Indus Valley Times

ଭାଲୁଖାଇ ଜଗନ୍ନାଥ ମନ୍ଦିର ଶ୍ରୀ ଗୁଣ୍ଡିଚା ରଥ ଯାତ୍ରା, ବିଧାୟକ କରିବେ ଛେରା ପହଁରା

 Breaking News

ଭାଲୁଖାଇ ଜଗନ୍ନାଥ ମନ୍ଦିର ଶ୍ରୀ ଗୁଣ୍ଡିଚା ରଥ ଯାତ୍ରା, ବିଧାୟକ କରିବେ ଛେରା ପହଁରା

ଭାଲୁଖାଇ ଜଗନ୍ନାଥ ମନ୍ଦିର ଶ୍ରୀ ଗୁଣ୍ଡିଚା ରଥ ଯାତ୍ରା, ବିଧାୟକ କରିବେ ଛେରା ପହଁରା
July 14
22:08 2026

ଗୁଲାମ୍ ଗସ୍‌ଙ୍କ ରିପୋର୍ଟ
ଧର୍ମଶାଳା/ଓଡ଼ିଶା,୧୪ / ୭: ଧର୍ମଶାଳା ବ୍ଲକ କୁମାରୀ, ଦେଉଳୀ ଓ ଭାଲୁଖାଇ ଜଗନ୍ନାଥ ମନ୍ଦିରରେ ଚଲିତ ବର୍ଷ ମହା ଆଡମ୍ବର ସହକାରେ ରଥଯାତ୍ରା ଅନୁଷ୍ଠିତ ହେବା ନେଇ ସ୍ଥିର କରାଯାଇଛି । ଚଳିତ ବର୍ଷ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଠାକୁର ରାଜା ଭାବେ ରଥରେ ଛେରାପହଁରା କରିବା ପାଇଁ କମିଟି ପକ୍ଷରୁ ସ୍ଥିର କରାଯାଇଛି ।
ଏନେଇ ଆଜି ମନ୍ଦିର ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କମିଟି ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତା ୧୬ ତାରିଖ ଗୁରୁବାର ଦିନ ସାରା ରାଜ୍ୟରେ ଜଗନ୍ନାଥଙ୍କ ଶ୍ରୀ ଗୁଣ୍ଡିଚା ରଥଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ଭାଲୁଖାଇସ୍ଥିତ ଜଗନ୍ନାଥ ମନ୍ଦିରରେ ମଧ୍ୟ ଏହି ନିଆରା ରଥଯାତ୍ରା ଅନୁଷ୍ଠିତ ହେବ । ଆଜି ଠାରୁ ଠାକୁରଙ୍କ ସେବାକାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ବିଧାୟକ ଶ୍ରୀ ସାହୁ ଆଜି ମନ୍ଦିରକୁ ଆସି ଠାକୁରଙ୍କ ନବଯୌବନ ଦର୍ଶନ କରିବା ସହ ଭକ୍ତମାନଙ୍କ ସହ ଅଲୋଚନା କରିଥିଲେ ।
ଏହି ମହାନ ପରମ୍ପରା ଭାଲୁଖାଇ ଅଂଚଳରେ ବିଗତ ୩୪ ବର୍ଷ ହେଲା ହୋଇଆସୁଥିବା ବେଳେ ୨୦୧୫ ମସିହାରେ ତତକାଳିନ ଧର୍ମଶାଳା ଥାନା ଅଧିକାରୀ ଅମିତାଭ ମହାପାତ୍ରଙ୍କ ପକ୍ଷରୁ ଏହାକୁ ଅଧିକ ସମ୍ପ୍ରସାରିତ କରାଯାଇ ବିଗତ ୧୨ ବର୍ଷ ହେଲା ଭାଲୁଖାଇ ମନ୍ଦିର ଠାରୁ ଧର୍ମଶାଳା ହାଟ ପଡିଆସ୍ଥିତ ମାଉସୀମା ମନ୍ଦିର ପର୍ଯ୍ୟନ୍ତ ରଥ ଟଣା ଆରମ୍ଭ କରାଯାଇଥିଲା ।
ଏହି ରଥ ଯାତ୍ରାରେ ପୁର୍ବରୁ ଭାଲୁଖାଇ ଜଗନ୍ନାଥ ମନ୍ଦିରରୁ ଠାକୁର ରଥାରୁଡ ହୋଇ ଗାଁ ଶେଷ ମୁଣ୍ଡରେ ଯାଏଁ ଯାଇ ମାଉସିମା ମନ୍ଦିରରେ ରହୁଥିଲେ ।
ହେଲେ ୨୦୧୫ ମସିହା ଠାରୁ ଏହାକୁ ଅଧିକ ସମ୍ପ୍ରଶାରିତ କରାଯାଇ ଶ୍ରୀ ଗୁଣ୍ଡିଚାରେ ଭାଲୁଖାଇସ୍ଥିତ ଜଗନ୍ନାଥ ମନ୍ଦିରରୁ ରଥ ବାହାରୀ ୧୬ ନଂ ଜାତୀୟ ରାଜପଥ ଜାରକା, ବୁଦ୍ଧ ଛକ ଓ ଜଗନ୍ନାଥ ସଡକର ଶନ୍ତିବଜାର, ଧର୍ମଶାଳା ବଜାର ଦେଇ ହାଟପଡିଆସ୍ଥିତ ମାଉସୀମା ମନ୍ଦିରକୁ ଠାକୁର ଆସିଥାନ୍ତି । ରଥଯାତ୍ରାରେ ବିଗତ ୨୦୧୫ ମସିହା ଠାରୁ ପ୍ରତ୍ୟେକ ବର୍ଷ ଥାନା ଅଧିକାରୀ ଛେରା ପହଁରା କରିବାର ନିୟମ ରହିଥିଲା ।
