଏବଂ ଭାରତୀୟ ଜାତୀୟ ରାଜମାର୍ଗ ପ୍ରାଧିକରଣ ସମସ୍ତ ପ୍ରକାର ଆଶୁ ପଦକ୍ଷେପ ଗ୍ରହଣ କରିବେ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାଫଲ୍ୟ ମଣ୍ଡିତ ପ୍ରଧାନ ପ୍ରକାଶ କରିଥିଲେ ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31