ତେବେ ଚଳିତ ଥର ଏହି ନିୟମକୁ ପରିବର୍ତନ କରାଯାଇ ସ୍ଥାନୀୟ ବିଧାୟକ ଛେରା ପହଁରା କରିବାକୁ କମିଟି ପକ୍ଷରୁ ନିୟମ କରାଯାଇଛି ।
ଏହି ରଥଯାତ୍ରାକୁ ସୁରୁଖୁରୁରରେ ସମାପନ କରିବାକୁ ଜଗନ୍ନାଥ ମନ୍ଦିର କମିଟି ଓ ମୁନସୀ ମେଲଣ କମିଟି ଉଭୟ ଦାୟିତ୍ୱ ତୁଲାଉଥିବା ଜଣାପଡିଛି ।
ଚଳିତ ବର୍ଷ ରଥଯାତ୍ରା ଉପଲକ୍ଷେ ଆଜି ଭାଲୁଖାଇ ମନ୍ଦିର ପରିସରରେ ମନ୍ଦିର କମିିଟି କାର୍ଯ୍ୟକାରୀ ସଭାପତି ଇଂ. କଳ୍ପତରୁ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମନ୍ଦିର କମିଟିର ସମ୍ପାଦକ ମନୋଜ କୁମାର ରଣା, ସହ ସମ୍ପାଦକ ଜ୍ଞାନେନ୍ଦ୍ର ରାଉତ, ବରିଷ୍ଠ ସଦସ୍ୟ ପ୍ରସନ୍ନ ବରାଳ ଓ ମୁନସୀ ମେଲଣ କମିଟିର ସମ୍ପାଦକ ପ୍ରମୋଦ କୁମାର ଦାସ ଓ କୋଷାଧ୍ୟକ୍ଷ ମନୋଜ କୁମାର ରାଉଳ ପ୍ରମୁଖ ରହି ସାମ୍ବାଦିକ ମାନଙ୍କୁ ରଥଯାତ୍ରା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ।
ରଥଯାତ୍ରା ପାଇଁ ଅଗ୍ନିଶମ ବିଭାଗ, ସ୍ୱାସ୍ଥ୍ୟ ବିଭାଗ,ପୁଲିସ ବିଭାଗ, ଜଳପରିମଳ ବିଭାଗ ସମେତ ସମସ୍ତ ଲାଇନ ବଭାଗ ଉପସ୍ଥିତ ରହିବାକୁ କମିଟି ପକ୍ଷରୁ ଚିଠି ମାଧ୍ୟମରେ ନିମନ୍ତ୍ରଣ କରାଯାଇଛି ।
ଚଳିତ ବର୍ଷ ରଥଯାତ୍ରାକୁ ଅଧିକ ଶରସ ସୁନ୍ଦର କରିବା ଲାଗି ଗୋଟିପୁଅ ନୃତ୍ୟ, ଘୋଡାନାଚ, କେନ୍ଦରା ବାଦନ, ଓଡିଶୀ ନୃତ୍ୟ, ଭଜନ ସମାରୋହର ବ୍ୟବସ୍ଥା କରାଯାଇଛି । ସେହିପରି ରାସ୍ତାର ବିଭିନ୍ନ ସ୍ଥାନରେ ଝୋଟି ଏବଂ ମୁରୁଜ ପକାଇ ରଥାରୁଡ ଠାକୁରଙ୍କୁ ସ୍ୱାଗତ କରିବା ଲାଗି ବ୍ୟବସ୍ଥା କରାଯାଇଛି ।
ରଥ ଟଣା ସମୟରେ ରାସ୍ତାର ବିଭିନ୍ନ ସ୍ଥାନରେ ସ୍ୱେଛାସେବୀ ସଙ୍ଗଠନ ପକ୍ଷରୁ ପାନୀୟ ଜଳ, ଖାଦ୍ୟର ବ୍ୟବସ୍ଥା କରାଯାଇଛି ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି ।
ଏହି କାର୍ଯ୍ୟକ୍ରମରେ ମନ୍ଦିର କମିଟି ପକ୍ଷରୁ କୋଷାଧ୍ୟକ୍ଷ ଅଭୟ କୁମାର ରାଉତ, ଶ୍ରୀନିବାସ ଜେନା, ଅଜାମ୍ବର ସାହୁ, ଚିରରଞ୍ଜନ ଦାସ, ବାବୁଲି ଶର, ସୁନିଲ ରାଉତରାୟ, ଅଖିଳ କୁମାର ସ୍ୱାଇଁ ,ରାଜେଶ କୁମାର ପାଳ, ଜିତେନ୍ଦ୍ର ରାଉତ, କାଶୀନାଥ ସାହୁ ସମେତ ମୁନସୀ ମେଲଣ କମିଟି ପକ୍ଷରୁ ଗଗନ ବରାଳ, ସୂର୍ଯ୍ୟକାନ୍ତ ରାଉତ, ଚନ୍ଦ୍ରମଣି ପଣ୍ଡିତ, ଲକ୍ଷ୍ମୀକାନ୍ତ ସାହୁ, ଅଶୋକ କୁମାର ସାହୁ,ସୂଜିତ କୁମାର ମହାରଣା ପ୍ରମୁଖ ଉପସ୍ଥିତ ରହିଥିଲେ ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31